ETV Bharat / city

ଓଡିଆ ସାହିତ୍ୟର ଆଧୁନିକୀକରଣ ହେବା ଆବଶ୍ୟକ: ଧର୍ମେନ୍ଦ୍ର - ଝଙ୍କାରର ବାର୍ଷିକୀ

‘ଝଙ୍କାର’ ପତ୍ରିକାର 72ତମ ବାର୍ଷିକ ଉତ୍ସବରେ ସାମିଲ ହୋଇ ଓଡିଶା ସାହିତ୍ୟକୁ ସଂରକ୍ଷଣ ରଖିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅଧିକ ପଢନ୍ତୁ...

ଓଡିଆ ସାହିତ୍ୟର ଆଧୁନିକରଣ ହେବା ଦରକାର
ଓଡିଆ ସାହିତ୍ୟର ଆଧୁନିକରଣ ହେବା ଦରକାର
author img

By

Published : Apr 13, 2021, 9:20 AM IST

ଭୁବନେଶ୍ବର: ଓଡିଶା ଜାତିର ସାହିତ୍ୟକୁ ସଂରକ୍ଷଣ କରିବା ଆବଶ୍ୟକତା ରହିଛି । ଓଡିଆ ସାହିତ୍ୟକୁ ଆଧୁନିକୀକରଣ ଭାବେ ଉପସ୍ଥାପିତ କରାଇପାରିଲେ ଓଡିଆ ଜାତି ଓ ସାହିତ୍ୟ ସମୃଦ୍ଧ ହୋଇପାରିବ । ମାସିକ ସାରସ୍ବତ ସାହିତ୍ୟ ପତ୍ରିକା ‘ଝଙ୍କାର’ ର 72 ତମ ବାର୍ଷିକୀ ଅବସରରେ ଆୟୋଜିତ ପ୍ରଜାତନ୍ତ୍ର ପ୍ରଚାର ସମିତିର ବାର୍ଷିକ ସାରସ୍ବତ ଉତ୍ସବ ‘ବିଷୁବ ମିଳନ’ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡିଆ ସାହିତ୍ୟ ଜଗତ ‘ଝଙ୍କାର’ ଭଳି ପତ୍ରିକା ଆରମ୍ଭ କରିଥିବା ଡ. ହରେକୃଷ୍ଣ ମହତାବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଧର୍ମେନ୍ଦ୍ର । 2036 ସୁଦ୍ଧା ଓଡିଶାକୁ ଭାଷାଭିତ୍ତିକ ରାଜ୍ୟ ଗଠନର 100 ବର୍ଷ ପୂର୍ତ୍ତି ହେବ । 2047 କୁ ଦେଶ ସ୍ବାଧୀନତାର 100 ବର୍ଷ ପୂରିବ । ଏହି ସମୟରେ ଓଡିଆ ଭାଷା ସାହିତ୍ୟକୁ ଗୁରୁତ୍ବ ଦେବାକୁ ଆଦିକବି ସାରଳା ଦାସଙ୍କ ଠାରୁ ଆରମ୍ଭ ହୋଇଥିବା ଓଡିଆ ପୁସ୍ତକକୁ ବହୁଭାଷାରେ ପ୍ରକାଶିତ କରିବା ଆମର ଦାୟିତ୍ବ ହେବା ଦରକାର । ପଦ୍ମଶ୍ରୀ ପ୍ରତିଭା ରାୟଙ୍କ ‘ ଯାଜ୍ଞସେନୀ ” ପୁସ୍ତକ ବହୁ ଆଞ୍ଚଳିକ ଭାଷାରେ ପ୍ରକାଶିତ ହୋଇ ସମସ୍ତଙ୍କ ଦ୍ଵାରା ଆଦୃତ ଲାଭ କରିପାରିଛି ।

ଏହିପରି ଭାବରେ ଆଗାମୀ ଦିନର ପ୍ରବାହରେ ଓଡିଆ ସାହିତ୍ୟ ଓ ସମ୍ପନ୍ନତାକୁ ବହୁଭାଷାରେ ପହଁଚାଇବାକୁ ଆମେ ଦାୟିତ୍ବ ନେବା ଦରକାର । ଟେକ୍ନୋଲୋଜି ଜରିଆରେ ଓଡିଆ ଭାଷାର ସଂରକ୍ଷଣ ପାଇଁ ସଙ୍କଳ୍ପ କରିବା ଦରକାର । ନବ ଉତ୍କଳର ନିର୍ମାତା ଡ଼,ହରେକୃଷ୍ଣ ମହତାବ ସେ ସମୟରେ ସାମ୍ପ୍ରତିକ ସମାଜର ପ୍ରତିନିଧିତ୍ବ କରିଥିଲେ । ତାଙ୍କ ଦ୍ବାରା ଲିଖିତ ଓଡିଶା ଇତିହାସ ଏହାର ପ୍ରମାଣ । ନିକଟରେ ଏହି ପୁସ୍ତକର ହିନ୍ଦୀ ସଂସ୍କରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଲୋକାର୍ପିତ ହେବା ଆମ ଓଡିଆଙ୍କ ପାଇଁ ଗୌରବ ବିଷୟ । ପ୍ରଜାତନ୍ତ୍ର ପ୍ରଚାର ସମିତିର ତତ୍କାଳୀନ କର୍ଣ୍ଣଧାର ‘ଉତ୍କଳ କେଶରୀ' ଡ.ହରେକୃଷ୍ଣ ମହତାବ ବିଷୁବ ମିଳନ ଭଳି ଅଭିନବ ଉଦ୍ୟମ ଆରମ୍ଭ କରିଥିଲେ । ପାରମ୍ପରିକ ପର୍ବପର୍ବାଣୀରେ ସାହିତ୍ୟ ଓ ସଂସ୍କୃତି ଏବଂ ପରମ୍ପରା ନିହିତ ରହିଥିବାବେଳେ ସାହିତ୍ୟିକମାନଙ୍କର ବିରାଟ ପର୍ବ ବିଷୁବ ମିଳନ ପ୍ରତ୍ୟେକ ସାହିତ୍ୟିକକୁ ପ୍ରେରଣା ଦେଇଛି ।

ସେହିପରି ସମାଜରେ ସାହିତ୍ୟିକଙ୍କର ମର୍ଯ୍ୟାଦାକୁ ବୃଦ୍ଧି କରିବା ପାଇଁ ଡ.ମହତାବଙ୍କର ଝଙ୍କାର ପ୍ରକାଶନ ଅବିସ୍ମରଣୀୟ । ସେହିପରି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି ଦିଗରୁ ବିଚାର କଲେ ଝଙ୍କାର ହିଁ ପ୍ରଜାତନ୍ତ୍ର ପ୍ରଚାର - ସମିତିର ଏକ ମହୋତ୍କଳ ସାରସ୍ଵତ କୀର୍ତି । ଓଡିଆ ସାହିତ୍ୟକୁ ଦୀର୍ଘ ଦିନ ଧରି ରଦ୍ଧିମନ୍ତ କରି ଆସୁଛି । ଆଗାମୀ ଦିନରେ ଆମର ପୂର୍ବପୁରୁଷଙ୍କ ସାହିତ୍ୟିକ କୃତି ଓ ବିଚାରଧାରାର ପ୍ରଚାରପ୍ରସାର ପାଇଁ ଅଧିକ ଦାୟିତ୍ବ ନେବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି । ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ କଟକ ସ୍ଥିତ ବାସଭବନକୁ ବୁଲି ଦେଖୁବା ସହ ସାଂସ୍କୃତିକ ପର୍ବ ‘ ବିଷୁବ ମିଳନ’ରେ ଓଡିଶାର ସବୁ ବର୍ଗର ବିଶିଷ୍ଟ ସାହିତ୍ୟିକ , ବୁଦ୍ଧିଜୀବୀ ଓ ସମାଲୋଚକଙ୍କୁ ଭେଟି ଧର୍ମେନ୍ଦ୍ର ଖୁସିବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.