ETV Bharat / city

Mission Dreams Miss India 2021: ବାଜି ମାରିଲେ ଓଡିଆ ଝିଅ ଜଗଜିତା - ମୁମ୍ବାଇରେ ସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଓଡ଼ିଆ ଝିଅ

ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ । ପ୍ରତିଯୋଗିତାରେ ସେକେଣ୍ଡ ରନର୍ସ-ଅପ୍‌ ହୋଇଛନ୍ତି ଢେଙ୍କାନାଳ ଝିଅ ଜଗଜିତା ଦାଶ । ଅଧିକ ପଢନ୍ତୁ

Mission Dreams Miss India 2021: ବାଜି ମାରିଲେ ଓଡ଼ିଆ ଝିଅ ଜଗଜିତା

author img

By

Published : Dec 23, 2021, 5:50 PM IST

ଭୁବନେଶ୍ବର: ମୁମ୍ବାଇରେ ଅନୁଷ୍ଠିତ ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ (Mission Dreams Miss India 2021)ରେ ସେକେଣ୍ଡ ରନର୍ସ-ଅପ ହୋଇଛନ୍ତି ୨୬ ବର୍ଷୀୟା ଓଡ଼ିଆ ଝିଅ ଜଗଜିତା ଦାଶ । ମିସ କ୍ୟାଟେଗୋରୀରେ ଫାଇନାଲ ରାଉଣ୍ଡକୁ ପୁରା ଭାରତରୁ ୨୦ ଜଣ ସିଲେକ୍ଟ ହୋଇଥିବା ବେଳେ ଜଗଜିତା ଚମତ୍କାର୍ ପ୍ରଦର୍ଶନ ସହ ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ ପାଇଁ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

Mission Dreams Miss India 2021: ବାଜି ମାରିଲେ ଓଡ଼ିଆ ଝିଅ ଜଗଜିତା
Mission Dreams Miss India 2021: ବାଜି ମାରିଲେ ଓଡ଼ିଆ ଝିଅ ଜଗଜିତା

ଏହି ଶୋ'ରେ ଇଣ୍ଟ୍ରୋଡକ୍ସନ, ଟ୍ୟାଲେଣ୍ଟ, ସ୍ବିନୱେର, ଫିଟନେସ, ନ୍ୟାସନାଲ କଷ୍ଟ୍ୟୁମ, କକଟେଲ, ଡିଜାଇନର ଭଳି ରାଉଣ୍ଡ ରହିଥିଲା । ନ୍ୟାସନାଲ କଷ୍ଟ୍ୟୁମ ରାଉଣ୍ଡରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଓଡ଼ିଆଣୀ ବେଶରେ ମହାପ୍ରଭୁଙ୍କ ଦାସୀ ଭଳି ରାମ୍ପରେ ଚାଲିଥିଲେ ଏହି ଓଡ଼ିଆ ମଡେଲ । ଯାହାଦ୍ବାରା ଜଜେସ୍‌ଙ୍କ ମନ ଜିତି ପାରିଥିଲେ ଜଗଜିତା । ଏହିପରି ସମସ୍ତ ରାଉଣ୍ଡରେ ନିଜର ଦକ୍ଷତା ଓ ସ୍ବତନ୍ତ୍ରତା ବଳରେ ସେ ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଥିଲେ ।

ଏହି ଶୋ' ର ସେକେଣ୍ଡ ରନର୍ସ-ଅପ ହୋଇଥିବା ଓଡ଼ିଆ ଝିଅ ଜଗଜିତାଙ୍କ ଘର ହେଉଛି ଢେଙ୍କାନାଳ ଜିଲ୍ଲାରେ । ଅଁଳା ବେରଣ ନିବାସୀ ଚିତ୍ତରଞ୍ଜନ ଦାଶ ଓ ମଞ୍ଜୁଲତା ଦାଶଙ୍କ ଝିଅ ହେଉଛନ୍ତି ଜଗଜିତା । ବାପା ଜଣେ ସରକାରୀ କର୍ମଚାରୀ ଓ ମା' ଜଣେ ଶିକ୍ଷୟିତ୍ରୀ । ଜଗଜିତା ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ଅଭିନୟ ଓ ମଡେଲିଂରେ ତାଙ୍କର ପିଲାଟି ଦିନରୁ ରୁଚି ରହିଛି ।

ଏହା ସହ ଏକାଧିକ ମ୍ୟୁଜିକ ଭିଡ଼ିଓରେ ମଧ୍ୟ ନଜର ଆସି ଦର୍ଶକଙ୍କ ମନ ଜିଣିସାରିଛନ୍ତି ଜଗଜିତା । ଆଉ ଏବେ ଏହି ପାଜେଣ୍ଟ ଶୋ'ରେ ସେକେଣ୍ଡ ରନର୍ସ-ଅପ ହୋଇ ଜାତୀୟ ସ୍ତରରେ ରାଜ୍ୟର ନାଁକୁ ଗୌରବାନ୍ବିତ କରିଛନ୍ତି ସେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.