ETV Bharat / city

ଓଡିଆ CISF ଯବାନଙ୍କ ଦୁଃସାହସିକତା, ଜୀବନ ବଞ୍ଚାଇଲେ ସମ୍ମାନ ବି ରଖିଲେ - ଜନକପୁରୀ ମେଟ୍ରୋ ଷ୍ଟେସନରେ ଜୀବନ ବଞ୍ଚାଇଲେ ଓଡ଼ିଆ ଯବାନ

ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ଓଡ଼ିଆ ଯବାନଙ୍କ ଦୁଃସାହସିକତା । ଦେହରେ ବର୍ଦ୍ଦି ପିନ୍ଧି ଯବାନ ନା ଯେ କେବଳ ଡ୍ୟୁଟି କରେ ବରଂ ସାହସିକତା ଦେଖାଇଥାଏ । ଏହାର ପ୍ରମାଣ ଦେଇଛନ୍ତି ସେ । ଏଥିଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି । ଆସନ୍ତୁ ଜାଣିବା କିଏ ସେହି ଦୁଃସାହସିକ ଓଡ଼ିଆ ଯବାନ । ଅଧିକ ପଢନ୍ତୁ

ଓଡ଼ିଆ CISF ଯବାନଙ୍କ ଦୁଃସାହସିକତା, ଜୀବନ ବଞ୍ଚାଇଲେ ସମ୍ମାନ ବି ରଖିଲେ

author img

By

Published : Apr 2, 2022, 8:56 PM IST

ଭୁବନେଶ୍ବର: ଦେହରେ ବର୍ଦ୍ଦି ପିନ୍ଧି ଯବାନ କେବଳ ଯେ ସେମାନଙ୍କ ଡ୍ୟୁଟି କରିଥାନ୍ତି ତାହା ନୁହେଁ, ସେମାନେ ସାହାସର ପରିଚୟ ଦେଇ ଲୋକଙ୍କ ଜୀବନ ମଧ୍ୟ ବଞ୍ଚାଇଥାନ୍ତି । ଏଭଳି ଜଣେ ଯବାନ ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ନବ କିଶୋର ନାୟକ । ଯାହାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଜଣେ ନୁହେଁ ଦୁଇ ଦୁଇଟି ଜୀବନ ବଞ୍ଚିଯାଇଛି । ନବ କିଶୋରଙ୍କ ଏଭଳି ସାହାସ ପାଇଁ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ ପ୍ରଶଂସା କରିଛନ୍ତି । ଦିଲ୍ଲୀ ମେଟ୍ରୋରେ ପୋଷ୍ଟିଂ ଥିବା ବେଳେ ଦୁଇ ଜୀବନ ବଞ୍ଚାଇବାରେ ସଫଳ ହୋଇଥିବା ବେଳେ ଏହି ଭିଡ଼ିଓ ଖୁବ ଭାଇରାଲ ହୋଇଥିଲା ।

ଓଡିଆ CISF ଯବାନଙ୍କ ଦୁଃସାହସିକତା

ଏହି ଓଡ଼ିଆ ଯବାନ ଜଣକ ରାଜଧାନୀ ଦିଲ୍ଲୀରେ 5 ବର୍ଷ ହେଲା ପୋଷ୍ଟିଂ ରହିଛନ୍ତି । ଡ୍ୟୁଟି କରିବା ସମୟରେ ଦୁଇ ଦୁଇଟି ଅମୂଲ୍ୟ ଜୀବନ ବଞ୍ଚାଇଛନ୍ତି ଏବଂ ସେମନଙ୍କୁ ନୂଆ ଜୀବନ ଦେଇଛନ୍ତି । ଏଭଳି ସାହାସିକତାକୁ ନେଇ ରାଜ୍ୟପାଳ ମଧ୍ୟ ଯବାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଦୁଃସାହସିକତା ଦେଖାଇଥିବା ଯବାନ ହେଉଛନ୍ତି ନୟାଗଡ ଜିଲ୍ଲାର ରଣପୁର ଅଞ୍ଚଳର ଵିନୋଦପଡା ଗ୍ରାମର ଅଭିମନ୍ୟୁ ନାୟକଙ୍କ ପୁଅ ନବକିଶୋର ନାୟକ । ବୟସ ମାତ୍ର 29 ବର୍ଷ । ତାଙ୍କର ସାହାସିକତାକୁ ନେଇ ସବୁଠି ଚର୍ଚ୍ଚା । ଦିଲ୍ଲୀ CISF ରେ 5 ବର୍ଷ ହେଲାଣି ଚାକିରି କରିଛନ୍ତି ଅଭିମନ୍ୟୁ ।

  • କିପରି ଦେଖାଇଥିଲେ ଦୁଃସାହସିକତା ?

2021 ମସିହା ଅଗଷ୍ଟ 3 ତାରିଖ । ଦିଲ୍ଲୀର ଜନକପୁରୀ ପଶ୍ଚିମ ମେଟ୍ରୋ ଷ୍ଟେସନ ରେଳ ଧାରଣାରେ ଜଣେ 21 ବର୍ଷୀୟା ଯୁବତୀ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଡ୍ୟୁଟି କରୁଥିବା 4 ଯବାନ ଦେବଦୂତ ସାଜି ଯୁବତୀଙ୍କୁ ରକ୍ଷା କରିଥିଲେ । ଟ୍ରେନ ଟ୍ରାକ୍‌ ମଝିରୁ ଯୁବତୀଙ୍କୁ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ସଂଗ୍ରାମ । ଏହି ସମୟରେ ଯୁବତୀଙ୍କ ଦେହରେ ନଥିଲା ପୋଷାକ । ଉକ୍ତ ଯୁବତୀଙ୍କ ପୋଷାକର କିଛି ଅଂଶ ଫାଟିଯାଇଥିବା ବେଳେ ଯୁବତୀଙ୍କ ଉପରେ ନିଜ ପୋଷାକ ଘୋଡ଼ାଇବା ସହ ଉଦ୍ଧାର କରି ଚର୍ଚ୍ଚାରେ ଥିଲେ ଓଡ଼ିଆ ଯବାନ ନବକିଶୋରଙ୍କ ସମେତ 3 ଜଣ CISF ଯବାନ । ତେବେ ଯବାନଙ୍କ ଏହି ଉଦ୍ଧାର ସମୟର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଇଥିଲା ।

ଦ୍ବିତୀୟ ଘଟଣା ଥିଲା ଚଳିତ ବର୍ଷ ଫେବୁୟାରୀ 28 ତାରିଖର । ମେଟ୍ରୋ ଷ୍ଟେସନରେ ଥିବା ଚଳନ୍ତା ସିଡ଼ିର କାନ୍ଥରେ ଚଢି ଯାଇଥିଲେ 7 ବର୍ଷର ଶିଶୁ କନ୍ୟା । ଏହି କାନ୍ଥର ଉଚ୍ଚତା ଥିଲା 30 ଫୁଟ । ଛୋଟ ଝିଅଟି ଚଢି ଯାଇଥିଲେ ହେଁ ତଳକୁ ଆସିବାକୁ ଭୟ କରିଥିଲା । ଏହି ସମୟରେ ହଜାର ହଜାର ଯାତ୍ରୀ ଷ୍ଟେସନରେ ରହିଥିଲେ ମଧ୍ୟ କେହି ଝିଅଟିକୁ ଉଦ୍ଧାର କରିନଥିଲେ । ଏତିକି ବେଳେ ସାହାସିକତା ଦେଖାଇ ଓଡ଼ିଆ ଯବାନ ନବକିଶୋର 30 ଫୁଟ ଉଚ୍ଚରୁ ଛୋଟ ଝିଅକୁ ଉଦ୍ଧାର କରିଥିଲେ। ଏଭଳି ମାନବିକତା ଏବଂ ସାହସିକତା ପ୍ରଦର୍ଶନ ପାଇଁ ଦିଲ୍ଲୀ ସରକାର ସମେତ CISF ଆଇଜି ଯବାନମାନଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଛନ୍ତି ।

  • ପୁରସ୍କୃତ ହେବା ପରେ ଯବାନଙ୍କ ପ୍ରତିକ୍ରିୟା:-

ଯବାନଙ୍କ ଏଭଳି ମାନବିକତା ପ୍ରଦର୍ଶନ ପାଇଁ ସାରା ଦେଶରେ ତାଙ୍କୁ ଭୂୟସୀ ପ୍ରଶଂସା କରାଯାଇଛି । ଅନ୍ୟପଟେ ଓଡ଼ିଶାର ରାଜ୍ୟପାଳ ମଧ୍ୟ ମାର୍ଚ୍ଚ 25 ତାରିଖରେ ନବକିଶୋରଙ୍କ ସାହସିକତାକୁ ନେଇ ସମ୍ମାନିତ କରିଛନ୍ତି ।ଏନେଇ ନବକିଶୋର କହିଛନ୍ତି ଯେ କିଏ ସମ୍ମାନିତ କରୁ ବା ନ କରୁ ସେଥିପାଇଁ ସେ ଦୁଃଖିତ ନୁହେଁ। ସେ କେବଳ ନିଜର କର୍ତ୍ତବ୍ୟ କରିଛନ୍ତି ଏବଂ ଆଗକୁ ଏଭଳି ଭାବରେ ସର୍ବଦା ନିଜର କର୍ତ୍ତବ୍ୟ କରିଆସିବେ ବୋଲି କହିଛନ୍ତି ।

ସେଦିନ ଯେଉଁ ଘଟଣା ଘଟିଥିଲା ସେଭଳି ସ୍ଥିତିରେ ଉଦ୍ଧାର କରିବା ତାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା । ଯାହା ଅନେକ ସମୟରେ ତାଙ୍କୁ ଖୁସି ଦେଇଥାଏ ବୋଲି ସେ କହିଛନ୍ତି । ତାଙ୍କର ପ୍ରଥମ ଡ୍ୟୁଟି ହେଲା ଯେକୌଣସି ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବା । ଏଣ ସେ ସେହି ସମୟରେ କିଛି ନ ଭାବି ପାଦ ଆଗକୁ ବଢ଼ାଇଥିଲେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.