ETV Bharat / city

ଓଡିଆ ପୁଅ ସୁଜିତଙ୍କୁ ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ - ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ଼

ଓଡ଼ିଆ ପୁଅ ସୁଜିତ ମେହେରଙ୍କୁ ମିଳିଲା ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ଼ । ଯାହା ତାଙ୍କୁ ଭାରତର ସୁନାମଧନ୍ୟ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଓ ମନୀଷ ଅରୋରାଙ୍କ ମଧ୍ୟରେ ସ୍ଥାନ ଦେଇଛି । ଅଧିକ ପଢନ୍ତୁ...

ଓଡ଼ିଆ ପୁଅ ସୁଜିତଙ୍କୁ ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ଼

author img

By

Published : Jun 26, 2021, 11:04 PM IST

Updated : Jun 27, 2021, 11:53 AM IST

ଭୁବନେଶ୍ବର: ରାଜ୍ୟର ହସ୍ତତନ୍ତ କଳାକୁ ବିଶ୍ବ ଦରବାରରେ ବ୍ରାଣ୍ଡିଙ୍ଗ କରିବାରେ ସଫଳ ହୋଇଛନ୍ତି ଓଡ଼ିଆ ପୁଅ। ଓଡ଼ିଆ ପୁଅ ସୁଜିତ ମେହେରଙ୍କୁ ମିଳିଲା ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ଼ । ଯାହା ତାଙ୍କୁ ଭାରତର ସୁନାମଧନ୍ୟ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀ ଓ ମନୀଷ ଅରୋରାଙ୍କ ମଧ୍ୟରେ ସ୍ଥାନ ଦେଇଛି । ଦୀର୍ଘଦିନ ଧରି ଓଡ଼ିଶାର ହସ୍ତତନ୍ତକୁ ସେ ବିଶ୍ଵ ଦରବାରରେ ପରିଚୟ ଦେଇ ଆସିଛନ୍ତି । ସୁଜିତ ନିଜର ବ୍ୟକ୍ତିଗତ ଇଚ୍ଛା ଓ ପରିଶ୍ରମରେ ଓଡିଆ କାରିଗରୀକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିଛନ୍ତି ।

ଓଡ଼ିଆ ପୁଅ ସୁଜିତଙ୍କୁ ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ଼
ଓଡ଼ିଆ ପୁଅ ସୁଜିତଙ୍କୁ ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ଼ ଓଡ଼ିଆ ପୁଅ ସୁଜିତଙ୍କୁ ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ଼

'ଷ୍ଟାର ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁଜିତଙ୍କୁ ଶ୍ରେଷ୍ଠ ଡିଜାଇନର ଫର ସୋସିଆଲ୍ ଇମ୍ପାକ୍ଟ ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଷ୍ଟାର ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ କ୍ଷେତ୍ରରେ କାମ କରି ସମାଜର ସୁପରିବର୍ତ୍ତନରେ ସହାୟକ ହୋଇଥିବା ଭାରତର ବଛା ବଛା କୃତିତ୍ବଙ୍କୁ ସୁପରହିରୋ ମାନ୍ୟତା ସହ ଆୱାର୍ଡ ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ଏକମାତ୍ର ଓଡ଼ିଆ ଭାବେ ଏହି କୃତିତ୍ବ ଆଣିଛନ୍ତି ସୁଜିତ । ଏଥିପାଇଁ ୨୦୨୦ ଡିସେମ୍ବର ମାସରେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ତେବେ ଓଡ଼ିଶାର କାରିଗରୀକୁ ବିଶ୍ବ ଦରବାରରେ ପହଞ୍ଚାଇବା ସହ ବୁଣାକରମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ପାଇଁ ସୁଜିତଙ୍କୁ ଏହି ପୁରସ୍କାର ମିଳିଛି।

ଓଡିଆ ପୁଅ ସୁଜିତଙ୍କୁ ଷ୍ଟାର ଇଣ୍ଡିଆ ଶ୍ରେଷ୍ଠ ଡିଜାଇନର ଆୱାର୍ଡ

ଏହି ପୁରସ୍କାର ସହ ସୁଜିତ ହସ୍ତତନ୍ତ ଶାଢ଼ୀ ଓ ପୋଷାକର ଚାହିଦା ବୃଦ୍ଧି କରିଛନ୍ତି। ଏହାଦ୍ବାରା ରାଜ୍ୟର ବୁଣାକାରମାନେ ଉପକୃତ ହୋଇଛନ୍ତି । ଏ ବାବଦରେ ସୁଳିତ କହନ୍ତି ଆଗକୁ ଓଡ଼ିଶା ହସ୍ତତନ୍ତକୁ ନେଇ ସ୍ଵତନ୍ତ୍ର ଭାବେ ବିବାହ ପୋଷାକ ପ୍ରସ୍ତୁତ କରାଯାଉଛି। ଯେଉଁଥିରେ ବ୍ରହ୍ମପୁର ଓ ଗୋପାଳପୁରର ଟସର, ନୂଆପାଟଣାର ପାଟ ଓ ସମ୍ବଲପୁରର ପାଠ ଶାଢ଼ୀକୁ ବ୍ୟବହାର କରାଯାଉଛି ।

ଏହାସହ କଳାହାଣ୍ଡି ଜିଲ୍ଲାର ମହିଳମାନଙ୍କୁ ଷ୍ଟୋନ୍ ଓ ଜରଦୋଶୀ କାମରେ ବ୍ୟବହାର କରାଯାଉଛି । ଖାଲି ସେତିକି ନୁହେଁ ଆମ ହସ୍ତତନ୍ତକୁ ଆଧୁନିକ ରୂପ ଦେବା ପାଇଁ ସୁଜିତ ରାଜସ୍ଥାନ ମେରଟରୁ ସ୍ବତନ୍ତ୍ର କାରିଗର ଆଣି ଓଡ଼ିଶା ମହିଳାଙ୍କୁ ଷ୍ଟୋନ୍ କାମର ଶିକ୍ଷା ବି ଦେଉଛନ୍ତି। ପାଖାପାଖି ୧୫ ଜଣ ମହିଳା ସହ ଗୋପାଳପୁର, ନୂଆପାଟଣା, ସମ୍ବଲପୁର ଓ ବ୍ରହ୍ମପୁରର ୧୦୦ରୁ ଅଧିକ ବୁଣାକାର ଏହି କାମରେ ନିୟୋଜିତ ଅଛନ୍ତି ବୋଲି କୁହନ୍ତି ସୁଜିତ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Jun 27, 2021, 11:53 AM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.