ETV Bharat / city

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡିଆ ପୁଅ ଅନ୍ୱେଶ ଶୁଭମ ପ୍ରଧାନ - ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଓଡିଶାରୁ ଅନ୍ବେଶ ଶୁଭମ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡିଆ ପୁଅ ଅନ୍ୱେଶ ଶୁଭମ ପ୍ରଧାନ
ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡିଆ ପୁଅ ଅନ୍ୱେଶ ଶୁଭମ ପ୍ରଧାନ
author img

By

Published : Jan 25, 2021, 3:41 PM IST

Updated : Jan 25, 2021, 5:31 PM IST

ଖୋର୍ଦ୍ଧା: ଚଳିତ ଥର 2021 ପାଇଁ ଘୋଷଣା ହୋଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର । 32 ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏମାନଙ୍କ ମଧ୍ୟରୁ ଓଡିଶାରୁ ସାମିଲ ଅଛନ୍ତି ଅନ୍ବେଶ ଶୁଭମ ପ୍ରଧାନ ।

ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ
ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ

ନବମ ଶ୍ରେଣୀର ଅନ୍ବେଶ ଶୁଭମ ପ୍ରଧାନ ଏବେସୁଦ୍ଧା 400 ସାର୍ଟଫିକେଟ ସାଙ୍ଗକୁ ମେଧାବୃତ୍ତି ମଧ୍ୟ ହାସଲ କରିସାରିଛନ୍ତି । ଏହାସହ ସେ ସିଙ୍ଗାପୁର ଓ ଏସିଆନ ସ୍କୁଲ ଗଣିତ ଅଲମ୍ପ୍ୟାଡରେ ଜାତିଛନ୍ତି 3ଟି ସ୍ବର୍ଣ୍ଣପଦକ । କେବଳ ଏତିକି ନୁହେଁ, ଥାଇଲାଣ୍ଡ ଇଣ୍ଟରନ୍ୟାସନାଲ ମେଥମେଟିକ୍ସ ଅଲମ୍ପ୍ୟାଡରେ ମଧ୍ୟ ସେ ଗୋଟିଏ ସ୍ବର୍ଣ୍ଣପଦକ ଜିତିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ
ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ବିଟ

ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପ୍ରଧାନମନ୍ତ୍ରୀଙ୍କ ସହ ସିଧାସଳଖ ଭର୍ଚୁଆଲ ମାଧ୍ୟମରେ କଥା ହୋଇଥିଲେ ଅନ୍ୱେଶ । ଜିଲ୍ଲାପାଳ ସନତ କୁମାର ମହାନ୍ତି ତାଙ୍କୁ ସର୍ବ ପ୍ରଥମେ ପଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଏବଂ ଅନ୍ୱେଶଙ୍କ ପିତାମାତା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ସମୟରେ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ପରେ ବହୁତ ଖୁସି ଜଣା ଅନ୍ୱେଶ । ବାପା ମା'ଙ୍କ ସହ ରହି ପ୍ରଧାନମନ୍ତ୍ରୀଙ୍କ ତିନୋଟି ଉପଦେଶକୁ ବାରମ୍ବାର ମନେ ପକାଇ ଥିଲେ ସେ । ଜିଲ୍ଲାପାଳ ମଧ୍ୟ ଏହି କୃତି ଓଡ଼ିଶାର ଗୌରବକୁ ସମ୍ବର୍ଦ୍ଧିତ କରି ନିଜର ଖୁସି ଜାହିର କରି ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ସମ୍ମାନିତ ହେଲେ ଓଡିଆ ପୁଅ ଅନ୍ୱେଶ ଶୁଭମ ପ୍ରଧାନ

ଅନ୍ବେଶ ଶୁଭମ ପ୍ରଧାନଙ୍କ ଏହି ସଫଳତାକୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ବିଦ୍ୟାଗତ ସଫଳତା ପାଇଁ ପ୍ରଧାନ ମନ୍ତ୍ରୀ ରାଷ୍ଟ୍ରୀୟ ବାଲପୁରସ୍କାର ସମ୍ମାନରେ ସମ୍ମାନିତ ଅନ୍ବେଶ ଶୁଭମ ପ୍ରଧାନଙ୍କୁ ଅଭିନନ୍ଦନ | ଏହା ସହ ଅନ୍ବେଶଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଅତୁଳନୀୟ ସଫଳତା ପାଇଁ ଏହି ସମ୍ମାନଜନକ ପୁରସ୍କାର ହାସଲ କରିଥିବା ଓଡିଆ ବାଳକ ଅନ୍ବେଶ ଶୁଭମ ପ୍ରଧାନଙ୍କୁ ମୋର ଶ୍ରେଷ୍ଠ ପ୍ରଶଂସା ।

ନବୋନ୍ମେଷ, ଶୈକ୍ଷଣିକ, ଖେଳ, ସାଂସ୍କୃତିକ, ସାମାଜିକ ସେବା ଓ ସାହସିକତା କ୍ଷେତ୍ରରେ ଅସାଧାରଣ କ୍ଷମତା ଓ ଉତ୍କୃଷ୍ଠ ଉପଲବ୍ଧି ପାଇଁ ଏହି ଶିଶୁମାନଙ୍କୁ କରାଯାଇଛି ସମ୍ମାନିତ । 21 ରାଜ୍ୟ ଓକେନ୍ଦ୍ର ଶାସିତ ଅଞ୍ଚଳର 32 ଜିଲ୍ଲାରୁ ଏହି ଶିଶୁମାନଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାରରେ ପୁରସ୍କୃତ କରାଯାଇଥିବା ନେଇ ସୂଚନା ଦେଇଛି କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ । ତେବେ ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ନବୋନ୍ମେଷ ପାଇଁ 9 ଜଣଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶୈକ୍ଷଣିକ ଉପଲବ୍ଧି ପାଇଁ 5 ଜଣଙ୍କୁ ସମ୍ମାନିତ କରାଯାଇଛି । ସେହିପରି କ୍ରୀଡା କ୍ଷେତ୍ରେରେ 7 ଜଣ, ସାହସିକତା କ୍ଷେତ୍ରରେ 3 ଜଣ ଏବଂ ସମାଜ ସେବା କ୍ଷେତ୍ରରେ ଜଣଙ୍କୁ ପୁରସ୍କୃତ କରାଯାଇଛି ।

ପୁରସ୍କୃତ ଶିଶୁଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ସନ୍ଦେଶରେ କହିଛନ୍ତି, ମୋର ଆଶା ଯେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର 2021 କେବଳ ବିଜେତାଙ୍କୁ ପ୍ରେରିତ କରିବ ନାହିଁ, ବରଂ ଅନ୍ୟ ଶିଶୁଙ୍କୁ ନିଜ ସ୍ବପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରୋତ୍ସାହିତ କରିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jan 25, 2021, 5:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.