ETV Bharat / city

ଆଉ ନାହାନ୍ତି ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ - ଆରପାରିରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ

ଆଉ ନାହାନ୍ତି ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ । ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ୭.୧୫ରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଅଧିକ ପଢନ୍ତୁ

ଆଉ ନାହାନ୍ତି ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ
ଆଉ ନାହାନ୍ତି ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ
author img

By

Published : Oct 12, 2022, 10:49 PM IST

ଭୁବନେଶ୍ବର: ଆରପାରିରେ ଅଭିନେତ୍ରୀ ତିଳୋତ୍ତମା ଖୁଣ୍ଟିଆ(Tilottama Khuntia Passes Away) । ଦୀର୍ଘଦିନ ଧରି ହାର୍ଟ ରୋଗରେ ପୀଡିତ ଥିଲେ ତିଳୋତ୍ତମା । କିଛିଦିନ ହେବ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସନ୍ଧ୍ୟା ୭.୧୫ରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।

ତିଳୋତ୍ତମା ଛୋଟ ଓ ବଡ ପରଦାରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ସେ ବିଭିନ୍ନ ଫିଲ୍ମ, ସିରିଏଲ୍ ଏବଂ ନାଟକ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ । ହାର୍ଟ ଓ କିଡନୀ ଜନିତ ସମସ୍ୟା ପାଇଁ ପ୍ରଥମେ କଟକ ଓ ପରେ ଭୁବନେଶ୍ବର ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସ୍ବସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା ।

ପୂର୍ବରୁ ତାଙ୍କ ଚିକିତ୍ସା ପାଇଁ ଓଲିଉଡର କିଛି କଳାକାର ଆର୍ଥିକ ସାହାଯ୍ୟ କରିଥିଲେ । କିନ୍ତୁ ଦୁଃଖର ବିଷୟ ସେ ଜୀବନର ରଙ୍ଗମଞ୍ଚରେ ହାରିଯାଇ ସମସ୍ତଙ୍କୁ ପରକରି ଆରପାରିକୁ ଚାଲିଯାଇଛନ୍ତି । ଯାତ୍ରା ନାଟ୍ୟକାର ଓ ନିର୍ଦ୍ଦେଶକ ତଥା ସଂଳାପକାର ହିମାଂଶୁ ଶେଖର ସାମଲଙ୍କ ପତ୍ନୀ ହେଉଛନ୍ତି ତିଳୋତ୍ତୋମା । ତାଙ୍କ ଝିଅ ଦେବୀକା ମଧ୍ୟ ଛୋଟ ପରଦା ବା ସିରିଅଲ ଦୁନିଆର ଜଣେ ସଫଳ ଅଭିନେତ୍ରୀ । ସୂଚନା ଅନୁସାରେ, ତିଳୋତ୍ତମାକୁ ପ୍ରଥମେ ନୟାପଲ୍ଲୀ ସ୍ଥିତ ବାସଭବନକୁ ନିଆଯିବ । ପରେ ଓଲିଉଡର କଳାକାର ତଥା ସାଧାରଣ ଲୋକେ ଦର୍ଶନ କରିବେ । ତେବେ ପୁରୀରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ହିମାଂଶୁ ଶେଖର ସାମଲ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.