ETV Bharat / city

PCC ରେସରେ 13 ନେତା, ଦଳ ବୁଡିବାକୁ ବସିଛି କହିଲେ ସୁର

ପଞ୍ଚାୟତ ଓ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି କଂଗ୍ରେସ । ଦଳର ପରାଜୟର କାରଣ ଖୋଜିବା ଲାଗି ଓଡିଶା ଆସିଛନ୍ତି AICC ର 3 ଜଣିଆ ଟିମ । ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ସହ କରୁଛନ୍ତି ୱାନ ଟୁ ୱାନ ଆଲୋଚନା । ଅଧିକ ପଢନ୍ତୁ

author img

By

Published : Apr 2, 2022, 8:37 PM IST

Updated : Apr 3, 2022, 6:44 AM IST

ସୁରଙ୍କ କ୍ଷୋଭ ଭରା କଟାକ୍ଷ; ବୁଡିବାକୁ ବସିଛି ଦଳ, ପିସିସି ଦୌଡରେ 13 ନେତା

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି କଂଗ୍ରେସ । ଦଳର ପରାଜୟର କାରଣ ଖୋଜିବା ଲାଗି ଓଡିଶା ଆସିଛନ୍ତି AICC ର 3 ଜଣିଆ ଟିମ । ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ସହ କରୁଛନ୍ତି ୱାନ ଟୁ ୱାନ ଆଲୋଚନା । ଏପଟେ ଦଳର ପ୍ରଦର୍ଶନ ଓ ନେତାଙ୍କ ବ୍ୟବହାର ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ । ପିସିସି ପକ୍ଷରୁ ପରାଜୟର ସମୀକ୍ଷା ନକରାଯାଇ ନେତା ପିସିସି ରେସରେ ମାତିଥିବା କହିଛନ୍ତି ସୁର । ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, AICC ର ତିନି ଜଣିଆ କମିଟି ଓଡିଶା ଆସିଛନ୍ତି । ପଞ୍ଚାୟତ ଓ ପୌର ପରାଜୟ ବିଷୟରେ ସମୀକ୍ଷା କରୁଛନ୍ତି । ଦଳର ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଛନ୍ତି । ଦଳରେ ସଂଗଠନର ଅଭାବ ରହିଛି ।

ନେତା ଏକ ହୋଇପାରୁନାହାନ୍ତି । ନେତା ଦାୟିତ୍ବରେ ରହିବି ନିଜର କର୍ତ୍ତବ୍ୟ କରୁନାହାନ୍ତି । ଦଳରେ ଅର୍ଥର ଅଭାବ ରହିଛି । କେହି ଅର୍ଥ ଦେବାକୁ ରାଜି ହେଉନାହାଁନ୍ତି । ଅନେକ ନେତା ଦଳରେ ରହି ଦଳକୁ ବୁଡାଇବାକୁ ବସିଛନ୍ତି ବୋଲି ସୁର କହିଛନ୍ତି । ସୁର ଆହୁରୀ କହିଛନ୍ତି ଯେ, AICC ଯାହାକୁ ନୂଆ ପିସିସି ସଭାପତି କରିବେ ମୁଁ ସମର୍ଥନ ଦେବି । ଖାଲି ସଭାପତି ପରିବର୍ତ୍ତନ କଲେ ହେବ ନାହିଁ । ତୃଣମୂଳ ସ୍ତରରୁ ପରିବର୍ତ୍ତନ କରିବାକୁ ପଡିବ ।

ଦଳରେ ୧୩ ଜଣ ସଦସ୍ୟ ପିସିସି ହେବା ପାଇଁ ଆଗେଇ ଆସିଲେଣି । ନେତା ହେବା ପାଇଁ ପ୍ରତିଯୋଗିତା କଲେ ହେବନି ଦଳ ପାଇଁ କାର୍ଯ୍ୟ କରିବାକୁ ପଡିବ । ପରିବର୍ତ୍ତନକୁ ପଛରେ ଛାଡି ଲୋକଙ୍କ ସାଥିରେ ରହିଲେ ସଫଳତା ମିଳିବ ବୋଲି ସୁର ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 3, 2022, 6:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.