ETV Bharat / city

ନକଲି ଔଷଧ ନେଇ ଗଠନ ସ୍ବତନ୍ତ୍ର ଟିମ, ଜାରି ରହିଛି ତଦନ୍ତ: ପୋଲିସ ଡିଜି - ନକଲି ଔଷଧ

ନକଲି ଔଷଧ ପ୍ରସଙ୍ଗରେ ପୋଲିସ ଡିଜିଙ୍କ ସୂଚନା । କ୍ରାଇମ ବ୍ରାଞ୍ଚ STFର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଅଧିକ ପଢନ୍ତୁ...

ନକଲି ଔଷଧ ନେଇ ଗଠନ ସ୍ବତନ୍ତ୍ର ଟିମ, ଜାରି ରହିଛି ତଦନ୍ତ: ପୋଲିସ ଡିଜି
ନକଲି ଔଷଧ ନେଇ ଗଠନ ହୋଇଛି ସ୍ବତନ୍ତ୍ର ଟିମ
author img

By

Published : Jun 15, 2021, 3:16 PM IST

Updated : Jun 15, 2021, 5:55 PM IST

ଭୁବନେଶ୍ବର: କୋରୋନା ସମୟରେ ସାରା ରାଜ୍ୟରେ ନକଲି ଔଷଧ କାରବାର ବୃଦ୍ଧି ପାଉଥିବା ନଜର ଆସିଛି । ଯାହାର ତଦନ୍ତ ଏବେ କରିବ କ୍ରାଇମ ବ୍ରାଞ୍ଚ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପଟେ ନକଲି ଔଷଧ ପ୍ରସଙ୍ଗରେ ପୋଲିସ ଡିଜିଙ୍କ ସୂଚନା ।

ନକଲି ଔଷଧ ନେଇ ଗଠନ ସ୍ବତନ୍ତ୍ର ଟିମ, ଜାରି ରହିଛି ତଦନ୍ତ: ପୋଲିସ ଡିଜି

କ୍ରାଇମ ବ୍ରାଞ୍ଚ STFର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ବିଚାର ବିମର୍ଷ କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଖୁବଶୀଘ୍ର ତଦନ୍ତ ଆରମ୍ଭ ହେବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ। ସେପଟେ ସରକାର ଏନେଇ ପଦକ୍ଷେପ ନେଉଛନ୍ତି ଏବଂ ଏସଟିଏଫ ସହ ଡ୍ରଗ୍ସ କଣ୍ଟ୍ରୋଲ ଟିମ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ଡ୍ରଗ୍ସ କଣ୍ଟ୍ରୋଲ ଡାଇରେକ୍ଟର।

ତେବେ ରାଜ୍ୟରେ ମାତ୍ରାଧିକ ନକଲି ଔଷଧ କାରବାର ଓ ତାର ବାହାର ରାଜ୍ୟ ପର୍ଯ୍ୟନ୍ତ ଚେର ଲମ୍ବିବା ନେଇ ଖବର ଆସିବା ପରେ ଗତକାଲି(ସୋମବାର) ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 13 ଜିଲ୍ଲାରେ ଚଢ଼ାଉ ପରେ ହେଲା କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jun 15, 2021, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.