ETV Bharat / city

ଦମ୍ପତିଙ୍କ ପାଇଁ ଖୁସି ଖବର: ପିତାମାତା ହେବାର ସ୍ୱପ୍ନକୁ ସାକାର କରିବ ଓଆସିସ୍ ଫର୍ଟିଲିଟି - ଓଆସିସ୍ ଫର୍ଟିଲିଟି

ଦମ୍ପତିଙ୍କ ପାଇଁ ଖୁସି ଖବର। ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ଓଡ଼ିଶାରେ ପାଦ ଥାପିଲା ଓଆସିସ୍ ଫର୍ଟିଲିଟି। ଆଜି ଭୁବନେଶ୍ବରରେ ଖୋଲିଲା ଏହାର ପ୍ରଥମ କେନ୍ଦ୍ର। ଅଧିକ ପଢନ୍ତୁ

ଦମ୍ପତିଙ୍କ ପାଇଁ ଖୁସି ଖବର; ପିତାମାତା ହେବାର ସ୍ୱପ୍ନକୁ ସାକାର କରିବ ଓଆସିସ୍ ଫର୍ଟିଲିଟି

author img

By

Published : Mar 31, 2022, 9:59 PM IST

ଭୁବନେଶ୍ବର : ଦମ୍ପତିଙ୍କ ପାଇଁ ଖୁସି ଖବର । ପିତାମାତା ହେବାର ସ୍ୱପ୍ନକୁ ସାକାର କରିବା ଦିଗରେ ଓଡ଼ିଶାରେ ପାଦ ଥାପିଲା ଓଆସିସ୍ ଫର୍ଟିଲିଟି। ଆଜି ଭୁବନେଶ୍ବରରେ ଖୋଲିଲା ଏହାର ପ୍ରଥମ କେନ୍ଦ୍ର । ବିଶ୍ବସ୍ତରୀୟ ଫଟିଲିଟି ଚିକିତ୍ସା ଯୋଗାଇ ଦେଵ ଓଆସିସ୍ ଫର୍ଟିଲିଟି।

ଦମ୍ପତିଙ୍କ ପାଇଁ ଖୁସି ଖବର; ପିତାମାତା ହେବାର ସ୍ୱପ୍ନକୁ ସାକାର କରିବ ଓଆସିସ୍ ଫର୍ଟିଲିଟି

ଭାରତର ଏକ ଅଗ୍ରଣୀ ମାନବ ପ୍ରଜନନ ସଂସ୍ଥା ଓଆସିସ୍ ଫର୍ଟିଲିଟି ଏହାର ପାନ୍ ଇଣ୍ଡିଆ ସମ୍ପ୍ରସାରଣ ଯୋଜନା ଅଧୀନରେ ଭୁବନେଶ୍ୱର ସ୍ଥିତ ଜୟଦେବ ବିହାରଠାରେ ଏକ ଅତ୍ୟାଧୁନିକ ଉପକରଣ ଏବଂ ବୈଷୟିକ ଜ୍ଞାନ କୌଶଳ ଆଧାରିତ ଆଇଭିଏଫ୍ (ଇନ୍‌ ଭିଟ୍ରୋ ଫର୍ଟିଲିଟି) ସେଣ୍ଟର ଶୁଭାରମ୍ଭ ହୋଇଛି । ଏହାର ଶୁଭ ଉଦଘାଟନ କରିଥିଲେ ଲୋକସଭାର ପୂର୍ବତନ ସଦସ୍ୟ ପ୍ରସନ୍ନ ପାଟଶାଣୀ। ଏଠାରେ ଫର୍ଟିଲିଟି ସ୍ପେଶାଲିଷ୍ଟ, ଭାରତର ସର୍ବୋତ୍ତମ ଗୁଣ ବିଶେଷଜ୍ଞ (ଏମ୍ଭାଓଲୋଜିଷ୍ଟ) ଏବଂ ବୈଜ୍ଞାନିକ ମାନଙ୍କର ଏକ ସୁଦକ୍ଷ ଟିମ ଦ୍ଵାରା ଚିକିତ୍ସା କରାଯିବ।

ଏହି ଅବସରରେ ଓଆସିସ୍ ଫର୍ଟିଲିଟି ପରାମର୍ଶଦାତା ତଥା ଫର୍ଟିଲିଟି ବିଶେଷଜ୍ଞ ଡଃ ପ୍ରଶାନ୍ତ କୁମାର ନାୟକ କହିଛନ୍ତି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ବନ୍ଧ୍ୟାତ୍ଵ ବୃଦ୍ଧି ଘଟିଛି । କିନ୍ତୁ ଏପରି ଅନେକ ପ୍ରଜନନ ଚିକିତ୍ସା ବିକଳ୍ପ ଉପଲବ୍ଧ ରହିଛି। ଯାହା ବନ୍ଧ୍ୟାତ୍ଵକୁ ଦୂର କରି ଦମ୍ପତିଙ୍କୁ ପିତାମାତା ହେବାରେ ସକ୍ଷମ କରିଥାଏ । ବୟସ ବୃଦ୍ଧି ଘଟିବା ସହ ପ୍ରଜନନ କ୍ଷମତାରେ ହ୍ରାସ ଘଟିଥାଏ। ବିବାହର କିଛି ବର୍ଷ ପରେ ଦମ୍ପତି ଗର୍ଭଧାରଣ କରିବାରେ ଅସମର୍ଥ ହେଲେ ପ୍ରଜନନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଏକାନ୍ତ ଆବଶ୍ୟକ । ଅତ୍ୟଧିକ ଚାପ, ଗ୍ୟାଜେଟର ବ୍ୟବହାର, ଧୂମ୍ରପାନ, ମଦ୍ୟପାନ, ମେଦବହୁଳତା ଆଦି କାରଣରୁ ପୁରୁଷ ବନ୍ଧ୍ୟାତ୍ଵ ମଧ୍ୟ ବଢିବାର ଲାଗିଛି। ଏହି କେନ୍ଦ୍ରରେ ମାଇକ୍ରୋ-ଟେସେ, ଟେସା, ଏମ୍ଏସିଏସ୍ ଭଳି ପୁରୁଷ ସୁକ୍ରାଣୁ ବୃଦ୍ଧି ଚିକିତ୍ସା ଯୋଗାଇ ଦିଆଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.