ETV Bharat / city

OAS Reshuffle: ନିବେଦିତାଙ୍କୁ ଗଣଶିକ୍ଷାରୁ ଉଚ୍ଚଶିକ୍ଷା ବିଭାଗକୁ ବଦଳି

ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ନିବେଦିତା ମିଶ୍ର ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକ ପଢନ୍ତୁ

ଓଏଏସ ସ୍ତରରେ ଅଦଳବଦଳ
ଓଏଏସ ସ୍ତରରେ ଅଦଳବଦଳ
author img

By

Published : May 31, 2022, 10:45 PM IST

ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ନିବେଦିତା ମିଶ୍ର ହୋଇଛନ୍ତି ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ । ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ଅବକାରୀ ବିଭାଗ ଅତିରିକ୍ତ ସଚିବ ପ୍ରମୋଦ କୁମାର ମିଶ୍ରଙ୍କୁ ବଦଳି କରାଯାଇଛି । ପ୍ରମୋଦ ଏପିଏସସିର ସଚିବ ଭାବେ ବଦଳି ହୋଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ନିବେଦିତା ମିଶ୍ରଙ୍କର ଉଚ୍ଚଶିକ୍ଷା ବିଭାଗକୁ ବଦଳି କରାଯାଇଛି । ସେ ଏବେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବେ । ସେହିପରି ଯାଜପୁରରର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଅବକାରୀ ବିଭାଗ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।

ଅନ୍ୟପଟେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକର ଉପଜିଲ୍ଲାପାଳ ଲଳିତ ମୋହନ ବେହେରାଙ୍କୁ ଅନୁଗୁଳ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.