ETV Bharat / city

ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

author img

By

Published : Sep 27, 2019, 11:39 PM IST

ରାଜ୍ୟ ସରକାର ଶୁକ୍ରବାର ଓଡ଼ିଶା ପ୍ରାଶାସନିକ ସେବା(ଓଏଏସ୍) ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ

ଭୁବନେଶ୍ବର: ରାଜ୍ୟ ସରକାର ଶୁକ୍ରବାର ଓଡ଼ିଶା ପ୍ରାଶାସନିକ ସେବା(ଓଏଏସ୍) ସ୍ତରରେ ବଡ ଧରଣର ଅଦଳବଦଳ କରିଛନ୍ତି । ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ସତ୍ୟ ରଞ୍ଜନ ସାହୁଙ୍କୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ(ଓଏସଡିଏମଏ) ଦାୟିତ୍ବ ମିଳିଛି ।

oas reshuffle in odisha
ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ଓଏଏସ୍‌ ମନୋଜ କୁମାର ନାୟକଙ୍କୁ କଳିଙ୍ଗ ନଗର ଶିଳ୍ପ କେନ୍ଦ୍ରର ପରିଚାଳକ ଦାୟିତ୍ବ ପ୍ରଦାନ କରାଯାଇଛି । ବିଶିକେଶନ ଦେହୁରୀ NHM ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ଇନ୍ଦ୍ରମଣି ନାୟକଙ୍କୁ ଯାଜପୁର ପିଡି ଡିଆରଡିଏ ବଦଳି କରାଯାଇଛି । ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ(ଉତ୍କଳିକା)ର ଏମ୍‌ଡି ଭାବରେ ବଦଳି କରାଯାଇଛି । ଶରତ କୁମାର ପୁରୋହିତଙ୍କୁ କଟକର ପରିବହନ ଯୁଗ୍ମ ସଚିବ ଦାୟିତ୍ବ ମିଳିଛି ।

ଦୋଳାମଣି ପଟେଲଙ୍କୁ ରେଢାକୋଲ ଉପଜିଲ୍ଲାପାଳ ଭାବରେ ବଦଳି କରାଯାଇଛି । ରାଜେନ୍ଦ୍ର କୁମାର ରଞ୍ଜିତଙ୍କୁ ମୟୂରଭଞ୍ଜ ଉପଜିଲ୍ଲାପାଳ ଭାବରେ ନିଯୁକ୍ତି ମିଳିଛି । ଅଭିମନ୍ୟୁ ବେହେରାଙ୍କୁ ସୁନ୍ଦରଗଡ ଉପଜିଲ୍ଲାପାଳ ଭାବରେ ନିଯୁକ୍ତି ଦିଆଯାଇଛି । ସୋନୁ ଟୁଡୁଙ୍କୁ ଅତିରିକ୍ତ ଉପଜିଲ୍ଲାପାଳ ଭାବରେ ବଦଳିକରାଯାଇଛି ।

ସେହିପରି ଗ୍ରାୟତ୍ରୀ ଦେବୀଙ୍କୁ ଅତିରିକ୍ତ ଜମିଜମା ଅଧିକାରୀ ଓ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ (ଜିଏ ଆଣ୍ଡ ପିଜି) ବିଭାଗକୁ ବଦଳି କରାଯାଇଛି । ବସନ୍ତ କୁମାର ମାଝୀଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗକୁ ବଦଳି କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟ ସରକାର ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ସତ୍ୟ ରଂଜନ ସାହୁ ଓସଡ଼ମା ମୁଖ୍ୟ ପରିଚାଳକ, ମନୋଜ କୁମାର ନାୟକ କଳିଙ୍ଗ ନଗର ଶିଳ୍ପ କେନ୍ଦ୍ରର ପରିଚାଳକ, ବିଶିକେଶନ ଦେହୁରୀ NHM ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।Body:KConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.