ETV Bharat / city

OAS ସ୍ତରରେ ଅଦଳବଦଳ: 6 ଜଣଙ୍କୁ ବିଡିଓ ଭାବେ ପଦୋନ୍ନତି

author img

By

Published : Oct 23, 2021, 7:21 AM IST

Updated : Oct 23, 2021, 9:16 AM IST

OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ...

OAS ସ୍ତରରେ ଅଦଳବଦଳ: 6 ଜଣଙ୍କୁ ବିଡିଓ ଭାବେ ପଦୋନ୍ନତି
OAS ସ୍ତରରେ ଅଦଳବଦଳ: 6 ଜଣଙ୍କୁ ବିଡିଓ ଭାବେ ପଦୋନ୍ନତି

ଭୁବନେଶ୍ବର: OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଏନେଇ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଥିବା ଜଣାପଡିଛି ।

ବିଜ୍ଞପ୍ତି ଅନୁସାରେ, ସମ୍ବିତ ଶତପଥୀଙ୍କୁ ପୁରୀ ସଦର ବିଡିଓ ଭାବେ ବଦଳି କରାଯାଇଛି । ପଲ୍ଲବୀ ରାଣୀ ରାଜଙ୍କୁ କୋଇଡାରେ ବିଡିଓ ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଛି । ଢେଙ୍କାନାଳ ଜିଲ୍ଲା ଗଁଦିଆ ତହସିଲଦାର ସୁନୀଲ ମେହେର ଗଁଦିଆରେ ବିଡିଓ ଭାବେ କାର୍ଯ୍ୟ କରିବେ । କୋରାପୁଟ ଜିଲ୍ଲା କୋଟପାଡ ତହସିଲଦାର ଲକ୍ଷ୍ମୀଧର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବିଡିଓ ଭାବେ ବଦଳି ହୋଇଥିବା ବେଳେ ରାୟଗଡ଼ା ତହସିଲଦାର ଉମାକାନ୍ତ ବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଡିଓ ଭାବେ ଅବସ୍ଥାପିତ କରାଯାଇଛି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାର ସୌମଶ୍ରୀ ପାଣିଗ୍ରାହୀ ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ବିଡିଓ ଭାବେ ବଦଳି ହୋଇଛନ୍ତି । ସେହିପରି ଓଏଏସ୍‌ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁଙ୍କୁ ଗଜପତି ଜିଲ୍ଲା କାଶୀନଗର ତହସିଲଦାର ଭାବେ କାର୍ଯ୍ୟ କରିବାକୁ ଅନୁମତି ମିଳିଥିବାବେଳେ ସୁଶ୍ରୀ ପ୍ରଧାନଙ୍କୁ କଳାହାଣ୍ଡିକୁ ଡେପୁଟି କଲେକ୍ଟର ଭାବେ ନୂଆ ନିଯୁକ୍ତି ମିଳିଛି ।

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଛି । ନିର୍ବାଚନକୁ ଶୃଙ୍ଖଳିତ ଓ ନିରପେକ୍ଷ କରିବା ଲାଗି ନିଜ ଜିଲ୍ଲାରେ ଥିବା ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ ରାଜ୍ୟ ନିର୍ବାଚନ କମିଶନର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Oct 23, 2021, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.