ETV Bharat / city

CS-ACSଙ୍କୁ ଭେଟିଲା OAS ସଂଘ, ଅଧିକାରୀଙ୍କୁ ସୁରକ୍ଷା ଓ ଅଭିଯୁକ୍ତଙ୍କୁ ଗିରଫ ଦାବି - ଅଧିକାରୀଙ୍କୁ ସୁରକ୍ଷା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି

ବିଡିଓଙ୍କୁ ମାଡ ଅଭିଯୋଗ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଭେଟିଛି ଓଏଏସ ସଂଘ । ଅଫିସରଙ୍କ ସୁରକ୍ଷା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ଦେବଗଡରେ ଆନ୍ଦୋଳନ ଆଗାମୀ ଦିନରେ ସ୍ଥିତିକୁ ବିଗାଡିବା ସହ ଅଧିକାରୀମାନେ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରିଛି ସଂଘ । ଏନେଇ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି । ଅଧିକ ପଢନ୍ତୁ

CS ଓ ACSଙ୍କୁ ଭେଟିଲା OAS ସଂଘ, ଅଧିକାରୀଙ୍କୁ ସୁରକ୍ଷା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି

author img

By

Published : May 2, 2022, 5:57 PM IST

ଭୁବନେଶ୍ବର: ବିଡିଓଙ୍କୁ ମାଡ ଅଭିଯୋଗ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଭେଟିଛି ଓଏଏସ ସଂଘ । ଅଫିସରଙ୍କ ସୁରକ୍ଷା ସହ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ସଂଘ । ଦେବଗଡରେ ଆନ୍ଦୋଳନ ଆଗାମୀ ଦିନରେ ସ୍ଥିତିକୁ ବିଗାଡିବା ସହ ଅଧିକାରୀମାନେ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରିଛି ସଂଘ । ଏନେଇ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବିପତ୍ର ଦିଆଯାଇଛି ।

ଓଏଏସ ସଂଘର ସମ୍ପାଦକ ଜ୍ୟୋତି ରଞ୍ଜନ ମିଶ୍ର କହିଛନ୍ତି ଯେ, ବିଡିଓଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ବିଧାୟକ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଥିଲୁ । ସରକାର ଆମ ଦାବି ରଖିଛନ୍ତି । ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କରିଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଦାବି ଦୋହରାଇଛୁ । ବିଭିନ୍ନ ସ୍ଥାନରେ ବିଡିଓ, ତହସିଲଦାର, ଉପ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଅତିରିକ୍ତ ଜିଲ୍ଲାପାଳମାନେ କାର୍ଯ୍ୟ କରୁଛନ୍ତି । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସମୟରେ ବହୁ ନ୍ୟସ୍ତ ସ୍ବାର୍ଥ ଲୋକ ଏହାକୁ ବିରୋଧ କରୁଛନ୍ତି ।

ଏଭଳି ଘଟଣା ରାଜ୍ୟର ଅନ୍ୟ ସ୍ଥାନରେ ଯେପରି ପୁନରାବୃତ୍ତି ନହୁଏ, ସେ ନେଇ ପଦକ୍ଷେପ ନେବାକୁ ଦାବି କରିଛୁ । ଉଭୟ ବରିଷ୍ଠ ଅଧିକାରୀ ସଂଘର କଥା ସହୃଦୟତାର ସହ ଶୁଣିଛନ୍ତି । ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଆବଶ୍ୟକତା ଅନୁସାରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ସରକାର ବିଧାୟକଙ୍କୁ ଗିରଫ କରିବାକୁ ତତ୍କାଳ ପଦକ୍ଷେପ ନେଇଥିବାରୁ ସଂଘ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଅଧିକ କାର୍ଯ୍ୟ କରିବା ଲାଗି ପ୍ରୋତ୍ସାହନ ଦେବାକୁ ସଂଘ ଦାବି କରିଛି ।

ରାଜ୍ୟର 314 ବ୍ଲକରେ ସରକାରୀ ଅଧିକାରୀ କାର୍ଯ୍ୟ କରୁଛନ୍ତି । ସବୁବେଳେ ଲୋକ ପ୍ରତିନିଧିଙ୍କ ସହିତ ସରକାରୀ ଅଧିକାରୀ ଅଛନ୍ତି । ତାଙ୍କ ପରାମର୍ଶ ନିଅନ୍ତି । ଓଡିଶାକୁ ଆଗକୁ ନେବା ଆମ ସମସ୍ତଙ୍କର ଲକ୍ଷ୍ୟ । ଲୋକ ପ୍ରତିନିଧିଙ୍କ ବିନା ସହଯୋଗରେ ବହୁ କାର୍ଯ୍ୟ ହୋଇପାରେନାହିଁ । ତେଣୁ ଲୋକ ପ୍ରତିନିଧିଙ୍କ ସହିତ ଅଧିକାରୀ ସମ୍ପର୍କରେ ଥାନ୍ତି । ସମ୍ପର୍କ ନରଖିବା କଥା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସଂଘ ପକ୍ଷରୁ କୁହାଯାଇଛି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଯେ, ଯଦି ଜଣେ ଅଭିଯୋଗ କରିଛି, ତାକୁ କାଉଣ୍ଟର କରିବା ଲାଗି ଆଉ ଏକ ଏଫଆଇଆର କରାଯାଉଛି । ନିଜର ଫେସ ବଞ୍ଚେଇବା ଲାଗି ଏପରି କରାଯାଉଛି । ବିଧାୟକଙ୍କ ନିଜ ଅଞ୍ଚଳରେ ଅନ୍ୟ ଏକ ଅଞ୍ଚଳରୁ ଆସିଥିବା ଜଣେ ଅଧିକାରୀ କେବେ ବି ଆକ୍ରମଣ କରିବାର ସାହସ କରିବ ନାହିଁ । ଯଦି ଏଭଳି ଅଭିଯୋଗ ହେଉଛି, ତାହା ଏହା ହାସ୍ୟାସ୍ପଦ କଥା । ନିଜକୁ ବଞ୍ଚେଇବା ଲାଗି ବିଧାୟକ ଏପରି ଅଭିଯୋଗ କରୁଛନ୍ତି । ଏଥିରେ ସତ୍ୟତା ନାହିଁ । ଜଣେ ବିଡିଓ ବାହାରୁ ଯାଇ ସେଠି କାମ କରୁଥିବା ବେଳେ ସେ କାହିଁକି ଏମିତି କରିବେ । ବିଧାୟକ ନିଜକୁ ବଞ୍ଚାଇବା ପାଇଁ ଏଭଳି ଏତଲା ଦେଇଛନ୍ତି । ଏଭଳି ଘଟଣା ଆଗକୁ ଯେମିତି ପୁନରାବୃତ୍ତି ନହୁଏ, ସେନେଇ ମୁଖ୍ୟ ଶାସନ ସଚିବଙ୍କୁ ସଂଘ ଅବଗତ କରିଛନ୍ତି ।

ଦେବଗଡରେ ଆନ୍ଦୋଳନ ଆଗାମୀ ଦିନରେ ସ୍ଥିତିକୁ ବିଗାଡିବ ବୋଲି ସଂଘ ଅନୁମାନ କରୁଛି । ଅଧିକାରୀ ମାନେ ଆକ୍ରମଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରିଛି ସଂଘ । ଅପରାଧ କରି ଲୋକଙ୍କୁ ପ୍ରଭାବିତ କରିବାରୁ କ୍ଷାନ୍ତ ରହିବାକୁ ସଂଘ ଅନୁରୋଧ କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.