ETV Bharat / city

ରାଜଧାନୀରେ କାୟା ମେଲୁଛି ଡେଙ୍ଗୁ, ଆକ୍ରାନ୍ତଙ୍କ ସଂଖ୍ୟା 2000 ପାର୍‌

author img

By

Published : Sep 23, 2022, 10:10 AM IST

ରାଜଧାନୀରେ ଦୁଇ ହଜାର ଛୁଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ବରରୁ ପୁଣି ଚିହ୍ନଟ ହୋଇଛନ୍ତି ୪୮ ନୂଆ ଡେଙ୍ଗୁ ରୋଗୀ । ଭୁବନେଶ୍ବରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୫୯କୁ ବୃଦ୍ଧି ପାଇଛି । ଅଧିକ ପଢ଼ନ୍ତୁ

ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ପାର

ଭୁବନେଶ୍ବର: ରାଜଧାନୀରେ ଦୁଇ ହଜାର ଛୁଇଁଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ବରରୁ ପୁଣି ଚିହ୍ନଟ ହୋଇଛନ୍ତି ୪୮ ନୂଆ ଡେଙ୍ଗୁ ରୋଗୀ ( Number of dengue patients increase in Bhubaneswar) । ଗତ ୨୪ଘଣ୍ଟାରେ ୧୭୩ ଜଣଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ୪୮ଟି ପଜିଟିଭ ଓ ୧୨୫ଟି ନେଗେଟିଭ ଥିବା ଜଣାପଡିଛି ।

ରାଜଧାନୀରେ ୨୦୦୦ ଡେଙ୍ଗୁ ରୋଗୀ ପାର୍‌ କରିଛି । ଭୁବନେଶ୍ବରର ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୫୯କୁ ବୃଦ୍ଧି ପାଇଥିବା ବେଳେ ୫୮ଜଣ ଡେଙ୍ଗୁ ରୋଗୀଙ୍କ ପରିଚୟ ମିଳିନଥିବା ସରକାରୀ ରିପୋର୍ଟରୁ ଜଣାପଡିଛି (dengue patients increase) । ଅଗଷ୍ଟ ମାସରେ ୭୬୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେପ୍ଟେମ୍ବର ମାସରେ ବର୍ତ୍ତମାନ ସୁଦ୍ଧା ୧୦୦୩ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଛନ୍ତି ।

ତେବେ ନିଳାଦ୍ରୀବିହାରରୁ ସର୍ବାଧିକ ୩୦୬ଜଣ, ନୟାପଲ୍ଲୀରୁ ୨୧୬, ୟୁନିଟ-୯ରୁ ୧୪୭, ଆଇଆରସି ଭିଲେଜ ଅଞ୍ଚଳରୁ ୧୬୦ ଓ ଜୟଦେବ ବିହାରରୁ ୭୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଭୁବନେଶ୍ବର ଉପକଣ୍ଠରୁ ମଧ୍ୟ ୫ଶହରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

ଗତବର୍ଷ ତୁଳନାରେ ଚଳିତ ବର୍ଷ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ ରହିଛି । ବର୍ତ୍ତମାନ ଟେଷ୍ଟିଂ ପଜିଟିଭ ରେଟ ଶତକଡା ୬୦ ପ୍ରତିଶତରୁ ହ୍ରାସ ପାଇ ୩୦ ପ୍ରତିଶତକୁ ଆସିଛି । ଏଣୁ ଲୋକେ ଆତଙ୍କିତ ନହୋଇ ମଶା ବଂଶ ଲୋପ ଦିଗରେ ଯତ୍ନବାନ ହେଲେ ଡେଙ୍ଗୁକୁ ରୋକାଯାଇପାରିବ ବୋଲି ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବର୍ଷା ଦିନ ପୂର୍ବରୁ ଡେଙ୍ଗୁ ସଚେତନତା ପାଇଁ ବିଏମସି ତରଫରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ସବୁ ଏବେ ଫେଲ୍ ମାରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୭୮୮ ଡେଙ୍ଗୁ ରୋଗୀ । ୨୭ ହଜାର ୭୫୯ ନମୁନା ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୩୭୮୮ ଆକ୍ରାନ୍ତ।ଖୋର୍ଦ୍ଧାରେ ସର୍ବାଧିକ ୨୧୩୮, କୋରାପୁଟ ୩୫୯, ରାୟଗଡ଼ାରେ ୩୨୧, ମାଲକାନାଗିରିରେ ୨୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ସରକାରୀ ଭାବେ କୌଣସି ମୃତ୍ୟୁ ହୋଇନାହିଁ । ୨୦୨୧ ରେ ଏହି ସମୟରେ ୩ହଜାର ୮୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ହଜାର ୮୩୮ ନମୁନା ଟେଷ୍ଟ ହୋଇଥିଲା । ଗତବର୍ଷ ତୁଳନାରେ ପଜିଟିଭିଟି ରେଟ କମିଥିବା ବେଳେ ଦୈନିକ ସଂକ୍ରମଣ ବି କମିଛି । ମୌସୁମୀ ସମୟରେ ଓ ମୌସୁମୀ ପରେ ଡେଙ୍ଗୁ ସାମାନ୍ୟ ବଢ଼ିଥିବା ବେଳେ ଏବେ ହ୍ରାସ ପାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.