ଭୁବନେଶ୍ବର: ଦୀର୍ଘ 7 ମାସ ପରେ ରାଜଧାନୀରେ ତଳମୁହାଁ ହୋଇଛି କୋରୋନା ଗ୍ରାଫ୍। କମୁଛି ସଂକ୍ରମଣ । ସରକାରୀ ତଥ୍ୟ ଆଧାରରେ ଅକ୍ଟୋବର ମାସରେ କୋରୋନା ମିଟର ତଳକୁ ଖସୁଛି।
ଟେଷ୍ଟ ସଂଖ୍ୟା ସାମୟିକ ଭାବେ ହ୍ରାସ ପାଇଥିବାବେଳେ କୋରୋନା ସଂକ୍ରମଣ ସଂଖ୍ୟା ମଧ୍ୟ କମିବାରେ ଲାଗିଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଦୈନିକ (ଘରୋଇ ଓ ସରକାରୀ) 4000 ଟେଷ୍ଟ ହେଉଛି।
ସରକାରୀ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ମାସ ଶେଷ ସୁଦ୍ଧା କୋରୋନା ପଜିଟିଭ ସଂଖ୍ୟା ଦୈନିକ 350 ରୁ 400 ଥିବାବେଳେ ଅକ୍ଟୋବରରେ ଦୈନିକ 280ରୁ 300 ଟି ମାମଲା ସାମ୍ନାକୁ ଆସୁଛି ।
ସେପ୍ଟେମ୍ବର 30 ସୁଦ୍ଧା ଭୁବନେଶ୍ବରରେ କୋରୋନା ଚିତ୍ର...
ମୋଟ ଆକ୍ରାନ୍ତ | ସୁସ୍ଥ | ମୃତ୍ୟୁ ସଂଖ୍ୟା | ସକ୍ରିୟ ମାମଲା |
21,895 | 18248 | 93 | 3537 |
ଅକ୍ଟୋବର 12 ତାରିଖ ସୁଦ୍ଧା ଭୁବନେଶ୍ବରରେ କୋରୋନା ଚିତ୍ର...
ମୋଟ ଆକ୍ରାନ୍ତ | ସୁସ୍ଥ | ମୃତ୍ୟୁ ସଂଖ୍ୟା | ସକ୍ରିୟ ମାମଲା |
25735 | 22210 | 119 | 3385 |
ତେବେ ଏହି ଚିତ୍ର ଦୈନିକ ସଂକ୍ରମଣ ସଂଖ୍ୟା କମୁଥିବାର ବୟାନ କରୁଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ