ଭୁବନେଶ୍ବର: ରାଜଧାନୀରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ଗତକାଲି ଗୋଟିଏ ଦିନରେ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଛି ଭୁବନେଶ୍ବର ମହାନଗର ନିଗମ(BMC) । ଏହା ପୂର୍ବରୁ ବୁଧବାର ଦିନ ୧୦ଟି ଓ ଗୁରୁବାର ୪ଟି ଅଞ୍ଚଳରେ ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। BMCର ଉତ୍ତର ଯୋନରେ ୪ଟି ଓ ଦକ୍ଷିଣପୂର୍ବ ଯୋନର ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ୩ଦିନରେ ବିଏମସିରେ କଣ୍ଟେନମେଣ୍ଟ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ସଂଖ୍ୟାଧିକ ଲୋକ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ବର ମହାନଗର ନିଗମ(BMC) ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ସ୍ଥାନ ମାନଙ୍କର ଅବଧି କଟକଣା ୭ଦିନ ପାଇଁ ବଳବତ୍ତର ରହିବ ଏବଂ ସମ୍ପୃକ୍ତ ଅଂଚଳର ଲୋକଙ୍କୁ ବିଏମସି ତରଫରୁ ସମସ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦିଆଯିବ।
ଉତ୍ତର ଯୋନରେ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ସ୍ଥାନ-
1) ବୁଦ୍ଧ ପାର୍କ ନିକଟ ପ୍ଲଟ J-208
2) ନିଳାଦ୍ରୀବିହାର ପ୍ଲଟ S5/166
3) ସତ୍ୟ ବିହାର ପ୍ଲଟ 1094
4) ଗଜପତି ନଗର ଶିବ ପ୍ଲାଜ଼ା ଫ୍ଲାଟ 103କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏନେଇ ଉତ୍ତର ଜୋନ ଡେପୁଟି କମିଶନର ପୁରନ୍ଦର ନନ୍ଦ ସୂଚନା ଦେଇଛନ୍ତି।
ସେହିଭଳି ବିଏମସିର ଦକ୍ଷିଣ ପୂର୍ବ ଜୋନରେ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ସ୍ଥାନ-
1) ବମିଖାଲ ପ୍ଲଟ ନମ୍ବର 223/1752
2) ସହୀଦ ନଗର ପ୍ଲଟ ନମ୍ବର 20&21
3) ଖାରବେଳ ନଗର ପ୍ଲଟ ନମ୍ବର 09
4) ବଡଗଡ଼ ପତିତପାବନ ନଗର ଲେନ-1, କେନାଲ ରୋଡ ପ୍ଲଟ ନମ୍ବର 1164/8588
5) ଟଙ୍କପାଣି ରୋଡ ରତ୍ନ ନିବାସ 19-B
6) ଓଲଡ଼ ଟାଉନ ଅଖରପୁରୀ ହାଉସିଂ ବୋର୍ଡ଼ ପ୍ଲଟ ନମ୍ବର 14
7) ପୁରୁଣା ଭୁବନେଶ୍ବର ଗଙ୍ଗା ଯମୁନା ରୋଡ ପ୍ଲଟ ନମ୍ବର 3314/4736କୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦକ୍ଷିଣ ପୂର୍ବ ଯୋନରେ ଏହି ୭ଟି ସ୍ଥାନରେ କଣ୍ଟେନମେଣ୍ଟ ଘୋଷଣା ନେଇ ବିଏମସି ଦକ୍ଷିଣ ପୂର୍ବ ଜୋନ ଡେ଼ପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ