ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ କୋଭିଡ୍ ହସ୍ପିଟାଲରେ ବଢିଛି ଶଯ୍ୟା ସଂଖ୍ୟା । ମୋଟ୍ ୧୪୪୧ଟି କୋଭିଡ୍ ବେଡ୍ ବଢାଯାଇଥିବା ସୂଚନା ରହିଛି । ରାଜ୍ୟରେ କୋଭିଡ୍ ହସ୍ପିଟାଲ ପାଇଁ ଅତିରିକ୍ତ ଶଯ୍ୟା ସଂଖ୍ୟାରେ ବୃଦ୍ଧି ଘଟିଛି ।
ହାଇଟେକ୍ ମେଡିକାଲ କଲେଜ ସମେତ ସମ୍ ହସ୍ପିଟାଲରେ ଏହି ବୃଦ୍ଧି ଘଟିଛି । ହାଇଟେକ୍ ମେଡିକାଲ କଲେଜରେ 500 ଏବଂ ସମ୍ ହସ୍ପିଟାଲର 2ଟି ସ୍ଥାନରେ ମିଶି 800 ବେଡ୍ ବଢିଛି । ଜାମୁଝରିରେ ୩୦୦ ଏବଂ ଜଟଣୀରେ ୫୦୦ ଶଯ୍ୟା ବୃଦ୍ଧି ହୋଇଛି ।
ସେହିପରି ନୀଳାଚଳ ହସ୍ପିଟାଲରେ ୧୨୬ ଶଯ୍ୟା ବଢାଯାଇଛି । ଏହାସହ ୧୫ଟି ଆଇସିୟୁରେ ମଧ୍ୟ ବେଡ୍ ସଂଖ୍ୟା ବଢିଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ