ଭୁବନେଶ୍ବର: ଟ୍ରାକ୍ମ୍ୟାନଙ୍କର ବିଭିନ୍ନ ସମସ୍ୟାକୁ ଖୁବ ଶ୍ରୀଘ ଜଣାଇବ ଭୁବନେଶ୍ବର ଇଷ୍ଟକୋଷ୍ଟ ରେଲୱେ ଏମ୍ପ୍ଲୋଇଜ ୟୁନିୟନ। ଗୁରୁବାର ଇଷ୍ଟକୋଷ୍ଟ ରେଲୱେ ଏମ୍ପ୍ଲୋଇଜ ୟୁନିୟନ ସହ ସାମିଲ ହୋଇଛି ଭୁବନେଶ୍ବର ଟ୍ରାକ୍ମ୍ୟାନ ୟୁନିୟନ। ଆଉ ଜଣାଇଛି ନିଜର ଦାବି । ସର୍ବନିମ୍ନ ବେତନ ହାର ୨୬୦୦୦ ଟଙ୍କାକୁ ବୃଦ୍ଧି, ପୁରୁଣା ପେନସନ୍ ଯୋଜନା କାର୍ଯ୍ୟକାରୀ, ପେଟ୍ରୋଲିଂ ଡ୍ୟୁଟିକୁ ଆଠ ଘଣ୍ଟାରୁ ହ୍ରାସ, ଗ୍ୟାଙ୍ଗ ହଟ୍ ନିର୍ମାଣ, ଚିକିତ୍ସା ସେବା ଯୋଗାଇ ଦେବା ଆଦି ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ମଧ୍ୟ ହୋଇଥିଲା ।
ଅନ୍ୟାନ୍ୟ ରେଳ କର୍ମଚାରୀଙ୍କର ସମସ୍ୟାକୁ ମଧ୍ୟ ଧ୍ୟାନ ଦିଆଯିବ ବୋଲି ଇଷ୍ଟକୋଷ୍ଟ ରେଲୱେ ୟୁନିୟନର ମୁଖ୍ୟ ପିକେ ମହାପାତ୍ର ସୂଚନା ଦେଇଛନ୍ତି । ଏହି ମସ୍ୟା ଗୁଡିକ ହେଉଛି ବିଡିଏ ଠାରୁ ରେଳ ସଦନ ପର୍ଯ୍ୟନ୍ତ ଫୁଟ୍ ଓଭରବ୍ରିଜ୍ର ନିର୍ମାଣ, ରନିଂ ଷ୍ଟାଫଙ୍କର ମାଇଲେଜ୍କୁ ୧୯୮୦ ମସିହା ସୂତ୍ର ଅନୁସାରେ ନିର୍ଦ୍ଦାରଣ କରିବା, ଷ୍ଟାଫ୍ କ୍ୱାଟରର ମରାମତି ଓ ରକ୍ଷଣାବେକ୍ଷଣ ତ୍ୱାରାନ୍ୱିତ କରିବା 'Common Line Box ଲୋକୋ ପାଇଲଟ୍ ଓ ଗାର୍ଡଙ୍କଠାରୁ ପ୍ରତ୍ୟାହୃତ କରିବା, ରେଳବାଇକୁ ଘରୋଇ କରଣ ବନ୍ଦ କରିବା, ପୂର୍ବତଟ ରେଳପଥର ସମସ୍ତ ଖାଲି ପଡିଥିବା ପଦବୀ ପୂରଣ କରିବା ତଥା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।
ଆଗାମୀ ନିର୍ବାଚନରେ ଇଷ୍ଟକୋଷ୍ଟ ରେଲୱେ ଏମ୍ପ୍ଲୋଇଜ ୟୁନିୟନକୁ ସମର୍ଥନ କରିବା ପାଇଁ ଆରକେଟିଏର ପଦାଧିକାରୀ ଘୋଷଣା କରିଥିଲେ । ପରିଶେଷରେ ଇଷ୍ଟକୋଷ୍ଟ ରେଲୱେ ଏମ୍ପ୍ଲୋଇଜ ୟୁନିୟନର ସାଧାରଣ ସମ୍ପାଦକ ତଥା ଉପସ୍ଥିତ କର୍ମକର୍ତ୍ତା ରେଳ କର୍ମଚାରୀ ଭାଇ ଓ ଭଉଣୀଙ୍କର ବିଭିନ୍ନ ସମସ୍ୟାକୁ ପ୍ରଶାସନିକ ସ୍ତରରେ ଉପସ୍ଥାପନା କରିବା ଓ ତାର ନିରାକରଣ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୃତି ଦେଇଥିଲେ।
ଭୁବନେଶ୍ୱରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ