ETV Bharat / city

ଏଣିକି ଉଚ୍ଚଶିକ୍ଷିତ ହେବେ କଏଦୀ, ଇଗ୍ନୋ ଦେବ ପାଠ୍ୟ ଉପକରଣ - prisoner

ଜେଲରେ ପଢିପାରିବେ କଏଦୀ । ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ରଖୁଥିବା କଏଦୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି ଜେଲ ମହାନିର୍ଦ୍ଦେଶକ । ଏନେଇ ସେ ଇଗ୍ନୋ ସହିତ ଆଲୋଚନା କରିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 4, 2019, 11:26 PM IST

ଭୁବନେଶ୍ବର: ଜେଲରେ ପଢିପାରିବେ କଏଦୀ । ଉଚ୍ଚ ଶିକ୍ଷା ପାଇଁ ଇଚ୍ଛା ରଖୁଥିବା କଏଦୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି ଜେଲ ମହାନିର୍ଦ୍ଦେଶକ । ଏନେଇ ସେ ଇଗ୍ନୋ ସହିତ ଆଲୋଚନା କରିଥିବା ଜଣାପଡିଛି ।

ଜେଲରେ ଥିବା କଏଦୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ଜେଲ କର୍ତ୍ତୃପକ୍ଷ । ଯେଉଁ କଏଦୀ ଶିକ୍ଷା ଲାଭ କରିବା ପାଇଁ ଇଚ୍ଛୁକ, ସେମାନେ ଜେଲରେ ମଧ୍ୟ ପାଠ ପଢିବା ସହ ଉଚ୍ଚ ଶିକ୍ଷିତ ହୋଇପାରିବେ । ରାଜ୍ୟରେ ଥିବା ସମସ୍ତ ଜେଲରେ ଏହା ଲାଗୁ କରାଯିବାକୁ ନିଆଯାଇଛି ପଦକ୍ଷେପ । ଏଥିଲାଗି ଇଗ୍ନୋର ଆଞ୍ଚଳିକ ନିର୍ଦ୍ଦେଶକ ଏସ କେ ପାଣିଗ୍ରାହୀଙ୍କ ସହିତ ଜେଲ୍‌ ଏଡିଜି ମହେନ୍ଦ୍ର ପ୍ରତାପ ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଇଗ୍ନୋ ଏହି ପ୍ରସ୍ତାବକୁ ସ୍ବୀକାର କରିବା ସହ ରାଜ୍ୟର ସମସ୍ତ ସବ ଜେଲ, ସର୍କଲ ଜେଲ ଓ ସ୍ୱତନ୍ତ୍ର କାରାଗାରରେ ଥିବା କଏଦୀଙ୍କୁ ମାଗଣାରେ ବହି, ଖାତା ଓ କଲମ ଯୋଗାଇଦେବ । ଏହାସହ ପ୍ରଥମେ ଯେଉଁମାନେ ଇଛା ପ୍ରକାଶ କରନ୍ତି, ଅଧିକ ଶିକ୍ଷା ଲାଭ କ୍ଷେତ୍ରରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଜେଲ୍‌ ଏଡିଜି ମହେନ୍ଦ୍ର ପ୍ରତାପ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:
ଜେଲ କଏଦୀଙ୍କ ପାଠ ପଢା କୁ ନେଇ ମାଗଣା ରେ ସୁଯୋଗ ଦେବ ଇଗନ୍ନ

ଜେଲ ରେ ଥୁବା କଏଦୀ ମାନଙ୍କ ପାଇଁ ଏକ ଗୁରୁତ୍ୱପୁର୍ଣ ପଦକ୍ଷପ ନେଇଛନ୍ତି ଜେଲ କର୍ତ୍ତୃପକ୍ଷ । ଯେଉଇଁ କଏଦୀ ଶିକ୍ଷା ଲାଭ କରିବା ପାଇଁ ଇଛୁକ ସେମାନଙ୍କ ପାଇଁ ଜେଲ ମହାନିର୍ଦେଶକ ଧ୍ୟାନ ଦେଇ ଛନ୍ତି। ସେମାନନେ ପାଠ ପଢିବା ସହ ଉଚ୍ଚ ଶିକ୍ଷତ ମଧ୍ୟ ହୋଇପାରିବେ। ଏନେଇ ଇଗନ୍ନ ସହ ଆଲୋଚନା କରାଯାଇଛି।

Body:

ଓଡିଶା ରେ ରହିଥିବା ସମସ୍ତ ଜେଲ ରେ କଏଦୀ ମାନଙ୍କ ପାଇଁ କରାଯାଉଛି ଏକ ସ୍ୱତନ୍ତ୍ର ପଦକ୍ଷେପ। କିଭଳି ଭାବରେ ଜେଲ ରେ ସଜା କାଟୁଥିବା କଏଦୀ ମାନନେ କିଭଲି ଭାବରେ ନିଜର ଶିକ୍ଷାଗତ ଯୋଗ୍ୟତା କରିପାରିବେ ସେନେଇ ଆଲୋଚନା ହୋଇଛି। ଏଠି ପାଇଁ
ଇଗନ୍ନ ସହ ଆଲୋଚନା କରାଯାଇଛି। ଇଗନ୍ନର ରିଜୋନାଲ ଡ଼ାଇରେକ୍ଟର ଡ଼ଃ ଏସ କେ ପାଣିଗ୍ରାହୀ ଙ୍କ ସହ ଅତିରିକ୍ତ ପୋଲିସ ମହାନିର୍ଦେଶକ ତଥା କାରାଗାର ମହାନିରୀକ୍ଷାକ ମହେନ୍ଦ୍ର ପ୍ରତାପ ଙ୍କ ସହ
ଆଲୋଚନା ହୋଇଛି। ଇଗନ୍ନ ଏହା କୁ ସ୍ୱୀକାର କରିବା ସହ ଓଡ଼ିଶାର ସମସ୍ତ ସବ ଜେଲ, ସର୍କଲ ଜେଲ ଓ ସ୍ୱତନ୍ତ୍ର କାରାଗାର ରେ ଥିବା ମେଡି ମାନଙ୍କୁ ମାଗଣା ରେ ବହି ଖାତା କଲମ ଆଦି ଦିଆଯିବା। ଏହା ସହ ପ୍ରଥମେ ଯେଉଁ ମାନେ ଇଛା ପ୍ରକାଶ କରନ୍ତି ଅଧିକ ଶିକ୍ଷା ଲାଭ କ୍ଷେତ୍ର ରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଅତିରିକ୍ତ ପୋଲିସ ମହାନିର୍ଦେଶକ ତଥା କାରାଗାର ମହାନିରୀକ୍ଷାକ ମହେନ୍ଦ୍ର ପ୍ରତାପ କହିଛନ୍ତି।

Conclusion:

ସାରା ଭାରତ ବର୍ଷ ରେ ସମସ୍ତ ଜେଲରେ ରହିଥିବା କଏଦୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ପଦକ୍ଷପ ନିଆଯାଇଥିବା ବେଳେ ଓଡିଶା ରେ ତାହା କିଛି ଜେଲ ରେ ହୋଇଛି। ଏଣିକି ଓଡ଼ିଶାର ସମସ୍ତ ଜେଲ ରେ ଶିକ୍ଷାଗତ ପାଇଁ ସମସ୍ତ ସୁବିଧା ସୁଯୋଗ ଦିଆଯିବ ସହ ମାଗଣାରେ ଯୋଗାଇଦେଆଜିବ। ଏନେଇ ଇଗନ୍ନ ସହ ଜେଲ ମହାନିରୀକ୍ଷାକ ଙ୍କ ମଧ୍ୟରେ ଆଲୋଚିନା ସାରିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.