ETV Bharat / city

ଧାମନଗର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

author img

By

Published : Sep 22, 2022, 9:14 PM IST

ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିଛି । ଧାମନଗର ବିଧାନସଭା ଆସନ ଖାଲି ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଏନେଇ ବିଧିବଦ୍ଧ ଭାବେ ଅବଗତ କରାଯାଇଛି । ବିଧାନସଭା ସଚିବ ଦାଶରଥି ଶତପଥୀ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଅଧିକ ପଢନ୍ତୁ

ଧାମନଗର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି
ଧାମନଗର ବିଧାନସଭା ଆସନ ଖାଲି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ନେଇ ବିଗୁଲ ବାଜିଛି । ଧାମନଗର ବିଧାନସଭା ଆସନ ଖାଲି ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭା ପକ୍ଷରୁ ନିର୍ବାଚନ କମିଶନଙ୍କୁ ଏନେଇ ବିଧିବଦ୍ଧ ଭାବେ ଅବଗତ କରାଯାଇଛି । ବିଧାନସଭା ସଚିବ ଦାଶରଥି ଶତପଥୀ ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ଗତ 19 ତାରିଖରେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ହୋଇଛି । ବିଷ୍ଣୁଙ୍କ ବିୟୋଗରେ ଧାମନଗର ବିଧାନସଭା ଆସନ ଖାଲି ପଡ଼ିଛି । ନିୟମ ଅନୁସାରେ କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କର ଦେହାନ୍ତ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ପ୍ରକ୍ରିୟା ଦେହାନ୍ତର 6 ମାସ ମଧ୍ୟରେ ଶେଷ କରିବା ଲାଗି ନିୟମ ରହିଛି । ଯଦି ପରବର୍ତ୍ତୀ ସାଧାରଣ ବା ନିର୍ବାଚନକୁ 6 ମାସରୁ କମ ରହିଥାଏ, ତେବେ ଉପ ନିର୍ବାଚନର ଆବଶ୍ୟକତା ପଡେ ନାହିଁ । ଆସନ୍ତା ସାଧାରଣ ନିର୍ବାଚନ ବିଳମ୍ବ ଥିବାରୁ ଉପ ନିର୍ବାଚନର ଆବଶ୍ୟକତା ରହିଛି । ତେଣୁ ଏନେଇ ବିଧାନସଭା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମନଗର ବିଧାନସଭା ଆସନ ଖାଲି ନେଇ ଆଜି ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଧାନସଭା ସଚିବ ଏନେଇ ବିଧିବଦ୍ଧ ଭାବେ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହା ପରେ ଉପନିର୍ବାଚନ ନେଇ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଅନ୍ୟପଟେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ ଏ ନେଇ ନିର୍ବାଚନ କମିଶନଙ୍କୁ ଅବଗତ କରିବେ । ଏହା ପରେ ନିର୍ବାଚନ କମିଶନ ଉପ ନିର୍ବାଚନ ନେଇ ତାରିଖ ପ୍ରକାଶ କରିବେ । 19 ତାରିଖ ଦିନ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କର ପରଲୋକ ହୋଇଥିଲା । ମାସାଧିକ କାଳ କୀଡନି ସମସ୍ୟା କାରଣରୁ ଭୁବନେଶ୍ବର ଏମ୍ସରେ ତାଙ୍କର ଚିକିତ୍ସା ଜାରି ରହିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.