ETV Bharat / city

ପ୍ରକାଶ ପାଇଲା E-Vehicle policy 2021; ଦେବାକୁ ପଡବନି ପଞ୍ଜିକରଣ ଫି ଓ ରୋଡ ଟାକ୍ସ - ରାଜ୍ୟ ପରିବହନ

ରାଜ୍ୟ ପରିବହନ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ଇ-ଭେହିକିଲ ନୀତି ୨୦୨୧ର ବିଜ୍ଞପ୍ତି । ଦୁଇ ଚକିଆ ଓ ଚାରି ଚକିଆ ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ କେତେ ସବସିଡି ପାଇବେ ଗ୍ରାହକ, ଜାଣନ୍ତୁ...

ପ୍ରକାଶ ପାଇଲା ଇ-ଭେଇକିଲ ନୀତି 2021ର ବିଜ୍ଞପ୍ତି

author img

By

Published : Sep 2, 2021, 3:31 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଇ-ଭେଇକିଲ ନୀତି ୨୦୨୧ର ବିଜ୍ଞପ୍ତି । ରାଜ୍ୟରେ ଇ-ଭେଇକିଲ ନୀତିକୁ ନେଇ ରାଜ୍ୟ ପରିବହନ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଗତ ସପ୍ତାହରେ ଇ-ଭେଇକିଲ ନୀତିକୁ ମଞ୍ଜୁର କରିଥିଲା ରାଜ୍ୟ କ୍ୟାବିନେଟ୍ । 2025 ସୁଦ୍ଧା ରାଜ୍ୟରେ 20 ପ୍ରତିଶତ ବ୍ୟାଟେରୀ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ସେଥିପାଇଁ ଗ୍ରାହକ ଓ ବ୍ୟବସାୟୀଙ୍କୁ ପ୍ରୋତ୍ସାହନ କରିବା ଲାଗି ସରକାର ଯୋଜନା କରୁଛନ୍ତି ।

ଇ-ଭେଇକିଲ ନୀତି 2021 ଅନୁସାରେ, 2 ଚକିଆ ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ଗ୍ରାହକଙ୍କୁ 5 ହଜାର ଟଙ୍କାର ସବସିଡି ମିଳିବ । ସେହିପରି 3 ଚକିଆ ଯାନ କିଣିଲେ 10 ହଜାର ଓ 4 ଚକିଆ କିଣିଲେ 50 ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ନନ୍-ଏସି ବସ୍ କିଣିଲେ 2 ଲକ୍ଷ ଓ ଏସି ଡିଲକ୍ସ ବସ୍ କିଣିଲେ 4 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ସରକାର ।

ସରକାରୀ କର୍ମଚାରୀଙ୍କୁ ଶତ ପ୍ରତିଶତ ସୁଧ ରିହାତି ଋଣ ଦିଆଯିବ । ଏହାସହ ଇ-ଯାନ ଲାଗି ପଞ୍ଜିକରଣ ଫି ଓ ରୋଡ ଟ୍ୟାକ୍ସ ଦେବାକୁ ପଡିବ ନାହିଁ । 20 ହଜାର ଚାର୍ଜିଂ ପ୍ରତିଷ୍ଠା ଲାଗି 5 ହଜାର ଲେଖାଏଁ ଅନୁଦାନ ଦିଆଯିବ । ଇ-ଯାନ ନିର୍ମାତାଙ୍କୁ ଶତ ପ୍ରତିଶତ ରାଜ୍ୟ GST ଛାଡ କରିବେ ସରକାର । ସବୁ ଅଂଶୀଦାରଙ୍କ ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.