ଭୁବନେଶ୍ବର: ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗର ବୋମାମାଡ ଘଟଣାରେ ୩୫ ଜଣଙ୍କୁ ନୋଟିସ । ସିଆରପିସି ଧାରା ୧୦୭ରେ ନୋଟିସ କରିଛି କମିସନରେଟ ପୋଲିସ । ଏହାସହ ଆକ୍ରମଣର ଶିକାର ହୋଇଥିବା ମହମ୍ମଦ ତସ୍ଲିମଙ୍କ ଅଭିଯୋଗ କ୍ରମେ ଗୋଟିଏ ପକ୍ଷର ୭ ଜଣଙ୍କୁ ଗିରଫ କରିଛି ପୋଲିସ ।
ପ୍ରଥମେ ଗାଁ ସଭାପତି ଚୟନ ନେଇ ବିବାଦ ଉପୁଜିଥିଲା । ପରେ କିଛି ବରିଷ୍ଠ ଲୋକଙ୍କୁ ଗାଳି ଗୁଲଜ ଘଟଣା ନେଇ ଥାନାରେ ଏତଲା ହୋଇଥିଲା । ଯାହାକୁ ନେଇ ଅନ୍ୟପକ୍ଷ କାହିଁକି ଏତଲା କଲେ ବୋଲି ଆକ୍ରମଣ ସହ ବୋମାମାଡ କରିଥିବା ଯାହା ସୂଚନା ମିଳିଥିଲା ।
ଏନେଇ ଉଭୟ ପକ୍ଷର ୩୫ ଜଣଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ନୋଟିସ କରାଯାଇଛି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ