ETV Bharat / city

ଉତ୍ତର ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ଖସିବ ପାରଦ - odisha weather news

ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

ଉତ୍ତର ଓଡ଼ିଶା ଜିଲ୍ଲାରେ ୨ ରୁ ୩ ଡିଗ୍ରୀ ଖସିବ   ପାରଦ

author img

By

Published : Nov 7, 2020, 7:38 PM IST

ଭୁବନେଶ୍ବର: ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲା ଗୁଡିକରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ ଖସିବାର ସମ୍ଭାବନା ରହିଛି । ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରୁଥିବାରୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ଦିନର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଖସିବାର ସମ୍ଭାବନା ରହିଛି । ସେହିପରି ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡିକରେ ୩ ରୁ ୪ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ତଳକୁ ଖସିବାର ସମ୍ଭାବନା ରହିଛି |

ଉତ୍ତର ଓଡ଼ିଶା ଜିଲ୍ଲାରେ ୨ ରୁ ୩ ଡିଗ୍ରୀ ଖସିବ ପାରଦ

ଏପଟେ ଆସନ୍ତା 5 ଦିନ ପାଇଁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି। ତେବେ ଉପକୂଳ ସମେତ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ। ଗତ ୨୪ ଘଣ୍ଟା ଭିତରେ ସୋନପୁରର ସର୍ବନିମ୍ନ ତାପମାତ୍ରା ୧୧.୮ ସେଲସିୟସ ରେକର୍ଡ କରାଯାଇଥିବାବେଳେ ଅନୁଗୁଳ ୧୨.୬° ସେଲସିୟସ, ଦାରିଙ୍ଗବାଡି ୧୪.୦° ସେଲସିୟସ, ଝାରସୁଗୁଡା ୧୪.୧° ସେଲସିୟସ ଏବଂ କେନ୍ଦୁଝର ୧୫.୦° ସେଲସିୟସ ରେକର୍ଡ କରାଯାଇଛି | ସେହିପରି ଭୁବନେଶ୍ବରରେ ୨୦.୬° ସେଲସିୟସ ତାପମାତ୍ରା ରେକର୍ଡ ହୋଇଥିବାବେଳେ କଟକରେ ୧୯° ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି |

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.