ETV Bharat / city

Odisha Panchayat Election: କାଲିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ପ୍ରସ୍ତୁତ ପ୍ରମୁଖ ରାଜନୈତିକ ଦଳ

author img

By

Published : Jan 16, 2022, 8:05 PM IST

Updated : Jan 16, 2022, 8:15 PM IST

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠୁ(ସୋମବାର) ନାମାଙ୍କନ ଭରିବେ ସରପଞ୍ଚ ପ୍ରାର୍ଥୀ । ଜାନୁଆରୀ ୧୭ରୁ ୨୧ ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ଅଧିକ ପଢ଼ନ୍ତୁ

Odisha Panchayat Election: କାଲିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ପ୍ରସ୍ତୁତ ଅଛନ୍ତି ପ୍ରମୁଖ ରାଜନୈତିକ ଦଳ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲିଠୁ(ସୋମବାର) ନାମାଙ୍କନ ଭରିବେ ସରପଞ୍ଚ ପ୍ରାର୍ଥୀ । ଜାନୁଆରୀ ୧୭ରୁ ୨୧ ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୮୫୩ ଜିଲ୍ଲା ପରିଷଦ ଆସନରେ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବେ ପ୍ରାର୍ଥୀ । ତେବେ ପ୍ରାର୍ଥୀ ଚୟନ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ଏବେ ବଡ଼ ଆହ୍ୱାନ । ଶଙ୍ଖ ଚିହ୍ନରେ ଜିତିବାର ସମ୍ଭାବନା ଅଧିକ ଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ବିଜେଡ଼ିରେ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ଜିଲ୍ଲା ସ୍ତରର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ସୁପ୍ରିମୋଙ୍କ ମୋହରକୁ ଅପେକ୍ଷା ରହିଛି ।

Odisha Panchayat Election: କାଲିଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ, ପ୍ରସ୍ତୁତ ପ୍ରମୁଖ ରାଜନୈତିକ ଦଳ

ବିରୋଧୀ କଂଗ୍ରେସ ବି ପ୍ରାର୍ଥୀ ଚୟନ କସରତ ଜୋରଦାର ଚଲାଇଛି । ପ୍ରାୟ ୮୦ ପ୍ରତିଶତ ଆସନରେ ପ୍ରାର୍ଥୀ ଚୟନ ଶେଷ ହୋଇଛି । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୯୧ହଜାର ୯୧୩ ୱାର୍ଡ଼ ମେମ୍ବର, ୬୭୯୩ ସରପଞ୍ଚ, ୬୭୯୪ ସମିତି ସଭ୍ୟ ଓ ୮୫୩ ଜିଲ୍ଲା ପରିଷଦ ପାଇଁ ଜାନୁଆରୀ ୧୭ରୁ ୨୧ ତାରିଖ ଯାଏଁ ଚାଲିବ ନାମାଙ୍କନ । ଦଳ ପ୍ରତି ଆନୁଗତ୍ୟ ଏବଂ ଜିତିବାର ସମ୍ଭାବନାକୁ ଦେଖି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ କରୁଛନ୍ତି ।

ସେପଟେ ବିଜେପି ମଧ୍ୟ ପ୍ରାୟ ୮୦ ପ୍ରତିଶତ ଆସନରେ ପ୍ରାର୍ଥୀ ଚୟନ କରି ସାରିଛି । ଦିନେ ଦୁଇଦିନ ମଧ୍ୟ ଏହି ଶେଷ ହେବ ବୋଲି ଦଳୀୟ ନେତା କହିଛନ୍ତି । ସେପଟେ କଂଗ୍ରେସ ଦଳୀୟ ଟିକେଟ ବାଣ୍ଟିବା ଆରମ୍ଭ କରିଛି । ଶିକ୍ଷିତ, ସ୍ୱଚ୍ଛ ଭାବମୂର୍ତ୍ତି ଥିବା ଯୁବକ, ଯୁବତୀଙ୍କୁ ଦଳ ଅଧିକ ପ୍ରାଧାନ୍ୟ ଦେଉଛି । ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହେଲାଣି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 16, 2022, 8:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.