ETV Bharat / city

ଆଜିଠୁ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ - ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା

ଆଜିଠୁ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ବର ବିଏମସି କାର୍ଯ୍ୟାଳୟ ସମେତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ପ୍ରତ୍ୟେକ ୱାର୍ଡରେ ବିଜ୍ଞପ୍ତି ଜାରି ହୋଇଛି । ଅଧିକ ପଢ଼ନ୍ତୁ

nomination process for the municipal corporation election begins today
ଆଜିଠୁ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ
author img

By

Published : Mar 2, 2022, 1:43 PM IST

Updated : Mar 2, 2022, 2:04 PM IST

ଭୁବନେଶ୍ବର: ଆଜିଠୁ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ବର ବିଏମସି କାର୍ଯ୍ୟାଳୟ ସମେତ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ପ୍ରତ୍ୟେକ ୱାର୍ଡରେ ବିଜ୍ଞପ୍ତି ଜାରି ହୋଇଛି।

ଆଜିଠୁ ମହାନଗର ନିଗମ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

ମହାନଗର ନିଗମ ନିର୍ବାଚନରେ ମେୟର, ଡେପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ଆଜିଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଦିନ ୧୧ ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରି ପାରିବେ ପ୍ରାର୍ଥୀ । ୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହୋଇ ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ସମୟ ୧୪ ତାରିଖ ଦିନ ୩ଟା ଯାଏ ରହିଛି । ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୪ ତାରିଖ ଅପରାହ୍ନ ୫ ଟାରେ ବାହାରିବା ପରେ ୨୪ ତାରିଖ ସକାଳ ୮ ଠାରୁ ଅପରାହ୍ନ ୫ଟା ଯାଏଁ ମତଦାନ ହେବ ।

ଏହାପରେ ୨୬ ତାରିଖ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହୋଇ ଶେଷରେ ଫଳାଫଳ ପ୍ରକାଶ ପାଇବ । ଏବଂ ୨୯ ତାରିଖରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା ହେବ ।ମାର୍ଚ୍ଚ ୩୧ ତାରିଖରେ ଡେପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ବାରା ବୈଠକ କରାଯିବ । ସେପଟେ ଏପ୍ରିଲ ୮ ତାରିଖରେ ଡେପୁଟି ମେୟର ନିର୍ବାଚନ ହେବ । ନିର୍ବାଚନ ପାଇଁ ଆଚରଣ ବିଧି ଗତ ୨୫ ତାରିଖରୁ ଲାଗୁ ହୋଇ ସାରିଥିବା ବେଳେ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ।

ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ବିଏମସି ନିର୍ବାଚନ ଅଧିକାରୀ ଭାବେ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି। ଏବଂ ଏନେଇ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ନାମାଙ୍କନ ପାଇଁ ତିନିଟି କାଉଣ୍ଟର କରାଯାଇଛି। ଏଥିପାଇଁ ୧୧ ଜଣ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି। ନାମାଙ୍କନ ବେଳେ ସାମ୍ଭାବ୍ୟ ଭିଡ଼କୁ ନଜରରେ ରଖି ଭୁବନେଶ୍ବର ଏଡିଏମଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାରିକେଡର ବ୍ୟବସ୍ଥା କରାଯିବ। କମିଶନରେଟ ପୋଲିସ ପକ୍ଷରୁ ପୋଲିସ କଂଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଥିବା ବେଳେ ଗୋଟେ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Mar 2, 2022, 2:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.