ETV Bharat / city

Panchayat Election: ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେଲା । ୨୧ ତାରିଖ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ସେପଟେ ପ୍ରାର୍ଥୀ ମନୋନୟନ ନେଇ ଏବେ ତିନି ପ୍ରମୁଖ ଦଳଗୁଡ଼ିକରେ ଟଣାଓଟରା ଚାଲିଛି । ଅଧିକ ପଢ଼ନ୍ତୁ

author img

By

Published : Jan 17, 2022, 3:54 PM IST

nomination procedure starts from today for panchayat election
Odisha Panchayat Election: ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା । ଆଜି(ସୋମବାର)ଠାରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହେଲା । ଜାନୁଆରୀ ୧୭ରୁ ୨୧ ତାରିଖ ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିବ । ଜାନୁଆରୀ ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ଏହାପରେ ୨୫ ତାରିଖ ମଧ୍ୟରେ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ।

ଜାନୁଆରୀ ୨୫ ତାରିଖରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ସେପଟେ ପ୍ରାର୍ଥୀ ମନୋନୟନ ନେଇ ଏବେ ତିନି ପ୍ରମୁଖ ଦଳଗୁଡ଼ିକରେ ଟଣାଓଟରା ଚାଲିଛି । ଶାସକ ଦଳର ପ୍ରାର୍ଥୀସଂଖ୍ୟା ଅଧିକ ରହିଛି । ଏହା ଛାମୁଆ ନେତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏପଟେ ବିଜେପିରେ ବି ଆଶାୟୀଙ୍କ ଭିଡ଼ ବଢୁଛି । କିନ୍ତୁ କଂଗ୍ରେସ ଉପଯୁକ୍ତ ପ୍ରାର୍ଥୀ ବାଛିଥିବା ନେଇ ଦଳର ବରିଷ୍ଠ ନେତା ସୂଚନା ଦେଇ ସାରିଛନ୍ତି ।

ରାଜ୍ୟରେ ଶାସକ ବିଜେଡି ପ୍ରତି ଅଧିକ ଆସ୍ଥା ଥିବାରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ଆଶାୟୀଙ୍କ ଭିଡ଼ ଜମୁଛି । ଯେଉଁମାନେ ବିଜଡି ଟିକେଟ ପାଇବାରୁ ବଞ୍ଚିତ ହେଉଛନ୍ତି ସେମାନେ ବିଜେପି ଆଡ଼କୁ ମୁହାଁଉଛନ୍ତି । ବିଜେପି ପକ୍ଷରୁ ପ୍ରାର୍ଥୀ ମନୋନୟନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବାପାଇଁ ୭ ଜଣିଆ କମିଟି ଗଠନ କରାଯାଇଛି । ଗତଥର ଅପେକ୍ଷା ଏଥର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରୁଛି ବିଜେପି ।

ଏହାକୁ ନେଇ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ଯେ, "ସବୁ ଚୟନ ଓ ମତାମତ ତଳ ସ୍ତରରୁ ଆସେ । ପ୍ରଧାନମନ୍ତ୍ରୀ ଗରିବ କଲ୍ଯାଣ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବା ବିଜେପିର ମୂଳ ଲକ୍ଷ୍ୟ । କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରି ବାଟମାରଣା କରୁଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ଲୋକମାନଙ୍କୁ ସଚେତନ କରିବ ବିଜେପି ।"

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.