ETV Bharat / city

‘ବାତ୍ୟା ପରେ ରାଜ୍ୟରେ ଉପୁଜି ନାହିଁ ବନ୍ୟା ସ୍ଥିତି’ - ବୈତରଣୀ ନଦୀରେ ବିପଦ ସଙ୍କେତ

ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମାତ୍ର ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ଉପୁଜି ନାହିଁ । ଅଧିକ ପଢନ୍ତୁ...

ବାତ୍ୟା ପରେ ଏବେ ରାଜ୍ୟରେ ବନ୍ୟା ସ୍ଥିତି ନାହିଁ

author img

By

Published : May 27, 2021, 11:47 AM IST

ଭୁବନେଶ୍ବର: ବାତ୍ୟା ପରେ ରାଜ୍ୟରେ ବର୍ତ୍ତମାନ ବନ୍ୟା ସ୍ଥିତି ଉପୁଜି ନାହିଁ । ହେଲେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବର୍ତ୍ତମାନ 38.36 ମିଟର ଜଳସ୍ତର ସହ ଆନନ୍ଦପୁର ପାଖରେ ବୈତରଣୀ ବିପଦ ବିପଦ ସଙ୍କେତ ଉପରେ ରହିଛି । ଆଗକୁ ଏହିଠାରେ ଜଳସ୍ତର 40.85 ମିଟରକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।

ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ, ଆଖୁଆପଦା ଠାରେ ଜଳସ୍ତର ବଢ଼ିବ । ସେପଟେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଙ୍କେତ ତଳେ ଜଳ ପ୍ରଭାବିତ ହେଉଛି । ସାଳନ୍ଦୀରେ ବି ଜଳସ୍ତର କମ୍ ରହିଛି । ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଅନେକ ଲୁଣା ବନ୍ଧ ଡ୍ୟାମେଜ୍ ହୋଇଛି । ସେସବୁର ଆକଳନ କରାଯାଉଛି । କେନ୍ଦ୍ରାପଡା, ବାଲେଶ୍ବରର ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଥିବା ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.