ETV Bharat / city

‘ନୂଆ ଭାରିଏଣ୍ଟକୁ ଭୟ ନାହିଁ, କେବଳ ରହିବାକୁ ପଡିବ ସତର୍କ ’ - ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନୂଆ କୋଭିଡ ଭାରିଏଣ୍ଟକୁ ନେଇ ଆଶ୍ବସ୍ତିକର ସୂଚନା ଦେଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । କହିଲେ ଭୟ କରିବାର କାରଣ ନାହିଁ, କେବଳ ରହିବାକୁ ପଡିବ ସତର୍କ । ପୂର୍ବାପେକ୍ଷା କମିବ ସଂକ୍ରମଣ ହାର । ଅଧିକ ପଢନ୍ତୁ...

‘ନୂଆ ଭାରିଏଣ୍ଟକୁ ଭୟ ନାହିଁ, କେବଳ ସତର୍କ ରହିବାକୁ ପଡିବ’

author img

By

Published : Oct 26, 2021, 8:28 PM IST

ଭୁବନେଶ୍ବର: କୋଭିଡର ନୂଆ ଭାରିଏଣ୍ଟକୁ ନେଇ କୌଣସି ଭୟ ନାହିଁ। ବର୍ତ୍ତମାନ ପଜିଟିଭିଟି ରହିଛି, ଆଗକୁ ସତର୍କ ରହିବାକୁ ପଡିବ । ନୂଆ ଭାରିଏଣ୍ଟକୁ ନେଇ ଦେଶ ବିଦେଶରେ ଭୟ ଘାରିଥିବାବେଳେ ରାଜ୍ୟବାସୀଙ୍କୁ ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ କିଛି ଦେଶରେ ପୁଣି ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଆମ ଦେଶରେ ମଧ୍ୟ କିଛିକିଛି ସ୍ଥାନରେ ସଂକ୍ରମଣ ବଢିବାର ଦେଖାଗଲାଣି । ତେବେ ଆମକୁ କୋଭିଡ ଗାଇଡଲାଇନ ପାଳନ କରିବା ସହ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ପଡିବ ।

ପୂର୍ବ ବର୍ଷ ଅପେକ୍ଷା ସ୍ଥିତି ଭିନ୍ନ ରହିଛି। ବର୍ତ୍ତମାନ 80 ପ୍ରତିଶତ ଲୋକଙ୍କ ଠାରେ ଆଣ୍ଟିବାଡି ବିକଶିତ ହୋଇସାରିଛି । ରାଜ୍ୟରେ ଟୀକାକରଣ ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାକୁ ପ୍ରକ୍ରିୟା ଜାରି ରହିଛି । ତେବେ ସାମ୍ଭାବ୍ୟ ତୃତୀୟ ଲହର ହାର୍ଡ ଇମ୍ୟୁନିଟି ଉପରେ ନିର୍ଭର କରିବ । ପୂର୍ବ ଦୁଇ ଲହରରୁ ଟେଷ୍ଟିଂ, ଟ୍ରାକିଂ, ସର୍ଭେଲାନ୍ସରେ ଯଥେଷ୍ଟ ଅଭିଜ୍ଞତା ହେଲାଣି । ବର୍ତ୍ତମାନ ଭୂତାଣୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୋଇଯିବ ତାହା ନୁହେଁ ବରଂ ସଂକ୍ରମଣ ପୂର୍ବାପେକ୍ଷା କମ ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.