ETV Bharat / city

ଲକଡାଉନରେ ନୂଆ ଭିଡିଓ ଆପ୍‌ ଆଣିଲେ ଏନଆଇଟି ରାଉରକେଲା ଛାତ୍ରଛାତ୍ରୀ

author img

By

Published : Apr 30, 2020, 9:59 PM IST

ଲକଡାଉନ ସମୟରେ ଆଧୁନିକ ଯୋଗାଯୋଗର ଏକ ନୂଆ ମାଧ୍ୟମ ଖୋଜି ବାହାର କରିଛନ୍ତି ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ । ‘ମାଇଓଆରଜି360’ ନାମକ ଏହି ଆପର ଟ୍ରାଏଲ ଭର୍ସନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

new video app amid lockdown, nit rourkela, central minister dharmendra pradhan, nit rourkela students prepared new video app, ଲକଡାଉନରେ ନୂଆ ଭିଡିଓ ଆପ, ଏନଆଇଟି ରାଉରକେଲା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏନଆଇଟି ରାଉରକେଲା ଛାତ୍ରଛାତ୍ରୀଙ୍କ ନୂଆ ଆପ ପ୍ରସ୍ତୁତି
ଲକଡାଉନରେ ନୂଆ ଭିଡିଓ ଆପ୍‌ ଆଣିଲେ ଏନଆଇଟି ରାଉରକେଲା ଛାତ୍ରଛାତ୍ରୀ

ଭୁବନେଶ୍ବର: ଲକଡାଉନ ସମୟରେ ଆଧୁନିକ ଯୋଗାଯୋଗର ଏକ ନୂଆ ମାଧ୍ୟମ ଖୋଜି ବାହାର କରିଛନ୍ତି ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ । ‘ମାଇଓଆରଜି360’ ନାମକ ଏହି ଆପର ଟ୍ରାଏଲ ଭର୍ସନରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି କି ଯୁବକ ଯୁବତୀଙ୍କ ଏହି ପ୍ରୟାସ ସତରେ ପ୍ରଶଂସନୀୟ । ଏହା ଡିଜିଟାଲ ଯୋଗାଯୋଗର ସ୍ବଦେଶୀ ଉପକରଣ ହୋଇପାରିବ । ଯାହା ଘରେ ରହି ଅନଲାଇନ ଯୋଗାଯୋଗରେ ପ୍ରମୁଖ ଭୂମିକା ବହନ କରିବ ।

ସାଂପ୍ରତିକ ପରିସ୍ଥିତିରେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ତେବେ ଏହି ଭିଡିଓ ଆପ ପ୍ରସ୍ତୁତ କରିଥିବା ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇ ଧର୍ମେନ୍ଦ୍ର ବିଶେଷ ପ୍ରଭାବିତ ହୋଇଥିବା କହିଛନ୍ତି । ଏହା କୋରୋନା ମହାମାରୀ ସମୟରେ ଆଧୁନିକ ଯୋଗାଯୋଗର ମାଧ୍ୟମ ସାଜିବ । ତେବେ ଏନେଇ ସେ ଟ୍ବିଟ କରି ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଡିଜିଟାଲ ଦୁନିଆରେ ପରିବର୍ତ୍ତନର ଉଦ୍ୟମ ପାଇଁ ସେମାନଙ୍କ ସଫଳତା କାମନା କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.