ETV Bharat / city

ନିର୍ମାଣ ଶ୍ରମିକଙ୍କ ରାଜ୍ୟ ଶ୍ରମ କମିଶନର ଘେରାଉ

author img

By

Published : Sep 23, 2019, 5:39 PM IST

ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ ଓ ହିତାଧିକାରୀଙ୍କୁ ବେନିଫିଟ ପ୍ରଦାନ ଦାବିରେ ରାଜ୍ୟ ଶ୍ରମ କମିଶନର ଅଫିସ ଘେରାଉ କରାଯାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ରାଜ୍ୟ ଶ୍ରମ କମିଶନର ଅଫିସ ଘେରିଲେ ନିର୍ମାଣ ଶ୍ରମିକ । ନିର୍ମାଣ ଶ୍ରମିକଙ୍କୁ ପଞ୍ଜିକରଣ ଓ ହିତାଧିକାରୀଙ୍କୁ ବେନିଫିଟ ପ୍ରଦାନ ଦାବିରେ ରାଜ୍ୟ ଶ୍ରମ କମିଶନର ଅଫିସ ଘେରାଉ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ନିର୍ମାଣ ଶ୍ରମିକ ଓ ହିତାଧିକାରୀ ଏହି ବିକ୍ଷୋଭ ସମାବେଶରେ ଯୋଗ ଦେଇ ପଞ୍ଜିକରଣ ଓ ବେନିଫିଟ ପ୍ରଦାନରେ ଅହେତୁକ ବିଳମ୍ବ ହେଉଥିବା ପ୍ରତିବାଦ କରିଥିଲେ । ଏହାସହ ତୁରନ୍ତ 23 ଦଫା ଦାବି ପୂରଣ କରିବାକୁ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ରାଜ୍ୟ ୟୁନିଅନର ସଭାପତି ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ ସିଆଇଟିୟୁର ସହଯୋଗରେ ହଜାର ହଜାର ଶ୍ରମିକମାନେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଅଫିସ ଘେରାଉ କରିଥିଲେ । ରାଜ୍ୟ ସରକାର ଅଗଣତାନ୍ତ୍ରିକ ଭାବେ ଗତ ମେ 30’ରେ ଓଡିଶା ବିଲ୍ଡିଂଙ୍ଗ ଓ କଷ୍ଟ୍ରକ୍ସନ ୱାର୍କରସ ଆମେଣ୍ଡମେଣ୍ଟ ରୁଲରେ ସଂଶୋଧନ କରିଛନ୍ତି ।

ଯାହାକି କଲ୍ୟାଣ ବୋର୍ଡର ବୈଠକ ନ ଡାକି ଅତି ଚଞ୍ଚକତା ଭାବରେ କରିଥିବା ସଙ୍ଘ ପକ୍ଷରୁ କୁହାଯାଇଛି । ଯାହା ଫଳରେ ହଜାର ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ପାରୁନାହାନ୍ତି କି, ଦୀର୍ଘଦିନ ଧରି ବେନିଫିଟ ପାଉନାହାଁନ୍ତି । ଆଜି ସଙ୍ଘ ପକ୍ଷରୁ ଶ୍ରମ କମିଶନ ଓ ସଚିବଙ୍କୁ ଭେଟି 23 ଦଫା ଦାବି ପୂରଣ ପାଇଁ କୁହାଯାଇଛି । ଏହା ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଙ୍ଘର ଉପସଭାପତି ପ୍ରଫୁଲ୍ଲ ନାୟକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନିର୍ମାଣ ଶ୍ରମିକ ମାନଙ୍କୁ ପଞ୍ଜିକରଣ ଓ ହିତାଧିକାରୀ ମାନଙ୍କୁ ବେନିଫିଟ ପ୍ରଦାନ ଦାବିରେ ରାଜ୍ୟ ଶ୍ରମ କମିଶନର ଅଫିସ ଘେରାଉ କରିଛନ୍ତି ।

Body:ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ନିର୍ମାଣ ଶ୍ରମିକ ଓ ହିତାଧିକାରୀମାନେ ଆଜିର ଏହି ବିକ୍ଷୋଭ ସମାବେଶରେ ଯୋଗଦେଇ ପଞ୍ଜିକରଣ ଓ ବେନିଫିଟ ପ୍ରଦାନ ରେ ଅହେତୁକ ବିଲମ୍ବର ପ୍ରତିବାଦ କରିବା ସହିତ ତୁରନ୍ତ 23 ଦଫା ଦାବି ପୂରଣ କରିବାକୁ କହିଛନ୍ତି।
ରାଜ୍ୟ ୟୁନିଅନ ର ସଭାପତି ବିଷ୍ଣୁ ମହାନ୍ତିଙ୍କ ନେତୃତ୍ୱରେ ସି ଆଇ ଟି ୟୁ ର ସହଯୋଗରେ ହଜାର ହଜାର ଶ୍ରମିକମାନେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରୁ ଏକ ବିରାଟ ଶୋଭାଯାତ୍ରା ରେ ଯାଇ ଅଫିସ ଘେରାଉ କରିଥିଲେ।ରାଜ୍ୟ ସରକାର ଅଗଣତାନ୍ତ୍ରିକ ଭାବେ ଗତ ମେ ମାସ 30 ତାରିଖରେ ଓଡିଶା ବିଲ୍ଡିଂଗ ଓ କଂଷ୍ଟ୍ରକ୍ସନ ୱାର୍କରସ ଆମେଣ୍ଡମେଣ୍ଟ ରୂଲ ରେ ସଂଶୋଧନ କରିଛନ୍ତି।ଯାହାକି କଲ୍ୟାଣ ବୋର୍ଡ ର ବୈଠକ ନ ଡାକି ଅତି ଚଞ୍ଚକତା ପୂର୍ଣ୍ଣ ଭାବରେ କରିଥିବା ସଙ୍ଘ ପକ୍ଷରୁ କୁହାଯାଇଛି।ଯାହା ଫଳରେ ହଜାର ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇ ପାରୁ ନାହାନ୍ତି କି ଦୀର୍ଘ ଦିନ ଧରି ବେନିଫିଟ ପାଉ ନାହାଁନ୍ତି।ତେଣୁ ଆଜି ସଙ୍ଘ ପକ୍ଷରୁ ଶ୍ରମ କମିଶନ ଓ ସଚିବଙ୍କୁ ଭେଟି 23 ଦଫା ଦାବି ପୂରଣ ପାଇଁ କୁହାଯାଇଛି।ଏହା ନ ପୂରଣ ହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଙ୍ଘର ଉପସଭାପତି ପ୍ରଫୁଲ୍ଲ ନାୟକ ପ୍ରକାଶ କରିଛନ୍ତି।
ବାଇଟ ପ୍ରଫୁଲ୍ଲ ନାୟକ-ଉପସଭାପତି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.