ETV Bharat / city

NIRF RANKING 2022: ମେଡିକାଲ ବର୍ଗରେ ୨୬ତମ ରାଙ୍କ୍‌ରେ ଭୁବନେଶ୍ବର AIIMS

author img

By

Published : Jul 15, 2022, 5:19 PM IST

ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା । ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF) ତାଲିକାରେ ନାହିଁ ତିନୋଟି ବର୍ଗର ଓଡ଼ିଶାର କୌଣସି କଲେଜ । କଲେଜ, ଫାର୍ମାସି, ଆର୍କିଟେକଚର ବର୍ଗରେ NIRF 100 ତାଲିକାରେ ନାହିଁ ଏହି କଲେଜ । ତେବେ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ଶ୍ରେଷ୍ଠ 100 ତାଲିକାରେ ଓଡିଶାର ଇଞ୍ଜିନିୟର କଲେଜ ରହିଛି । ଅନ୍ୟପଟେ ମେଡିକାଲ ବର୍ଗରେ NIRF ତାଲିକାରେ ସୋଆ 18, ଏମ୍ସ 26, କିଟ୍ 30, ଏସସିବିକୁ 44 ମାନ୍ୟତା ମିଳିଛି । ଅଧିକ ପଢନ୍ତୁ

NIRF RANKING 2022: ଓଡିଶାର ଏମ୍ସକୁ 26, ଏସସିବିକୁ 44 ମାନ୍ୟତା ମିଳିଛି

ଭୁବନେଶ୍ବର: ପ୍ରକାଶ ପାଇଛି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା । ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF) ତାଲିକାରେ ତିନୋଟି ବର୍ଗରେ ନାହିଁ ଓଡ଼ିଶାର କୌଣସି କଲେଜ । କଲେଜ, ଫାର୍ମାସି, ଆର୍କିଟେକଚର ବର୍ଗରେ NIRF 100 ତାଲିକାରେ ଓଡ଼ିଶାର କୌଣସି କଲେଜ ସ୍ଥାନ ହାସଲ କରିପାରିନାହିଁ । ତେବେ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ଶ୍ରେଷ୍ଠ 100 ଇଞ୍ଜିନିୟର କଲେଜ ତାଲିକାରେ ଓଡିଶାର ୪ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ସ୍ଥାନ ମିଳିଛି । ଏନଆଇଟି(NIT)କୁ 15, ସୋଆକୁ 27, IIT ଭୁବନେଶ୍ୱରକୁ 36 ମାନ୍ୟତା ମିଳିଥିବାବେଳେ କିଟକୁ ମିଳିଛି 42 ମାନ୍ୟତା । ସେହିପରି ସିଭିରମଣ 98ତମ ସ୍ଥାନରେ ରହିଛି ।

ସେହିପରି ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା(National Institutional Rankings Framework) ବିଶ୍ୱବିଦ୍ୟାଳୟରେ ସୋଆ 16, କିଟ୍ 20, ଉତ୍କଳ ବିଶ୍ୱବିଦ୍ୟାଳୟକୁ 88 ସ୍ଥାନ ମିଳିଛି । ଅନ୍ୟପଟେ ମେଡିକାଲ ଶିକ୍ଷାରେ ସୋଆ 18, ଏମ୍ସ 26, କିଟ୍ 30, ଏସସିବିକୁ 44 ମାନ୍ୟତା ମିଳିଛି । ରିସର୍ଚ୍ଚ ଶିକ୍ଷାନୁଷ୍ଠାନରେ ରାଉରକେଲାର NIT 24 ରାଙ୍କ, IIT ଭୁବନେଶ୍ୱରର 37 ରାଙ୍କ, ସୋଆ 45 ରାଙ୍କ ଏବଂ କିଟ ରହିଛି 47 ରାଙ୍କ । ମ୍ୟାନେଜମେଣ୍ଟ XIM-35, କିଟ୍ 48, IIM 66, IMIBକୁ 70 ମାନ୍ୟତା ମିଳିଛି । ଡେଣ୍ଟାଲରେ ଓଡ଼ିଶାରୁ 2ଟି କଲେଜ ରହିଛି ।

ସେଗୁଡ଼ିକର ନାମ ହେଲା ସୋଆ 10 ରାଙ୍କ ଓ କିଟ 26 ରାଙ୍କରେ ରହିଛି । ଏପଟେ ଆଇନ କଲେଜରେ ସୋଆ 9 ରାଙ୍କ, କିଟ 11 ରାଙ୍କ ଓ କଟକର ନ୍ୟାସନାଲ କଲେଜ 25 ରାଙ୍କରେ ରହିଛି । ଶ୍ରେଷ୍ଠ 100ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆକୁ 30, କିଟ୍ 34 ମାନ୍ୟତା ମିଳିଥିବାବେଳେ, ରାଉରକେଲା NITକୁ 39 ଓ ଭୁବନେଶ୍ୱର IIT 65ତମ ସ୍ଥାନରେ ରହିଛି । ଅନ୍ୟପଟେ ଭୁବନେଶ୍ୱର ଏମ୍ସକୁ ମେଡିକାଲ୍ ବର୍ଗରେ 26ତମ ରାଙ୍କ ମିଳିଥିବା ବେଳେ ଗତ ବର୍ଷ ଏମ୍ସ ଭୁବନେଶ୍ୱର 31 ନମ୍ବର ସ୍ଥାନରେ ଥିଲା । ଚଳିତ ବର୍ଷ 5 ପଏଣ୍ଟ ବୃଦ୍ଧି ପାଇଛି ।

ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତାରେ(National Institutional Rankings Framework) ଶୀର୍ଷରେ ରହିଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ( IIT Madras) । ଆଜି(ଶୁକ୍ରବାର) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା NIRF ମାନ୍ୟତା ତାଲିକା ଘୋଷଣା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.