ETV Bharat / city

ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ପ୍ରତିକ୍ରିୟା ରଖିଲେ ନିରଞ୍ଜନ, 5 ନୁହେଁ 9ରେ ଯିବେ ନେତା - ନିରଞ୍ଜୟ ପଟ୍ଟନାୟକଙ୍କ ପ୍ରତିକ୍ରିୟା

କିଏ ଓ କେବେ ଓଡ଼ିଶା କଂଗ୍ରେସ କମିଟି ମଙ୍ଗ ଧରିବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ପରବର୍ତ୍ତୀ ପିସିସି ମୁଖିଆ କିଏ ହେବେ ଓଡ଼ିଶାରେ ଏହାର ସମାଧାନ ହୋଇପାରିଲା ନାହିଁ ଶେଷରେ ଦିଲ୍ଲୀ ଦରବାରରୁ ଆସିଲା ଡାକରା । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

ଦିଲ୍ଲୀ ଯିବେ କଂଗ୍ରେସ ନେତା ବିଧାୟକ, ଏହା କହିଲେ ପିସିସି ସଭାପତି

author img

By

Published : May 4, 2022, 2:00 PM IST

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିରେ ସଭାପତି ପରିବର୍ତ୍ତନ ନେଇ ଆଲୋଚନା ଜୋର ଧରିଛି । ତେବେ କିଏ ଓ କେବେ ଓଡ଼ିଶା କଂଗ୍ରେସ କମିଟି ମଙ୍ଗ ଧରିବ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ପରବର୍ତ୍ତୀ ପିସିସି ମୁଖିଆ କିଏ ହେବେ ଓଡ଼ିଶାରେ ଏହାର ସମାଧାନ ହୋଇପାରିଲା ନାହିଁ ଶେଷରେ ଦିଲ୍ଲୀ ଦରବାରରୁ ଆସିଲା ଡାକରା ।

ମେ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସକୁ ନୂଆ ସଭାପତି ମିଳିଯିବ ବୋଲି ଆଲୋଚନା ହେଉଥିଲା । ତେବେ ମେ ୫ ତାରିଖ ନୁହେଁ ବରଂ ୯ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସ ନେତା ଓ ବିଧାୟକ । ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଏନେଇ AICC ପକ୍ଷରୁ ପିସିସିକୁ ଦୁଇଟି ଚିଠି ଆସିଛି । ବିଧାୟକଙ୍କ ସହ ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଫେସ୍‌ ଟୁ ଫେସ୍‌ କଥା ହେବେ । ଏହାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, "ମୁଁ ଚାହୁଛି ପିସିସି ପରିବର୍ତ୍ତନ ହେଉ । ମୁଁ ମଧ୍ୟ ମୋର ଯାହା କହିବା କଥା ପ୍ରଭାରୀଙ୍କ ଆଗରେ କହିଛି । ସେ ବି ଦୁଇ ବର୍ଷ ହେବ ଓଡ଼ିଶାର ଦାୟିତ୍ୱରେ ଅଛନ୍ତି । ଦଳ କେମିତି ଓ କାହାକୁ ମୋ ଅନ୍ତେ ପିସିସି ସଭାପତି କଲେ ଭଲ ହେବ ତାହା ମୁଁ AICCଙ୍କୁ ଭେଟି ଜଣାଇବି ।"

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.