ETV Bharat / city

ଗୋଷ୍ଠୀକନ୍ଦଳରେ ଦେଶରେ ନମ୍ବର ୧ ଓଡି଼ଶା: ନିରଞ୍ଜନ ପଟ୍ଟନାୟକ - ନିରଞ୍ଜନ ପଟ୍ଟନାୟକ ଓଡିଶା କଂଗ୍ରେସ ପିସିସି

ପିସିସି ସଭାପତି ପରେ ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ କଂଗ୍ରେସରେ ଏବେ ଘମାସାନ ଚାଲିଛି । ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

CLP  ନେତା ପରିବର୍ତ୍ତନ ଦାବି ପ୍ରସଙ୍ଗରେ ଏମିତି କହିଲେ ନିରଞ୍ଜନ

author img

By

Published : Apr 21, 2022, 10:10 PM IST

ଭୁବନେଶ୍ବର: ପିସିସି ସଭାପତି ପରେ ବିଧାୟକ ଦଳ ନେତା ପରିବର୍ତ୍ତନ ନେଇ କଂଗ୍ରେସରେ ଏବେ ଘମାସାନ ଚାଲିଛି । ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ନିରଞ୍ଜନ କହିଛନ୍ତି ବିଧାୟକ ଦଳ ନେତା ପରିବର୍ତ୍ତନ କଥା ମୁଁ ଜାଣିନାହିଁ । ତଥାପି କେହିବି ହାଇକମାଣ୍ଡକୁ ଯାଇ ଦେଖା କରିପାରିବେ। ଯାହାର କାମ ଯାହା ସେ ତାହା କରିବେ । ଦେଶରେ ଯେତେ ଗୋଷ୍ଠୀକନ୍ଦଳ ଓ ଗୁଜବ ହୁଏ, ଓଡିଶାରେ ଏହି ସଂଖ୍ୟା ସବୁଠୁ ଅଧିକ ।

CLP ନେତା ପରିବର୍ତ୍ତନ ଦାବି ପ୍ରସଙ୍ଗରେ ଏମିତି କହିଲେ ନିରଞ୍ଜନ

ସେହିପରି ମମିତା ମେହେରକୁ ନ୍ୟାୟ ଦେବା ପ୍ରସଙ୍ଗରେ ନରସିଂହ ମିଶ୍ରଙ୍କ ବାପା ପୁଅ-ଓକିଲାତି ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି, ମମିତାକୁ ନ୍ୟାୟ ଦେବା ପାଇଁ ନରସିଂହ ବାବୁ କଳା କୋର୍ଟ ପିନ୍ଧିଲେ । ହେଲେ ତାଙ୍କ ପୁଅ ସରକାରଙ୍କ ପକ୍ଷ ରଖିବା ପାଇଁ ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତ ହୋଇଛନ୍ତି । ମୁଁ ବି ଏହାକୁ ବୁଝିପାରୁନି ।

ନରସିଂହ ବାବୁଙ୍କୁ ପଚାରିଲେ ସେ କହିପାରିବେ । ରାଜନିତୀରେ ଏହାର ପ୍ରଭାବ ପଡିପାରେ । ସାଧାରଣ ଭାବରେ ଜଣେ ଏହାକୁ ଭାବିବା ଉଚିତ । ହେଲେ ପେଶା ଯେହେତୁ ଓକିଲାତି ସରକାରଙ୍କର ତାଙ୍କ ପ୍ରତି ବିଶ୍ଵାସ ହେଲା । ତାଙ୍କୁ ସରକାର ନିଯୁକ୍ତ କଲେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.