ETV Bharat / city

ନୈତିକତା ଅଭାବରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପିସିସି ସଭାପତି - resignation of Chief Minister

ରାଜନୀତିରେ ନୈତିକତାକୁ ନେଇ ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମିଳନୀ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପିସିସି ମୁଖ୍ୟ । ଅଧିକ ପଢନ୍ତୁ...

ନୈତିକତା ଅଭାବରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପିସିସି ସଭାପତି

author img

By

Published : Dec 1, 2020, 8:33 PM IST

ଭୁବନେଶ୍ବର: କଂଗ୍ରେସର ସାମ୍ବାଦିକ ସମ୍ମିଳନୀ । ରାଜନୀତିରେ ନୈତିକତାକୁ ନେଇ ମଙ୍ଗଳବାର ଭୁବନେଶ୍ୱର କଂଗ୍ରେସ ଭବନରେ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମିଳନୀ କରାଯାଇଥିଲା । ନୈତିକତା ଅଭାବରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛନ୍ତି ପିସିସି ମୁଖ୍ୟ ।

ନୈତିକତା ଅଭାବରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପିସିସି ସଭାପତି

ସମ୍ବିଧାନକୁ ରକ୍ଷା କରି ଆମେ କାମ କରୁଛୁ କି ନାହିଁ ଏବଂ ସତ ପଥରେ ଅଛୁ ନା ନାହିଁ ସେ ନେଇ ନିଜକୁ ପ୍ରଶ୍ନ କରନ୍ତୁ । ଏଭଳି ପରିସ୍ଥିତିରେ ଦେଶ ଆଗେଇବ କେମିତି ? ବିଧାନସଭା ସୁରକ୍ଷିତ ରଖିବା ପାଇଁ ବାଚସ୍ପତି ଉତ୍ତରଦାୟୀ । ସେହିପରି ବିଧାନସଭା ବାହାରେ ଆତ୍ମହୁତି ଦେବାକୁ ୪ ଜଣ ଆସିଲେ କେମିତି ? ବିଧାନସଭା ସୁରକ୍ଷିତ ନୁହେଁ। ହାଜତ ମୃତ୍ୟରେ କର୍ମଚାରୀଙ୍କୁ ବଦଳି କରିବା ସମାଧନାର ବାଟ କି ବୋଲି ପ୍ରଶ୍ନ ପଚାରିଛନ୍ତି ପିସିସି ସଭାପକି ।

ନିରଞ୍ଜନ ପଟ୍ଟନାୟକ ପୁଣି କହିଛନ୍ତି, ସରକାରଙ୍କ ଗୁଇନ୍ଦା ଫେଲ । ନୟାଗଡ଼ ଘଟଣା ଏହାର ଏକ ଉଦାହରଣ । ଓଡିଶାରେ ମହିଳାଙ୍କ ଵିରୋଧରେ ହିଂସା, ଶିଶୁଙ୍କ ବିରୋଧରେ ହିଂସା, ନିଖୋଜ ଶିଶୁଙ୍କ ସଂଖ୍ୟା ବଢ଼ୁଚି । ରାଜ୍ୟରେ ୯ ହଜାର ପୋଲିସ ପଦବୀ ଖାଲି । ସୁରକ୍ଷା କେମିତି ମିଳିବ । ୨୫ ବର୍ଷ ହେଲା ଗୋଟିଏ ଦଳକୁ ଭୋଟ ଦେଉଛନ୍ତି ଲୋକେ ହେଲେ ହେଉଛି କଣ ।

ସେହିପରି ବିଜେପି ଯେଉଁ କଂଗ୍ରେସ ମ୍ୟାନେଜ ହେଲା ବୋଲି ଅଭିଯୋଗ କଲେ, ବିଜେପି ପ୍ରଥମେ ନିଜ କଥା ବୁଝୁ । ବିଜେଡି ଓ ବିଜେପି ମିଳିମିଶି କାମ କରୁଛନ୍ତି । ବିଭିନ୍ନ ମାମଲାରେ ବିଜେପିର ବଡ ବଡ ନେତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ କାହିଁ ହେଉନି । କାରଣ ଉଭୟ ବିଜେପି-ବିଜେଡି ମିଶିଛନ୍ତି । ବିଧାନସଭାରେ ପରୀ ଅପହରଣ ମାମାଲ ପ୍ରଥମେ କଂଗ୍ରେସ ଉଠାଇଥିଲା । ଏଥିପୂର୍ବରୁ ବିଜେପି କଣ ଶୋଇଥିଲା ? ଘଟଣା କଣ କେହି ଜାଣିପାରିଲେନି ।

ସେପଟେ ସମ୍ବିତ ପତ୍ର କହିଲେ 9 ଜଣ କଂଗ୍ରେସ ବିଧାୟକ ଟଙ୍କା ନେଇ ମ୍ୟାନେଜ ହୋଇଛନ୍ତି । ଏହି କଥା ସମ୍ପୂର୍ଣ୍ଣ ମିଥ୍ୟା । ସମ୍ବିତ ପାତ୍ର ଆମ ଉପରେ ଯେଉଁ ମିଥ୍ୟା ଅଭିଯୋଗ ଆଣିଛନ୍ତି ତୁରନ୍ତ କ୍ଷମା ମାଗନ୍ତୁ ନହେଲେ ଆମେ ଆଇନର ଆଶ୍ରୟ ନେବାକୁ ବାଧ୍ୟ ହେବୁ ବୋଲି ଏହି ସମ୍ବାଦିକ ସମ୍ମିଳନୀ କରି କହିଲେ ନିରଞ୍ଜନ ପଟ୍ଟନାୟକ ।

ସେହିପରି ବିଜେପି ନିଜର ଫେସ୍ ସେଭିଂ ପାଇଁ ଏଭଳି କାମ କରୁଛନ୍ତି । ବାଲେଶ୍ବରରେ ଏବେ ହାରିଛନ୍ତି । ବିଜେପି ବିଜେଡି ଭାଇ ଭାଇ ବୋଲି ସାରା ରାଜ୍ୟରେ ବିଜେପି ବଦନାମ ହେଲେଣି । ତେଣୁ ନିଜର ବଦନାମକୁ ଘଉଡାଇବା ପାଇଁ ଖାଲି ଡ୍ରାମା କରୁଛି ବିଜେପି । ଅନ୍ୟପଟେ ଆଇଏଫଏସ ଅଭୟ ପାଠକ ଓ ତାଙ୍କ ପୁଅର ଦୁର୍ନୀତି ମାମଲାରେ ପୂର୍ବରୁ କଣ ସରକାର ଜାଣିପାରିନାହିଁ । ରାଜ୍ୟରେ ବିଭିନ୍ନ ଅପରାଧିକ ମାମଲାରେ ସିବିଆଇ ତଦନ୍ତ କଣ ହୋଇଛି ତାହା ସମସ୍ତେ ଜାଣନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଏସଆଇଟି ତଦନ୍ତ ବେଶୀ ନିରପେକ୍ଷ ନାଁ ସିବିଆଇ, ବିଚାର କରନ୍ତୁ ବୋଲି କହିଲେ ନିରଞ୍ଜନ ।

ବିଜେପିର କଣ ନ୍ୟାୟାଳୟ ଅଧୀନରେ ତଦନ୍ତ ଉପରେ ଭରସା ନାହିଁ । ଆମେ ଓଡିଶା ଲୋକଙ୍କୁ ନ୍ୟାୟ ଦେବାକୁ ଚାହୁଁ, ସତ୍ୟ ପଥରେ ଯିବାକୁ ଚାହୁଁ । ଦାୟିତ୍ୱରେ ଥିବା ଲୋକଙ୍କ ନୈତିକତା ନାହିଁ । ଯଦି ଅଛି ଇସ୍ତଫା ଦିଅନ୍ତୁ ବୋଲି କହିଲେ ନିରଞ୍ଜନ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.