ଭୁବନେଶ୍ବର: ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟର ୧୦ ଜିଲ୍ଲାରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟରେ ଲାଗିଲା ନାଇଟ କର୍ଫ୍ୟୁ । ଏପ୍ରିଲ ୫ ତାରିଖରୁ ଲାଗୁ ହେବ ନିୟମ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନ ଜାରି କରିଛନ୍ତି ନିର୍ଦେଶନାମା ।
ରାତି ୧୦ ଟା ରୁ ଭୋର ୫ ଟା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ।ଏହି ସୀମାବର୍ତୀ ଜିଲ୍ଲା ଗୁଡିକରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାର ଦେଖିବାକୁ ମିଳିଛି। ପଶ୍ଚିମ ଓଡିଶାର ୭ ଟି ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ୩ ଟି ଜିଲ୍ଲାରେ ଏହି ନାଇଟ କର୍ଫ୍ୟୁ ଜାରି ହୋଇଛି।
ରାତ୍ରି କାଳୀନ କଟକଣାରୁ ଡାକ୍ତର ସେବା, ପାରାମେଡିକାଲ ସେବା, ନର୍ସ, ଆମ୍ବୁଲାନ୍ସ, ଆମ୍ବୁଲାନ୍ସ କର୍ମଚାରୀ,ଔଷଧ ଦୋକାନୀ,ଶିଳ୍ପ ସଂସ୍ଥାର କର୍ମଚାରୀ, ନିର୍ମାଣ ଧୀନ ୟୁନିଟର କର୍ମଚାରୀ, ବିଦ୍ୟୁତ କର୍ମଚାରୀ, ଜଳ ଯୋଗାଣ କର୍ମଚାରୀ, ମୁନିସିପାଲ କର୍ମଚାରୀ,ସରକାରୀ କାର୍ଯ୍ୟରତ କର୍ମଚାରୀଙ୍କୁ ଏହି ନାଇଟ କର୍ଫ୍ୟୁରୁ ବାଦ ଦିଆଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଭବାନୀ ଶଙ୍କର ଦାସ, ଇଟିଭି ଭାରତ