ETV Bharat / city

Covid Assistance: ଖୁସି ପ୍ରକାଶ କଲେ Newspaper Hawkers

author img

By

Published : Dec 23, 2021, 8:13 PM IST

Updated : Dec 23, 2021, 8:50 PM IST

ଖବର କାଗଜ ବିତରକଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା

20:40 December 23

ଖୁସି ଜାହିର କଲେ ଭଦ୍ରକର ଖବର କାଗଜ ବିତରକ

ଖୁସି ଜାହିର କଲେ ଭଦ୍ରକର ଖବର କାଗଜ ବିତରକ

ଭଦ୍ରକ: ଜିଲ୍ଲାରେ ୨୭୨ ଜଣ ପଞ୍ଜୀକୃତ ଖବରକାଗଜ ହକରଙ୍କୁ ମିଳିଲା ସ୍ବତନ୍ତ୍ର କୋଭିଡ ସହାୟତା। ଏନେଇ ଭଦ୍ରକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଏକ ସ୍ଵତନ୍ତ୍ର ଭର୍ଚୁଆଲ କାଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଭଦ୍ରକ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ସହ ସିଧାସଳଖ ଯୋଡ଼ି ହୋଇଥିଲେ ।

ରାଜ୍ୟରେ ପ୍ରତ୍ୟେକ ପଞ୍ଜୀକୃତ ଖବରକାଗଜ ବିତରକଙ୍କ ପାଇଁ ୬ ହଜାର ଟଙ୍କା କୋଭିଡ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାସହିତ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା, ଅର୍କମଣ୍ୟ ହେଲେ ଦେଢ଼ ଲକ୍ଷର ଟଙ୍କା ଓ ସ୍ବାଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ।

ଭିସି ଯୋଗେ ଏହି ସହାୟତା ରାଶି ଯୋଗାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଭଦର୍କ ଜିଲ୍ଲା ଖବର କାଗଜ ବିତରକ । ଏହି ଅର୍ଥରାଶି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ । ଫଳରେ ପ୍ରତିକୂଳ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସମସ୍ତ ଖବରକାଗଜ ହକର୍‌ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

20:27 December 23

ବାଲେଶ୍ବରରେ ୧୭୪ ବିତରକ ପାଇଲେ ସହାୟତା

ବାଲେଶ୍ବରରେ ୧୭୪ ବିତରକ ପାଇଲେ ସହାୟତା

ବାଲେଶ୍ବର: ଖବର କାଗଜ ବିତରକଙ୍କ ପାଇଁ କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ପ୍ରତି ହକରଙ୍କୁ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଏହା ବାଲେଶ୍ବରରୁ ଆରମ୍ଭ ହୋଇଛି । ବାଲେଶ୍ବରରେ ୧୭୪ଜଣ ଖବରକାଗଜ ବିତରକ ଏଥିରେ ଲାଭବାନ ହୋଇପାରିବେ । ଏହାକୁ ନେଇ ବାଲେଶ୍ବରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ବାଲେଶ୍ବର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ସୀମିତ ସଂଖ୍ୟକ ଖବର କାଗଜ ବିତରକ ଯୋଗ ଦେଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

20:19 December 23

ଖବର କାଗଜ ବିତରକଙ୍କୁ କୋଭିଡ ସହାୟତା, ଖୁସି ବ୍ୟକ୍ତ କଲେ ସମ୍ବଲପୁର ହକର୍ସ

ସମ୍ବଲପୁର: ଖବରକାଗଜ ହକରମାନଙ୍କୁ ମିଳିବ ପରିଚୟ ପତ୍ର ଓ ସାମାଜିକ ସ୍ୱୀକୃତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବର କାଗଜ ବିତରକଙ୍କ ପାଇଁ କୋଭିଡ ସହାୟତା ରାଶି ଘୋଷଣା କରିବା ସହ ଏହା କହିଛନ୍ତି । ଭିସି ଜରିଆରେ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ଖବରକାଗଜ ବିତରକ ।

ଏହାକୁ ନେଇ ଗୁରୁବାର ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜିଲ୍ଲାର ୩୧୧ ଜଣ ହକରଙ୍କୁ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।

ଆଗାମୀ ଦିନରେ ହକରମାନଙ୍କୁ ରିଚୟ ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହାସହ ଜିଲ୍ଲା ଶ୍ରମ ବିଭାଗ ର କାର୍ଯ୍ୟାଳୟରୁ ମଧ୍ୟ ସମସ୍ତ ସରକାରୀ ସୁବିଧା ଏହି ହକର ମାନଙ୍କୁ ମିଳିବ । ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଖବର କାଗଜ ବିତରକ ।

ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ

19:11 December 23

ରାୟଗଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ପଞ୍ଜିକୃତ ସମସ୍ତ ଖବର କାଗଜ ବିତରକଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାକୁ ରାୟଗଡାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ସୀମିତ ସଂଖ୍ୟକ ଖବର କାଗଜ ବିତରକ ଯୋଗ ଦେଇଥିଲେ । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଏହି ସ୍ବତନ୍ତ୍ର କୋଭିଡ ସହାୟତା ଦ୍ବାରା ସମ ପଞ୍ଜୀକୃତ ହକରମାନେ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି । ଏହି ଯୋଜନାରେ ଜିଲ୍ଲାର ସମୁଦାୟ ୧୧୫ ଜଣ ଖବରକାଗଜ ବିତରକ ପଞ୍ଜୀକୃତ ହୋଇଛନ୍ତି l ଏହି ସମୟପୋଯୋଗୀ ସହାୟତା ସେମାନଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରି ଦେଇଛି । ଏହି ଘୋଷଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଖବର କାଗଜ ବିତରକ ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Dec 23, 2021, 8:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.