ଭୁବନେଶ୍ବର: ଓଡିଶା ରାଜ୍ୟ ବିଧାନସଭାର ୧୬ତମ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବା ସୂଚନା । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏହା ଉଭୟ ସର୍ବୋଚ୍ଚ ନେତାଙ୍କ ପ୍ରଥମ ସାକ୍ଷାତ ।
ରାଜଭବନରେ ଉଭୟ, ଉଭୟଙ୍କୁ ଭେଟିବା ପରେ ଆଲୋଚନା କରିଛନ୍ତି । ପ୍ରାୟ 45 ମିନିଟ ଧରି ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଧାନସଭା ସୁରୁଖୁରୁରେ ଚଳାଇବା ନେଇ ରାଜ୍ୟପାଳ ବାଚସ୍ପତିଙ୍କୁ ଉଚିତ ପରାମର୍ଶ ଦେଇଛନ୍ତି । ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମୟରେ ରାଜଭବନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର