ETV Bharat / city

କଟକଣା ମଧ୍ୟରେ ନବବର୍ଷ ପାଳନ ପାଇଁ ରାଜଧାନୀବାସୀ ପ୍ରସ୍ତୁତ - state capital people reaction on new year celebration

କୋଭିଡ ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ଏଥର ମଧ୍ୟ ଫିକା ପଡିବ ନବବର୍ଷ । ହେଲେ କଟକଣା ମଧ୍ୟରେ ନବବର୍ଷ ପାଳନ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ରାଜଧାନୀବାସୀ । ଅଧିକ ପଢନ୍ତୁ

ଏଥର ମଧ୍ୟ ଫିକା ପଡିବ ନବବର୍ଷ
ଏଥର ମଧ୍ୟ ଫିକା ପଡିବ ନବବର୍ଷ
author img

By

Published : Dec 31, 2021, 9:06 PM IST

Updated : Dec 31, 2021, 10:49 PM IST

ଭୁବନେଶ୍ବର: କୋଭିଡ ନୂଆ ଭାରିଏଣ୍ଟ ଓମିକ୍ରନ ପାଇଁ ଏଥର ମଧ୍ୟ ଫିକା ପଡିବ ନବବର୍ଷ । ଜନ ସମାବେଶକୁ ଦୃଷ୍ଟିରେ ରଖି ରାଜ୍ୟସରକାରଙ୍କ ପକ୍ଷରୁ ଜିରୋନାଇଟ ସେଲିବ୍ରେସନ ଉପରେ ରୋକ ଲଗାଯାଇ ଥିବାବେଳେ ବିଭିନ୍ନ ଧର୍ମାନୁଷ୍ଠାନରେ ମଧ୍ୟ କଟକଣା ଜାରିକରାଯାଇଛି । ଏପରିକି ଭୋଜି ଉପରେ ମଧ୍ୟ ରୋକ ଲଗାଇଛନ୍ତି ସରକାର ।

କଟକଣା ମଧ୍ୟରେ ନବବର୍ଷ ପାଳନ ପାଇଁ ରାଜଧାନୀବାସୀ ପ୍ରସ୍ତୁତ

ଫଳରେ ଲୋକଙ୍କ ମନରେ ସାମାନ୍ୟ ଅବଶୋଷ ଦେଖାଦେଇଛି । ତଥାପି ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କଟକଣା ଅନୁସାରେ ଘରେ ରହି ନୂଆବର୍ଷ ପାଳନ କରିବାକୁ ମନସ୍ଥ କରିଛନ୍ତି ରାଜଧାନୀବାସୀ । ପରିବାର ପରିଜନଙ୍କ ସହ କେକ୍ କାଟି ଇଂରାଜୀ ନବବର୍ଷକୁ ସ୍ୱାଗତ କରିବେ ବୋଲି ରାଜଧାନୀବାସୀ କହିଛନ୍ତି । ଅନ୍ୟପଟେ କଟକଣା ମଧ୍ୟରେ ଯେଉଁ କେତେକ ବଜାର, ମଲ ଖୋଲା ରହିଛି ସେଠାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

ଏଥର ମଧ୍ୟ ଫିକା ପଡିବ ନବବର୍ଷ

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Dec 31, 2021, 10:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.