ETV Bharat / city

ରାଜ୍ୟରେ ନୂତନ ମୋଟରଯାନ ଆଇନ; 24 ଘଣ୍ଟାରେ 1କୋଟି 6ଲକ୍ଷ ଫାଇନ ଆଦାୟ - ନୂତନ ମୋଟରଯାନ ଆଇନରେ ଫାଇନ ଆଦାୟ

New vehicle act in odisha, 24 ଘଣ୍ଟାରେ 1କୋଟି 6ଲକ୍ଷ ଫାଇନ ଆଦାୟ, fine in odisha, ନୂତନ ମୋଟରଯାନ ଆଇନ, ନୂତନ ମୋଟରଯାନ ଆଇନରେ ଫାଇନ ଆଦାୟ, 1 crore 6 lakhs fine collected in last 24 hours
ରାଜ୍ୟରେ ନୂତନ ମୋଟରଯାନ ଆଇନ; 24 ଘଣ୍ଟାରେ 1କୋଟି 6ଲକ୍ଷ ଫାଇନ ଆଦାୟ
author img

By

Published : Mar 2, 2020, 2:14 PM IST

Updated : Mar 2, 2020, 3:03 PM IST

13:39 March 02

ରାଜ୍ୟରେ ନୂତନ ମୋଟରଯାନ ଆଇନ; 24 ଘଣ୍ଟାରେ 1କୋଟି 6ଲକ୍ଷ ଫାଇନ ଆଦାୟ

ଭୁବନେଶ୍ବର: ରାଜ୍ୟରେ କଡାକଡି ହୋଇଛି ନୂତନ ମୋଟର ଯାନ ଆଇନ । ଏନେଇ ଗତ 24 ଘଣ୍ଟା ଭିତରେ 3870 ଜଣଙ୍କ ପାଖରୁ ଆଦାୟ ହୋଇଛି ମୋଟ 1 କୋଟି 6 ଲକ୍ଷ ଟଙ୍କା। ରବିବାରଠାରୁ ନୂଆ ମୋଟର ଯାନ ଆଇନ କଡାକଡି ହେବା ପରେ କଡାକଡି ହୋଇଛି ଯାଞ୍ଚ ପ୍ରକ୍ରିୟା ।  

ଏହି କ୍ରମରେ ଗାଡିରେ 3 ଜଣ ବସିଥିବା ଅଭିଯୋଗରେ 126 ଜଣ ଧରା ପଡିଛନ୍ତି। ମୋବାଇଲରେ କଥା ହୋଇ 48, ବିପରୀତ ଦିଗରେ ଗାଡି ଚଳାଇ 10, ମଦ ପିଇ 24, ବିନା ହେଲମେଟରେ 1831, ବିନା ସିଟ ବେଲ୍ଟରେ 349 ଓ ଦ୍ରୁତ ଗାଡି ଚାଳନାରେ 277 ଲୋକଙ୍କଠାରୁ ଜୋରିମାନା ଆଦାୟ ହୋଇଛି। ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।  

ତେବେ 3870 ଜଣଙ୍କ ଭିତରୁ ଆରଟିଓ 1758ଜଣଙ୍କ ପାଖରୁ 88 ଲକ୍ଷ ଓ ପୋଲିସ 2112 ଜଣଙ୍କ ପାଖରୁ 18 ଲକ୍ଷ ଟଙ୍କା ଆଦାୟ କରିଛି। ସେପଟେ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କ ବିରୋଧରେ ପୋଲିସ ସିଧା ମାମଲା ରୁଜୁ କରୁଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Mar 2, 2020, 3:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.