ETV Bharat / city

‘୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ ଡେଲ୍ଟା ପ୍ଲସର ନୂଆ ଭାରିଆଣ୍ଟ’

author img

By

Published : Oct 25, 2021, 1:39 PM IST

ଇନ୍ଦୋର ଓ ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ତେଣୁ ଏହା 10 ପ୍ରତିଶତ ଅଧିକ ସଂକ୍ରମିତ କରିବ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ...

୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ ଡେଲ୍ଟା ପ୍ଲସର ନୂଆ ଭ୍ୟାରିଆଣ୍ଟ: DMET

ଭୁବନେଶ୍ବର: ଡେଲ୍ଟା ପ୍ଲସର ନୂଆ ଭାରିଆଣ୍ଟକୁ ନେଇ ଡିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ‘ଇନ୍ଦୋର ଓ ମହାରାଷ୍ଟ୍ରରେ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା 10 ପ୍ରତିଶତ ଅଧିକ ସଂକ୍ରମିତ କରିବ । ଡେଲ୍ଟା ପ୍ଲସ ପ୍ରଜାତିର ଏହା ଏକ ନୂଆ ଭାରିଆଣ୍ଟ । ତେବେ ଏହି ଭାଇରସ ଏପର୍ଯ୍ୟନ୍ତ କେତେ ସଂକ୍ରମିତ କରୁଛି ତାହା ସ୍ପଷ୍ଟ ହୋଇନାହିଁ । ଏନେଇ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି ଏହା ଉପରେ ଆମେ ନଜର ରଖିଛୁ ବୋଲି ସିବିକେ ମହାନ୍ତି କହିଛନ୍ତି ।

ଏହି ନୂଆ ଭାରିଆଣ୍ଟ ୟୁକେରେ ପ୍ରଥମେ ଦେଖାଦେଇଥିଲା । ଆଉ ଏହା ଏବେ ଇନ୍ଦୋରରେ 7 ଏବଂ ମହାରାଷ୍ଟ୍ରରେ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛି । ସଂଖ୍ୟା ଦୄଷ୍ଟିରୁ ଦେଖିଲେ ଏହା ଏତେ ଆଶଙ୍କା ସୄଷ୍ଟି କରିନାହିଁ । ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭାରିଆଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି । ତାପରେ ଭାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଏବଂ ତାପରେ କନସର୍ଣ୍ଣ । ଭାରିଆଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ । ଏହା ଭାରିଆଣ୍ଟ ଅଫ ଇନଭେଷ୍ଟିଗେସନ ୟୁ.କେ ବୋଲି ଘୋଷଣା କରିଛି, ଯେହେତୁ ଏହା ୟୁକେରେ ପ୍ରଥମେ ଡିଟେକ୍ଟ ହୋଇଥିଲା । ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଏହା ଦେଖାଯାଉଛି । ଭାରତରେ ଦେଖିଲେ ଏହା ଅତି ନଗଣ୍ୟ । ତେଣୁ ଏବେ ଵ୍ୟସ୍ତ ହେବାର ସମୟ ଆସିନି ।

ଡ଼ବ୍ଲୁଏଚଓ ଏବଂ ୟୁ କେ ଏଜେନ୍ସି ସବୁ କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ । ତେବେ ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ, ତାହା ଏଯାବତ ଜଣା ପଡିନି। ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି ତଦନ୍ତ ସାପେକ୍ଷ । କେତେ ଦୂର ଏହାକୁ ଭ୍ୟାକ୍ସିନ ପ୍ରତିହତ କରିବ ସେ କଥା ବି ଡ଼ବ୍ଲୁଏଚଓ କହିନାହିଁ । ତେଣୁ ସମୟ କହିବ ଏହା କେତେଦୂର ପରିସ୍ଥିତିକୁ ବିଗାଡିବ। ଡେଲ୍ଟା ଭାଇରସର ୫୫ଟି ଉପ ପ୍ରଜାତି ରହିଛି । ତା ଭିତରୁ ଅଳ୍ପ କେତୋଟି ଲୋକଲୋଚନକୁ ଆସିଛି । ଏହା ଉପରେ ଜେନୋମିକ ଷ୍ଟଡି ଚାଲିଛି । ନୂଆ ଭାଇରସ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ । ଏନେଇ ପରୀକ୍ଷା ନିରିକ୍ଷା ଚାଲିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.