ETV Bharat / city

ନର୍ସ ନିହାରୀକା ହତ୍ୟା ଘଟଣା: ଡିଏନଏ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲରେ ପିତାମାତା

author img

By

Published : Sep 20, 2019, 4:54 PM IST

ନର୍ସ ନିହାରିକା ହତ୍ୟାକାଣ୍ଡ ଘଟଣା । ମିଳିଥିବା ମୃତଦେହ ଅଭିଯୋଗକାରୀଙ୍କ ଝିଅ କି ନୁହେଁ ଜାଣିବା ପାଇଁ ଝିଅର ପିତାମାତାଙ୍କ ଡିଏନ୍‌ଏ ଟେଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଲା ପୋଲିସ । ଅଧିକ ପଢନ୍ତୁ...

ନର୍ସ ନିହାରିକା ହତ୍ୟା ଘଟଣା: କ୍ୟାପିଟାଲ ହସ୍ପିଟାଲରେ ପିତା, ମାତା

ଭୁବନେଶ୍ବର: ଘନଉଛି ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣା । ଚାରିଦିନ ପୂର୍ବରୁ ଜଗତସିଂହପୁରରେ ଘଟିଥିବା ନର୍ସ ନିହାରୀକା ହତ୍ୟା ଘଟଣାରେ ଦିନକୁ ଦିନ ନୂଆତଥ୍ୟ ସାମ୍ନାକୁ ଆସୁଛି ।

ନର୍ସ ନିହାରିକା ହତ୍ୟା ଘଟଣା: କ୍ୟାପିଟାଲ ହସ୍ପିଟାଲରେ ପିତା, ମାତା

ଗୋଟିଏପଟେ ପୋଲିସ ମୃତଦେହ ଠାବ କରି ପୋଷ୍ଟମୋର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଅନ୍ୟପଟେ ମିଳିଥିବା ମୃତଦେହ ଅଭିଯୋଗକାରୀଙ୍କ ଝିଅ କି ନୁହେଁ ଜାଣିବା ପାଇଁ ପୋଲିସ ଝିଅର ପିତା ମାତାଙ୍କ ଡିଏନ୍‌ଏ ଟେଷ୍ଟ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣିଛି ।

ଝିଅ ମୃତ୍ୟୁରେ ମ୍ରିୟମାଣ ହୋଇପଡିଥିବା ପିତାମାତା ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ଏହାସହ ତାଙ୍କ ଝିଅକୁ ଯିଏବି ହତ୍ୟା କରିଛି ତାକୁ ସେହିପରି ମାରି ଦିଆଯାଉ ବୋଲି ସେମାନେ ସରକାରଙ୍କ ନିକଟରେ ବିନତୀ କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଝିଅର ହତ୍ୟାକାରୀ କୁହାଯାଉଥିବା ରାଜା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ତେବେ ଡିଏନଏ ଟେଷ୍ଟ ପରେ ପ୍ରକୃତ ଦୋଷୀ କିଏ ଜଣାପଡିବ ବୋଲି କହିଛି ପୋଲିସ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଜକୁ ଚାରିଦିନ ତଳେ ଜଗତସିଂହପୁର ଜିଲ୍ଲାର ରେ ଘଟିଥିବା ନର୍ସ ନିହାରିକା ହତ୍ୟା ଘଟଣାରେ ଦିନକୁ ଦିନ ନୂଆ ତଥ୍ୟସାମ୍ନାକୁ ଆସୁଛି।ପୋଲିସ ମୃତଦେହ ଠାବ କରିଥିବା ବେଳେ ତାର ପୋଷ୍ଟ ମଟମ ରୋପୋର୍ଟ କୁ ଅପେକ୍ଷା କରାଯାଇଛି।ଏଣେ ମିଳିଥିବା ମୃତ ଦେହ ଅଭିଯୋଗକାରୀ ଙ୍କ ଝିଅ କି ନୁହେଁ ଜାଣିବା ପାଇଁ ପୋଲିସ ଅଭିଯୋଗକାରୀ ଝିଅର ପିତା ମାତା ଗଗନ ପାତ୍ର ଓ ପ୍ରତିମା ପାତ୍ରଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଛି।

Body:ଏଣେ ଝିଅର ହତ୍ୟାକାରୀ କୁହାଯାଉଥିବା ରାଜା ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବା ସୂଚନା ମିଳିଛି।ଏହି ଖବର ସେମାନେ ଜାଣି ନଥିବା ବେଳେ ଝିଅ ମୃତ୍ୟରେ ମ୍ରିୟମାଣ ହୋଇପଡିଥିବା ପିତାମାତ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି।ତାଙ୍କ ଝିଅ କୁ ଯିଏ ମାରିଛି ତାକୁ ସେହି ପରି ମାରି ଦିଆଯାଉ ବୋଲି ସେମାନେ ସରକାରଙ୍କ ନିକଟରେ ବିନତି କରିଛନ୍ତି।ତେବେ ତାଙ୍କ ଝିଅ ସହ ଆଗରୁ କୌଣସି ସମ୍ପର୍କ ନ ଥିବା ସେମାନେ କହିଥିବା ବେଳେ ହତ୍ୟାକାରୀ କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ତାଙ୍କ ପିତା କହିଛନ୍ତି।
ତେବେ କ୍ୟାପିଟାଲ ହସ୍ପିଟାଲ ରେ ଡ଼ଃ ବେହେରା ତାଙ୍କର ଡିଏନଏ ଟେଷ୍ଟ କରିବା ପରେ ପ୍ରକୃତରେ ମୃତ ନର୍ସ ନିହାରିକା କି ନୁହେଁ ବୋଲି ଜଣାପଡିବ।
ବାଇଟ-ଅଭିଯୋଗକାରୀ-ପ୍ରତିମା ପାତ୍ର,
ଗଗନ ପାତ୍ର,ମୃତ ନର୍ସ ନିହାରିକା ର ପିତାମାତ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.