ETV Bharat / city

ପୋଲିସଠୁ ଖସିଲେ ଧରିବ କ୍ୟାମେରା, ଘରେ ପହଞ୍ଚିବ ନୋଟିସ

ସାବଧାନ ନିୟମ ଭାଙ୍ଗିଲେ ଧରିବ କ୍ୟାମେରା । ଘରେ ପହଞ୍ଚିବ ନୋଟିସ । ନିୟମ କଡାକଡି ପାଳନ ଲକ୍ଷ୍ୟରେ ଆରମ୍ଭ ହୋଇଛି ଟ୍ରାଫିକ ଭାଓଲେଟର ଡିଟେକ୍ସନ ସିଷ୍ଟମ । ଏଭଳି ସୂଚନା ଦେଇଛନ୍ତି ପୋଲିସ କମିଶନର ।

New traffic rules
ପୋଲିସରୁ ଖସିଲେ ଜଗିବ କ୍ୟାମେରା, କେବଳ ରାସ୍ତା ନୁହେଁ ଘରେ ପହଞ୍ଚିବ ଜୋରିମାନା
author img

By

Published : Nov 30, 2019, 3:43 PM IST

Updated : Nov 30, 2019, 6:00 PM IST

ଭୁବନେଶ୍ବର: ଏଣିକି ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଖସିବା ମୁସ୍କିଲ । ଅଯଥାରେ ଟ୍ରାଫିକ ପୋଲିସ ସହ କରିପାରିବେ ନାହିଁ ଯୁକ୍ତି । ନିୟମ ଉଲ୍ଲଙ୍ଘନ କରିଥିଲେ କ୍ୟାମେରା କହିବ ସତ । କାରଣ ଲାଗୁ ହୋଇଛି ଟିଭିଡିଏସ ସିଷ୍ଟମ ଅର୍ଥାତ ଟ୍ରାଫିକ ଭାଓଲେଟର ଡିଟେକ୍ଟର ସିଷ୍ଟମ ।

New traffic rules
ପୋଲିସରୁ ଖସିଲେ ଜଗିବ କ୍ୟାମେରା

ସିଗନାଲରେ ଜେବ୍ରା ଲାଇନ ଅତିକ୍ରମ କଲେ, ରେଡ ଲାଇଟ ଅତିକ୍ରମ କଲେ, ଟ୍ରିପଲ ରାଇଡ ବା ବିନା ହେଲମେଟ ଓ ସିଟ୍‌ ବେଲଟ, ଓଭରଲୋଡିଂ ଠୁ ଆରମ୍ଭ କରି ସ୍ପିଡି ଡ୍ରାଇଭିଂ ଆଦି ସମସ୍ତ ଘଟଣା ଉପରେ ନଜର ରଖିବ କ୍ୟାମେରା । ସିସି କ୍ୟାମେରାରେ ଜାଣିହେବ ନିୟମ ଉଲ୍ଲଙ୍ଘନର କଥା । ସଙ୍ଗେ ସଙ୍ଗେ ଫାଇନ ନ ଦେଲେ ଘରେ ପହଞ୍ଚିବ ନୋଟିସ ।

ପୋଲିସରୁ ଖସିଲେ ଜଗିବ କ୍ୟାମେରା

କାରଣ ଅଟୋମେଟିକ ନମ୍ବର ପ୍ଲେଟ ରିଡରରେ ଜଣାପଡିଯିବ, କେମିତି ଉଲ୍ଲଙ୍ଘନ କରିଛନ୍ତି ଚ୍ରାଫିକ ନିୟମ ? କେତେ ଦେବେ ଜୋରିମାନା ? ତେବେ ସଙ୍ଗେ ସଙ୍ଗେ ଜୋରିମାନା ନ ଦେଇପାରିଲେ କମିସନରେଟ କାର୍ଯ୍ୟାଳୟ କାଉଣ୍ଟରରେ ଜମା କରିପାରିବେ ଚାଲାଣ ଟଙ୍କା । ଫାଇନ ଦେବାରେ ବିଳମ୍ବ କଲେ ସୁଧ ସହ ଦେବେ ଫାଇନ । ଏହାସହ ରୋଡ ଟ୍ୟାକ୍ସ ଜମା ବେଳେ ଦେବେ ଫାଇନ । ଏଥର ଟ୍ରାଫିକ ଉଲ୍ଲଙ୍ଘନରୁ ଖସି ନଯିବାକୁ ଏମିତି ହୋଇଛି ବ୍ୟବସ୍ଥା।

ଥରେ ଟ୍ରାଫିକ ଉଲ୍ଲଙ୍ଘନ କରିବା ପରେ, ଦ୍ବିତୀୟ ଥର ଏପରି କଲେ ଦ୍ବିଗୁଣା ହେବ ଜୋରିମାନା ଆଦାୟ । ତେବେ ପ୍ରତ୍ୟେକ ଦିନ ୫୦ରୁ ୧୦୦ ନିୟମ ଉଲ୍ଲଙ୍ଘନକାରୀଙ୍କୁ କ୍ୟାମେରା ଜରିଆରେ ଠାବ କରାଯାଇ ଘରକୁ ପଠାଯାଉଛି ନୋଟିସ୍‌ । ରୁପାଲି, ଏଜି ଛକ ପରି ୮ଟି ସ୍ଥାନରେ ରହିଛି ଟିଭିଡିଏସ ସିଷ୍ଟମ ବା ଟ୍ରାଫିକ ଭାଓଲେଟର ଡିଟେକ୍ସନ ସିଷ୍ଟମ । ରବିବାର ଠାରୁ କଡାକଡି ଲାଗୁ ହେବ ନିୟମ ।

ତେବେ ଡକ୍ୟୁମେଣ୍ଟ ଯାଞ୍ଚ ପରେ କୋହଳ ହେବ ଫାଇନ । ନଚେତ୍‌ ଚାଲାଣ ନିଶ୍ଚୟ କଟିବ । ଟ୍ରାଫିକ ଉଲ୍ଲଙ୍ଘନକାରୀ ଓ ଟ୍ରାଫିକ ନିୟମ ଉପରେ ବିଶେଷ ଫୋକସ ଦିଆଯାଇଥିବା କହିଛନ୍ତି ପୋଲିସ କମିସନର । ଅନ୍ୟପଟେ ଏଯାବତ ୧୫ ପ୍ରତିଶତ ଦୁର୍ଘଟଣା କମିଥିବା ବେଳେ, ୨୪ ଘଣ୍ଟା ମଧ୍ୟରେ ମଦ୍ୟପାନ କରି ଗାଡି ଚଳାଇବା କାରଣରୁ ୧୪୦ ଜଣ ମଦ୍ୟପ ଡ୍ରାଇଭର ଗିରଫ ହୋଇଥିବା ଓଡିଶା ପୋଲିସ ଟ୍ବିଟର ପେଜରେ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ନିୟମ ଭାଙ୍ଗିଲେ ଦେଖୁଛି କ୍ଯାମେରା,
ଘରେ ପହଂଚିବ ନୋଟିସରେ ଜରିମନାBody:

ଟ୍ରାଫିକ ଉଲଙ୍ଘନକାରୀ ହୁସିଆର
ନିୟମ ଭାଙ୍ଗିଲେ ନିଶ୍ଚୟ ଜରିମନା
ପୋଲିସରୁ ଖସିଲେ ଜଗିବ କ୍ଯାମେରା
ରାସ୍ତା ଉପରେ କେବଳ ନୁହେଁ ଘରେ ପହଂଚିବ ଜରିମନା।

ଏଣିକି ଟ୍ରାଫିକ ନିୟମ ଉଲଙ୍ଘନ କଲେ ଖସିବା ମୁସ୍କିଲ ।ଅଯଥାରେ ଟ୍ରାଫିକ ପୋଲିସ ସହ କରିପାରିବେ ନାହିଁ ଯୁକ୍ତି। ନିୟମ ଉଲଙ୍ଘନ କରିଥିଲେ କ୍ଯାମେରାରେ କହିବ ସତ କଥା।କାରଣ ଲାଗୁ ହୋଇଛି ଟିଭିଡିଏସ ସିଷ୍ଟମ।ଅର୍ଥାତ ଟ୍ରାଫିକ ଭାଓଲେଟର ଡିଟେକ୍ଟର ସିଷ୍ଟମ।ସିଗନାଲରେ ଜେବ୍ରା ଲାଇନ କ୍ରସ କଲେ।ରେଡ ଲାଇଟ ଅତିକ୍ରମ କଲେ ।ଟ୍ରିପଲ ରାଇଡ ବା ବିନା ହେଲମେଟ ଓ ସିଟ ବେଲଟ । ଓଭରଲୋଡିଂ ଠୁ ଆରମ୍ଭ କରି ସ୍ପିଡି ଡ୍ରାଇଭିଂ ସବୁ ନଜର ରଖିବ କ୍ଯାମେରା।କେବଳ ସିଗନାଲରେ ଟ୍ରାଫିକ କର୍ମଚାରି ନଜରରୁ ହଟିଗଲେ।ବଡି କ୍ଯାମେରା ବା ସିସିକ୍ଯାମେରା ରେ ଜାଣିହେବ ନିୟମ ଉଲଙ୍ଘନର କଥା । ସଙ୍ଗେ ସଙ୍ଗେ ଚାଲାଣ ନ ଦେଲେ ଘରେ ପହଂଚିଯିବ ଜରିମନା।
କାରଣ ଅଟୋମ୍ଟିକ ନମ୍ବର ପ୍ଲେଟ ରିଡର ରେ ଜଣାପଡିଯିବ। କେମିତି ଉଲଙ୍ଘନ କଲେ ଚ୍ରାଫିକ ନିୟମ କେତେ ଦେବେ ଜରିମନା।ତେବେ ସଙ୍ଗେ ସଙ୍ଗେ ଜରିମନା ନ ଦେଇପାରିଲେ କମିସନରେଟ କାର୍ଯାଳୟରେ କାଉଣ୍ଟରେ ଜମା କରିପାରିବେ ଚାଲାଣ ଟଙ୍କା।ନଦେଲେ ଜରିମନାର ସୁଧ ସହ ରୋଡ ଟ୍କାକ୍ସ ଜମା ବେଳେ ଦେବ ଜରିମନା ।
ଏଥର ଟ୍ରାଫିକ ଉଲଙ୍ଘନରୁ ଖସି ନଯିବାକୁ ଏମିତି ହୋଇଛି ବ୍ଯବସ୍ଥା।ଏଥିପାଇଁ ଟ୍ରାଫିକ କର୍ମଚାରି ଅଯଥାରେ କରିବେ ନାହିଁ ଯୁକ୍ତି।ରାସ୍ତା ଉପରେ ଅଟକାଇବେ ନାହିଁ ପୋଲିସ କର୍ମଚାରି।ନଦେଲେ ରାସ୍ତାରେ ଫାଇନ ଆପେ ଆପେ ଘରେ ପହଂଚିଲା ପରେ କମିସନରେଟ କାର୍ଯାଳୟରେ ଜମାକରିପାରିବେ ଫାଇନ।ଇ ମେସିନ ବିନା ନେବେ ନାହିଁ ଚାଲାଣ ।ଥରେ ଟ୍ରାଫିକ ଉଲଙ୍ଘନ କଲେ ୨ୟ ଥରକୁ ଉଲଙ୍ଘନ କଲେ ହେବ ଜରିମନା ଦୁଇଗୁଣା।ତେବେ ପ୍ରତ୍ଯକ ଦିନ ୫୦ରୁ ୧୦୦ ନିୟମ ଉଲଙ୍ଘନକାରିଙ୍କୁ କ୍ଯାମେରା ଜରିଆରେ ଠାବ କରାଯାଇ ଘରକୁ ପଠାଯାଉଛି ଚାଲାଣ ନୋଟିସ।ରୁପାଲି ଏଜି ଛକ ପରି ୮ଟି ସ୍ଥାନରେ ରହିଛି ଟିଭିଡିଏସ ସିଷ୍ଟମ ବା ଟ୍ରାଫିକ ଭାଓଲେଟର ଡିଟେକ୍ସନ ସିଷ୍ଟମ।ଡିସେମ୍ବର ୧ରୁ କଡାକଡି ଲାଗୁ ହେବ ନିୟମ ।କେବଳଡକୁମେଣ୍ଟ ଯାଂଚ ମିଳିବ କୋହଳ।ନଚେତ ଚାଲାଣ ନିଶ୍ଚୟ କଟିବ।ଟ୍ରାଫିକ ଉଲଙିଘନ କାରି ଓ ଟ୍ରାଫିକ ନିୟମ ଉପରେ ବିଶେଷ ଫୋକସ ଦିଆଯାଇଥିବା ପୋଲିସ କମିସନର କହିଛନ୍ତି ।ଅନ୍ଯପଟେ ଏଯାବତ ୧୫ ପ୍ରତିଶତ ଦୁର୍ଘଟଣା କମିଥିବା ବେଳେ ।୨୪ ଘଣ୍ଟା ମଧ୍ଯରେ ୧୪୦ ଜଣ ମଦ୍ଯପ ଡ୍ରାଇଭରଙ୍କୁ ଗିରଫ କରାଯାଇ ବେଲରେ ବା ଚାଲାଣ କଯାଇ ଛଡାଯାଇଥିବା ପୋଲିସ ଡିଜିଙ୍କ ଟ୍ଟିଟରରେ ସୁଚନା ଦିଆଯାଇଛି।

Conclusion:ବାଇଟ-ଡ ସୁଧାଂଶୁ ଷରଙ୍ଗି,ପୋଲିସ କମିସନର
Last Updated : Nov 30, 2019, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.