ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଟିକା ସଙ୍କଟ ଦେଖା ଦେଇଥିବା ବେଳେ ବିଏମସି ପକ୍ଷରୁ ସବୁ ବର୍ଗଙ୍କୁ ଉଭୟ ଡୋଜ ଟିକା ମିଳିବା ପ୍ରଚେଷ୍ଟା ଜାରି ରହିଛି। ସୋମବାର ସଂନ୍ଧ୍ୟା ୭ ଟାରେ ନୂଆ ସ୍ଲଟ ବୁକିଙ୍ଗ ଆରମ୍ଭ ହେବ। ସ୍ମାର୍ଟସିଟିବାସିନ୍ଦା ସ୍ଲଟ ବୁକିଙ୍ଗ ପାଇଁ ସୂଚନା ଜାରି କରିଛି ଭୁବନେଶ୍ବର ମହାନଗର ନିଗମ।
୧୮ ରୁ ୪୪ ବର୍ଷଙ୍କ ପାଇଁ ପ୍ରଥମ ଡୋଜ, ୪୫ ବର୍ଷ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ପ୍ରଥମ ଓ ଦ୍ବିତୀୟ ଡୋଜ ପାଇଁ ସ୍ଲଟ ବୁକିଙ୍ଗ କରିବିପାରିବେ ହିତାଧିକାରୀ। ଜୁନ ୧୫ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଦୁଇ ବେଳା ଟୀକାକରଣ କରାଯିବ। ସକାଳ ୯ ଟାରୁ ଗୋଟାଏ ଏବଂ ଦିନ ୩ ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଟୀକାକରଣ ଚାଲିବ।
ଏଥିପାଇଁ ୪ଟି ସେଣ୍ଟର କରାଯାଇଛି। ୟୁନିଟ-୪ ସିଜିଏଚଏସ ଡିସ୍ପେନସରି, ସତ୍ୟନଗର ୟୁପିଏଚସି, ଜୟଦେବ ବିହାର ଇଏସଆଇ ହସ୍ପିଟାଲ ଏବଂ ଭରତପୁର ସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ପ୍ରତିଷ୍ଠାନରେ ଟୀକାକରଣ କରାଯିବ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ