ETV Bharat / city

୧୭୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପକୁ ମଞ୍ଜୁରୀ - ଭୁବନେଶ୍ବର ଖବର

୧୭୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ। ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର କାର୍ଯ୍ୟୋନୟନ ନେଇ ବୈଠକ । ଆଗକୁ ପଢନ୍ତୁ...

new project granted on 1700 crore rupees
୧୭୦୦କୋଟି ଟଙ୍କାର ନୂତନ ପ୍ରକଳ୍ପକୁ ମଞ୍ଜୁରୀ
author img

By

Published : Jan 3, 2020, 11:27 PM IST

ଭୁବନେଶ୍ବର: ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର କାର୍ଯ୍ୟୋନୟନ ନେଇ ବୈଠକ। ବିଚାରପତି ଏକେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବୈଠକ । ଆଜି ଖାରବେଳ ଭବନ ସଭା ଗୃହରେ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରି ବିଚାର ପତି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୁଁ ବିଭିନ୍ନ ସମୟରେ କେନ୍ଦୁଝର ସୁନ୍ଦରଗଡ ମୟୂରଭଞ୍ଜ ଆଦି ଜିଲ୍ଲାର ଅନେକ ସ୍ଥାନ ପରିଦର୍ଶନ କରିଦେଖିଛି ଯେ, କ୍ଷେତ୍ର ସ୍ତରରେ ଓମ୍ବାଡସ ପ୍ରକଳ୍ପର ତ୍ଵରିତ କାର୍ଯ୍ୟ ହେଉଛି ।

ସେ ଆହୁରି ମଧ୍ୟ କହିଥିଲେ ଯେ ,ମୋର ଦୃଢ ବିଶ୍ବାସ ଆଗାମୀ ମାସରେ ଏହି କାର୍ଯ୍ୟ ଅଧିକ ତ୍ବାରାନ୍ଵିତ ହେବ। କ୍ଷେତ୍ରୀୟ ସ୍ତରରେ ଦକ୍ଷତାର ବୃଦ୍ଧି ସହ ପ୍ରକଳ୍ପ ପୂର୍ଣାଙ୍ଗ ଓ ସେବା ଯୋଗାଣକୁ ଅଗ୍ରାଧିକାର ଦେବାପାଇଁ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ୧୭୦୦ କୋଟି ଟଙ୍କାର ନୂତନ ପ୍ରକଳ୍ପ ଅନୁମୋଦନ କରାଯାଇଛି। ଏହାସହ ଜିଲ୍ଲାସ୍ତରରେ ଓମ୍ବାଡସି ସେଲ ଖୋଲିବା ପାଇଁ ବୈଠକରେ ଅନୁମୋଦନ ହୋଇଥିଲା । ଏହି ଅବସରରେ ବିଚାରପତି ଶ୍ରୀ ପଟ୍ଟନାୟକ ଓମ୍ବାଡସି ଓ୍ଵେବସାଇଟ୍ ଉନ୍ମୋଚିତ କରିଥିଲେ। ଓମ୍ବାଡସି କାର୍ଯ୍ୟ କଳାପ ଓ ପ୍ରକଳ୍ପ ଅଗ୍ରଗତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ସେମାନଙ୍କର ମତାମତ ଗ୍ରହଣ କରିବା ଓ୍ଵେବସାଇଟର ଲକ୍ଷ୍ୟ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ।

ସମୁଦାୟ ମୟୂରଭଞ୍ଜ ଜିଲ୍ଲାକୁ ଓମ୍ବାଡସିରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବକୁ ବିଚାରପତି ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି । ପ୍ରକଳ୍ପ ଗୁଡିକର ସଦ୍ୟତମ ସ୍ଥିତି ଉପସ୍ତାପନ କରି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମତି ଉମାନ୍ଦୁରୀ କହିଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ୮୬୯.୪୨କୋଟି ଟଙ୍କା ମିଳିଥିଲା । ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୨୭.୬୩ କୋଟି ଟଙ୍କା ବିନିଯୋଗ ସରିଛି ।

ଏଥିରେ ପାନୀୟ ଜଳ ଯୋଗାଣ ଶିକ୍ଷା ଓ ଦକ୍ଷତା ବୃଦ୍ଧି ସ୍ଵାସ୍ଥ୍ୟ ସେବା ଖଣି ଅଞ୍ଚଳରେ ନୂତନ ଜୀବିକା ସୃଷ୍ଟି ଓ ପରିବେଶ ଉନ୍ନତି ଆଦି କ୍ଷେତ୍ରରେ ୧୫ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ପଯ୍ୟାୟରେ ପହଞ୍ଚିଛି। ଶ୍ରୀମନତି ନନ୍ଦୁରୀ କହିଛନ୍ତି ଯେ,ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟକୁ ୧୫ହଜାର ୫୮୭କୋଟି ମିଳିଛି । ଯେଉଥିରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରକଳ୍ପ ବାବଦରେ ୧ହଜାର ୧୪୩କୋଟି ଟଙ୍କା ଯୋଗାଇ ଦିଆଯାଇଛି । ଆଜି ଅନୁମୋଦିତ ପ୍ରକଳ୍ପ ମିଶାଇ ରାଜ୍ୟର ଓମ୍ବାଡସି ଅନ୍ତର୍ଭୁକ୍ତ ଜିଲ୍ଲା ନିମନ୍ତେ ଅନୁମୋଦିତ ପ୍ରକଳ୍ପ ମୁଲ୍ୟ ୧୨ହଜାର କୋଟି ଟଙ୍କାର ପହଞ୍ଚିଛି । ଏହି ବୈଠକରେ ବିଭିନ୍ନ ବିଭାଗରର ବରିଷ୍ଠ ଅଧିକାରୀ ପ୍ରମୁଖ ସଚିବ ଯୋଗଦେଇ ଥିଲେ ।

ଭୁବନେଶ୍ବରରୁ ତପନ ଦାସ,ଇଟିଭି ଭାରତ

Intro:ଓଡିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର କାର୍ଯ୍ୟନୋୟନ ବିଷୟରେ ବିଚାରପତି ଶ୍ରୀ ଏକେ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଗଠିତ ନିରକ୍ଷଣ କରିଛନ୍ତି ।ଆଜି ଖାରବେଳ ଭବନ ସଭା ଗୃହରେ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରି ବିଚାର ପତି ଶ୍ରୀ ପଟନାୟକ କହିଛନ୍ତି ଯେ ,Body:ମୁଁ ବିଭିନ୍ନ ସମୟରେ କେନ୍ଦୁଝର ସୁନ୍ଦରଗଡ ମୟୂରଭଞ୍ଜ ଆଦି ଜିଲ୍ଲାର ଅନେକ ସ୍ତାନ ପରିଦର୍ଶନ କରିଦେଖିଛି ଯେ କ୍ଷେତ୍ର ସ୍ତରରେ ଓମ୍ବାଡସ ପ୍ରକଳ୍ପ ର ତ୍ଵରୀତ୍ କାର୍ଯ୍ୟ ହେଉଛି ।ସେ ଆହୁରି ମଧ୍ୟ କହିଥିଲେ ଯେ ,ମୋର ଦୃଢ ବିଶ୍ବାସ ଆଗାମୀ ମାସ ମାନଙ୍କରେ ଏହି କାର୍ଯ୍ୟ ଅଧିକ ତ୍ଵରାନ୍ଵତ ହେବ ।କ୍ଷେତ୍ର ସ୍ତରରେ ଦକ୍ଷତା ର ବୃଦ୍ଧି ଏବଂ ପ୍ରକଳ୍ପ ପୂର୍ଣାଙ୍ଗ ଓ ସେବା ଯୋଗାଣକୁ ଅଗ୍ରାଧିକାର ଦେବାପାଇଁ ମୁଖ୍ୟ ଶାସନ ସଚିବ ସପୃକ୍ତ ବିଭାଗ କୁ ନିର୍ଦ୍ଦେଶ ଦେଇଛନ୍ତି ,ବୈଠକରେ ୧୭୦୦ କୋଟି ଟଙ୍କା ର ନୂତନ ପ୍ରକଳ୍ପ ଗୁଡିକ ଅନୁମୋଦନ ଦିଆଯାଇଛି ।ଏହା ସହ ଜିଲ୍ଲା ସ୍ତରରେ ଓମ୍ବାଡସି ସେଲ ଖୋଲିବା ପାଇଁ ବୈଠକରେ ଅନୁମୋଦନ ହୋଇଥିଲା ।ଏହି ଅବସରରେ ବିଚାରପତି ଶ୍ରୀ ପଟ୍ଟନାୟକ ଓମ୍ବାଡସି ଓ୍ଵେବସାଇଟ୍ ଉନ୍ମୋଚିତ କରିଥିଲେ ।ଓମ୍ବାଡସି କାର୍ଯ୍ୟ କଳାପ ଓ ପ୍ରକଳ୍ପ ଅଗ୍ରଗତି ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ସେମାନଙ୍କର ମତାମତ ଗ୍ରହଣ କରିବା ଓ୍ଵେବସାଇଟ୍ ର ଲକ୍ଷ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ।ସମୁଦାୟ ମୟୂରଭଞ୍ଜ ଜିଲ୍ଲା କୁ ଓମ୍ବାଡସି ରେ ଅନ୍ତର୍ଭୁକ୍ତ କରିବା ପ୍ରସ୍ତାବ କୁ ବିଚାରପତି ପଟନାୟକ ଅନୁମୋଦନ ଦେଇଛନ୍ତି ।ପ୍ରକଳ୍ପ ଗୁଡିକର ସଦ୍ୟତମ ସ୍ତିତି ଉପସ୍ତାପନ କରି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମତି ଉମାନ୍ଦୁରୀ କହିଥିଲେ ଯେ, ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କୁ ୮୬୯.୪୨କୋଟି ଟଙ୍କା କାମ୍ପା ପାଣ୍ଟି ଭାବେ ମିଳିଥିଲା ।ସେଥିମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୨୭.୬୩ କୋଟି ଟଙ୍କା ବିନିଯୋଗ ସରିଛି ।ଏଥିରେ ପାନୀୟ ଜଳ ଯୋଗାଣ ଶିକ୍ଷା ଓ ଦକ୍ଷତା ବୃଦ୍ଧି ସ୍ଵାସ୍ଥ୍ୟ ସେବା ଖଣି ଅଞ୍ଚଳ ରେ ନୂତନ ଜୀବିକା ସୃଷ୍ଟି ଓ ପରିବେଶ ଉନ୍ନତି ଆଦି କ୍ଷେତ୍ରରେ ୧୫ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଶେଷ ପ୍ରଯ୍ୟାୟରେ ପହଞ୍ଚିଛି ।ଶ୍ରୀମନତି ନନ୍ଦୁରୀ କହିଛନ୍ତି ଯେ ,ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟ କୁ ୧୫ହଜାର ୫୮୭କୋଟି ମିଳିଛି ।ଯେଉଥିରୁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରକଳ୍ପ ବାବଦରେ ୧ହଜାର ୧୪୩କୋଟି ଟଙ୍କା ଯୋଗାଇ ଦିଆଯାଇଛି ।Conclusion:ଆଜି ଅନୁମୋଦିତ ପ୍ରକଳ୍ପ ଉ ମିଶାଇ ରାଜ୍ୟର ଓମ୍ବାଡସି ଅନ୍ତର୍ଭୁକ୍ତ ଜିଲ୍ଲା ମାନଙ୍କ ନିମନ୍ତେ ଅନୁମୋଦିତ ପ୍ରକଳ୍ପ ମୁଲ୍ୟ ୧୨ହଜାର କୋଟି ଟଙ୍କାର ପହଞ୍ଚିଛି ।ଏହି ବୈଠକରେ ବିଭିନ୍ନ ବିଭାଗର ର ବରିଷ୍ଠ ଅଧିକାରୀ ପ୍ରମୁଖ ସଚିବ ଯୋଗଦେଇ ଥିଲେ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.