ଭୁବନେଶ୍ବର: ରାଜଧାନୀରେ ନିର୍ମାଣ ହେବ ନୂଆ ଥାନା। ଖଣ୍ଡଗିରି ଥାନାର ପରିସିମାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ଥାନା ପାଇଁ ମୋହର ଲଗାଇଛନ୍ତି। ଏହି ପରିପ୍ରେକ୍ଷିରେ ଖଣ୍ଡଗିରି ଥାନାରୁ ଅନେକ ଅଞ୍ଚଳ ପାଇଁ ଭରତପୁରରେ ନୂଆ ଥାନା ଗଠନ କରାଯିବ । ଏନେଇ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି କମିସନରେଟ ପୋଲିସ।
ତେବେ ଏହି ନୂଆ ଥାନାରେ ୬ ଜଣ ସବ୍ଇନ୍ସପେକ୍ଟରଙ୍କ ସମେତ ୩ ଜଣ ଏଏସଆଇ ଓ ୨୧ ଜଣ କନଷ୍ଟେବଳଙ୍କୁ ନିୟୋଜିତ କରାଯିବ । ଏହା ସହିତ ରାଜ୍ୟ ସରକାର ଅନ୍ୟ ଥାନାକୁ ମଧ୍ୟ ମ୍ୟାନପାୱାର ଓ ଭିତ୍ତିଭୂମି ବିକାଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହା ଦ୍ବାରା ଆଇଳଶୃଙ୍ଖଳା ସହ ଅପରାଧ ନିୟନ୍ତ୍ରଣ ଦିଗରେ ସହାୟକ ହେବ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଓଡିଶା ପୋଲିସ ଅଧୀନରେ ଥିବା 220 ଥାନାରେ 905 ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ 6ଟି ଥାନାର ବିଭାଜନ କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ