ETV Bharat / city

ଟ୍ରାଫିକ ଆଇନ: ଜନତାଙ୍କୁ ମାଡ଼, ନେତା-ପୋଲିସଙ୍କୁ ଛାଡ଼

ନେତାଙ୍କୁ ନାହିଁ ଆଇନର ଲଗାମ । ନୂଆ ଟ୍ରାଫିକ ନିୟମରେ ତଣ୍ଡ ଭୋଗୁଛନ୍ତି ସାଧାରଣ ଜନତା । ପ୍ରତିଦିନ ଗଣୁଛନ୍ତି ଦଣ୍ଡ । କିନ୍ତୁ ଏବେ ବି ଆଇନକୁ ଆଖିଠାର ମାରି ଫୁଙ୍ଗୁଳା ବୁଲୁଛନ୍ତି ଅନେକ ନେତା ଓ ପୋଲିସ ।

author img

By

Published : Sep 6, 2019, 9:45 PM IST

ଡ଼ିଜାଇନ ଫଟୋ

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହୋଇଛି ନୂତନ ସଂଶୋଧିତ ମୋଟର ଯାନ ଆଇନ୍ । ଏହି ଆଇନ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ପୋଲିସ ଜାରି ରଖିଛି ଚଢାଉ । ଆଦାୟ କରୁଛି ମୋଟା ଅଙ୍କର ଫାଇନ । ନୂଆ ଆଇନରେ ମୁଖ୍ୟତଃ ବାଇକ୍ ଓ ଅଟୋ ଚାଳକ ହେଉଛନ୍ତି ଅଧିକ ପ୍ରଭାବିତ ।

ଜନତାଙ୍କୁ ମାଡ଼, ନେତା ଓ ପୋଲିସଙ୍କୁ ଛାଡ଼

ସାଧାରଣ ଜନତାଙ୍କୁ ଏବେ ଘାରିଛି ଫାଇନ ଭୟ । ହେଲେ ନିୟମକୁ ତିଆରି କୁରୁଥିବା ବାବୁ ନିଜେ କେତେ ମାନୁଛନ୍ତି, ତାହାର ରିୟଲିଟ୍ ଚେକ୍ କରିଛି ଇଟିଭି ଭାରତ । ଖୋଦ ନିୟମର ଏନ୍ତୁଡ଼ି ଶାଳ ଲୋକସେବା ଭବନରେ ଆମ କ୍ୟାମେରା ତୋଳି ଧରିଛି ଏମିତି କିଛି ଦୃଷ୍ୟ । ବରିଷ୍ଠ ବିଜେଡି ନେତା ତଥା ବିଧାୟକ ବିଷ୍ଣୁ ଦାସ । ନିଜ ଗାଡିରେ ଆସି ପହଞ୍ଚିଥିଲେ ଲୋକସେବା ଭବନରେ । କିନ୍ତୁ ସିଟ୍ ବେଲ୍ଟ ବାନ୍ଧି ନଥିଲେ ବିଧାୟକ ବାବୁ । ଏନେଇ ବିଷ୍ଣୁ ଦାସଙ୍କୁ ପଚରାବାରୁ ଉତ୍ତରରେ ବିଷ୍ଣୁ କହିଛନ୍ତି ଯେ,ମୁଁ ଅଣ୍ଟା ରେ ବେଲ୍ଟ ପିନ୍ଧିଛି । ସିଟ୍ ବେଲ୍ଟ ପିନ୍ଧିନାହିଁ ।

କେବଳ ବିଷ୍ଣୁ ଦାସ ଏକା ନୁହନ୍ତି । ପୂର୍ବତନ ବିଧାୟକ ଆକାଶ ଦାସ ନାୟକ ଓ ବିଧାୟକ ଅଶ୍ଵୀନ ପାତ୍ର ମଧ୍ୟ ସିଟ୍ ବେଲ୍ଟ ବାନ୍ଧି ନଥିଲେ । ତେଣୁ ଏବେ ପ୍ରଶ୍ନ ଉଠୁଛି ଏମାନଙ୍କ ଠାରୁ ଚାଲାଣ କାଟିବ କି ପୋଲିସ ? ସେପଟେ ଫାଇନ ଆଦାୟ କରୁଥିବା ପୋଲିସ ବାବୁ ବୁଲୁଛନ୍ତି ବିନା ହେଲେମେଣ୍ଟରେ ।

ଏଠାରେ ପ୍ରଶ୍ନ ଉଠିବା ସ୍ବଭାବିକ । ଆଇନ ଯଦି ସମସ୍ତଙ୍କ ପାଇଁ ସମାନ । ତେବେ ବଡ଼ ବାବୁମାନେ କିଭଳି ବାଦ୍ ପଡୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଏହା ସହ ଏହି ନୂଆ ମୋଟର ଯାନ ଆଇନ୍ ରେ ଲାଗୁଥିବା ଫାଇନ ଉପରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ନାପସନ୍ଦ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ସେପ୍ଟେମ୍ବର ପହିଲାରୁ ସାରା ଦେଶରେ ନୂତନ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହୋଇଛି। ଏହି ଆଇନ ଲାଗୁ ହେବା ପରେ ବିଭିନ୍ନ ସ୍ତାନରେ ପୋଲିସ ର ଚଢାଉ କରି ମୋଟା ଅଙ୍କର ଫାଇନ ଆଦାୟ ହେଉଛି ।ଏଥିରେ ମୁଖ୍ୟତଃ ବାଇକ୍ ଚାଳକ ଓ ଅଟୋ ଚାଳକ ଅଧିକ ପ୍ରଭାବିତ ହେଉଛନ୍ତି । ସାଧାରଣ ଜନତା ଙ୍କୁ ଏବେ ପୁରା ଫାଇନ କୋକୁଆ ଭୟ ଘାରିଛି ।ହେଲେ ନିୟମ କୁ ନିୟମ ତିଆରି କୁରୁଥିବା ଲୋକ କେତେ ମାନୁଛନ୍ତି ତାହାର ରିୟଲିଟ୍ ଚେକ୍ କରିଛି ଇଟିଭି ଭାରତ ।Body:ନିୟମ ତିଆରି ହେଉଥିବା ଲୋକସେବା ଭବନରେ ଏମିତି କିଛି ଥିଲା ଦୃଷ୍ୟ ।
ବରିଷ୍ଠ ବିଜେଡି ନେତା ତଥା ବିଧାୟକ ବିଷ୍ଣୁ ଦାସ।ଲୋକସେବା ଭବନରେ ନିଜ ଗାଡିରେ ପହଞ୍ଚିଥିଲେ ।କିନ୍ତୁ ସିଟ୍ ବେଲ୍ଟ ବାନ୍ଧି ନଥିଲେ ।ଏନେଇ ବିଷ୍ଣୁ ଦାସ ଙ୍କୁ ପଚାରା ଛିବାରୁ ଉତ୍ତର ରେ ବିଷ୍ଣୁ କହିଛନ୍ତି ଯେ ,ମୁଁ ଅଣ୍ଟା ରେ ବେଲ୍ଟ ପିନ୍ଧିଛି ।ସିଟ୍ ବେଲ୍ଟ ପିନ୍ଧିନାହିଁ ।ଖାଲି ବିଷ୍ଣୁ ଦାସ ଏକା ନୁହନ୍ତି ।ପୂର୍ବତନ ବିଧାୟକ ଆକାଶ ଦାସ ଓ ବିଧାୟକ ଅଶ୍ଵୀନ ପାତ୍ର ମଧ୍ୟ ସିଟ୍ ବେଲ୍ଟ ବାନ୍ଧି ନଥିଲେ ।ଏବେ ପ୍ରଶ୍ନ ଉଠୁଛି ଏମାନଙ୍କ ଠାରୁ ଚାଲାଣ କାଟିବ କି ପୋଲିସ।

ସେପଟେ କମିଶନରେଟ ପୋଲିସ ର କର୍ମଚାରୀ ମଧ୍ୟ ବିନା ହେଲେମେଣ୍ଟ ରେ ବୁଲଥିବା ଦେଖିବାକୁ ମିଳିଛି ।

Conclusion:ଆଇନ ଯଦି ସମସ୍ତ ଙ୍କ ପାଇଁ ଏମାନେ କିଭଳି ବାଦ୍ ପଡୁଛନ୍ତି ତା କୁ ନେଇ ଉଠିଛି ପ୍ରଶ୍ନ ।ଏହା ସହ ଏହି ନୂଆ ମୋଟର ଜାନ ଆଇନ୍ ରେ ଲାଗୁଥିବା ଫାଇନ ଉପରେ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ନାପସନ୍ଦ କରିଛନ୍ତି ।
ଭୁବନେଶ୍ୱର ରୁ ତପନ ଦାସ ଇ ଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.