ETV Bharat / city

ପୁଣି 3 ମାସ କୋହଳ ନୂଆ ମୋଟର ଯାନ ଆଇନ - ନୂଆ ମଟର ଯାନ ଆଇନ ପୁ

ପୁଣିଥରେ ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନକୁ 3 ମାସ ପାଇଁ କୋହଳ କରିଛନ୍ତି । କିନ୍ତୁ ଜାରି ରହିବ ଏହି ସବୁ ଯାଞ୍ଚ ।

PHOTO
ନୂଆ ମଟର ଯାନ
author img

By

Published : Nov 28, 2019, 4:58 PM IST

ଭୁବନେଶ୍ବର: ଆସନ୍ତା ଡିସେମ୍ବରରୁ ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା ନୂଆ ମୋଟରଯାନ ଆଇନକୁ ପୁଣିଥରେ କୋହଳ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ସେପ୍ଟେମ୍ବର ମାସରୁ ଏହା ଲାଗୁ ହୋଇଥିଲା । କିନ୍ତୁ ହଠାତ ଏହି ନିୟମକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରୁ ମୁଖ୍ୟମନ୍ତ୍ରୀ ନିଜେ ନିୟମକୁ 3 ମାସ ପାଇଁ କୋହଳ କରିଥିଲେ । ଯାହା ଚଳିତ ମାସରେ ଶେଷ ହେଉଥିଲା ।

ଚଳିତ ମାସ ପ୍ରଥମାର୍ଦ୍ଧରେ ପରିବହନ ମନ୍ତ୍ରୀ କହିଥିଲେ ଡିସେମ୍ବରରୁ ପୁଣିଥରେ ନିୟମ କାର୍ଯ୍ୟକାରୀ ହେବ । ଯାହାକୁ ନେଇ ରାଜ୍ୟର ସମସ୍ତ ପରିବହନ କାର୍ଯ୍ୟାଳୟରେ ଅସମ୍ଭବ ଭିଡ ହୋଇଥିଲା । ମାସ ମାସ ଧରି ଲୋକେ ସେବା ପାଇପାରୁନଥିବା ଅଭିଯୋଗ କରିଥିଲେ । ନିୟମକୁ ଆଉ କିଛିଦିନ କୋହଳ କରିବାକୁ ସାଧାରଣ ଲୋକେ ଦାବି କରି ଆସୁଥିଲେ । ଏହି ପ୍ରସଙ୍ଗକୁ ଆଜି ବିଧାନସଭାରେ ମଧ୍ୟ ଶାସକ ବିରୋଧୀ ବିଧାୟକ ମିଳିତ ଭାବେ ଉଠାଇଥିଲେ । ଫଳରେ ଲୋକଙ୍କ ଅସୁବିଧାକୁ ଦେଖି ରାଜ୍ୟ ସରକାର ପୁଣିଥରେ ନିୟମକୁ 3ମାସ ପାଇଁ କୋହଳ କରିଛନ୍ତି ।

ଆଜି ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଲୋକଙ୍କ ସମସ୍ଯା ଓ ପରିବହନ କାର୍ଯ୍ୟାଳୟରେ ଭିଡକୁ ଦେଖି ନିୟମକୁ ଆଉ 3 ମାସ ପାଇଁ କୋହଳ କରାଯାଇଛି । କିନ୍ତୁ ପୂର୍ବପରି ମଦ ପିଇ ଗାଡି ଚଳାଇବା, ବିନା ହେଲମେଟରେ ଯାତାୟାତ କରିବା ଯାଞ୍ଚ ଜାରି ରହିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ନୂଆ ମୋଟର ଯାନ ସଂଶୋଧନ ଆଇନ, ଆଉ 3 ମାସ ଘୁଞ୍ଚିଲା କଟକଣା ଏନେଇ ଅଧିକ ସଚେତନତା ସୃଷ୍ଟି କରାଯିବ। ଗୃହରେ ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ସମୀକ୍ଷା କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଉ ବଢ଼ିବ ନାହିଁ କଟକଣା। ଅଧିକ କାଉଣ୍ଟର ଖୋଲାଯିବ। Body:ବାଇଟ ପଦ୍ମନାଭ ବେହେରା, ପରିବହନ ମନ୍ତ୍ରୀConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.