ETV Bharat / city

ରବିବାର ଠୁ ମୋଟରଯାନର ନୂଆ ନିୟମ

author img

By

Published : Aug 31, 2019, 8:30 PM IST

ଗାଡ଼ି ଚଲାଉଥିବା ବ୍ୟକ୍ତି ସାବଧାନ । ଆସନ୍ତାକାଲି ଠୁ ରାଜ୍ୟରେ ଲାଗୁ ହେଉଛି ମୋଟରଯାନର ନୂଆ ଆଇନ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ କିମ୍ବା ଏହି ଆଇନକୁ ଅମାନ୍ୟ କଲେ ଗଣିବେ ମୋଟା ଅଙ୍କର ଜରିମାନା ।

ଡ଼ିଜାଇନ ଫଟୋ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ବାରା ବିଜ୍ଞପ୍ତି ସଂଖ୍ୟା so-3110(E) 28 . 8. 2019 ଅନୁଯାୟୀ ମୋଟର ଯାନ ଆଇନ 1988 ସଂଶୋଧନ କରାଯାଇଛି । ଯାହାକି ଆସନ୍ତା କାଲିଠୁ ରାଜ୍ୟରେ ଲାଗୁ କରାଯିବ । ଇଲେକ୍ଟ୍ରୋନିକ୍ସ ମେସିନ ମାଧ୍ୟମରେ ପ୍ରଦାନ କରାଯାଉଥିବା ସେବା ଗୁଡିକୁ ସହଜ ଏବଂ ସରଳ କରିବା କରିବା ମୋଟର ଯାନ ଆଇନର ଉଦ୍ଦେଶ୍ୟ ।

motor vechile law
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁର୍ଘଟଣାଗ୍ରସ୍ତ ଲୋକ ମାନଙ୍କୁ ସହାୟତା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସଡକ ପରିବହନ ଆଇନରେ କେତେକ ସଂଶୋଧନ ମଧ୍ୟ କରାଯାଇଛି । ଏହା ଦ୍ବାରା ସହାୟତା କରୁଥିବା ବ୍ୟକ୍ତି ଉତ୍ପୀଡନରୁ ରକ୍ଷା ପାଇବେ ଏବଂ ସଡକ ଦୁର୍ଘଟଣା ଲୋକମାନେ ଗୋଲ୍ଡେନ ଆୱାରରେ ଚିକିତ୍ସା ପାଇବେ । ଅଜଣା ଗାଡି ଧକ୍କା ରେ ମୃତାହତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ନିମନ୍ତେ ମୋଟର ଯାନ ପାଣ୍ଠି ଗଠନ କରିବା ତଥା ସମସ୍ତ ସଡକ ବ୍ୟବହାର କାରୀଙ୍କୁ ବାଧ୍ୟତା ମୂଳକ ଭାବେ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନରେ ବ୍ୟବସ୍ଥା ଅଛି ।

motor vechile law
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସଡକ ସୁରକ୍ଷାରେ ଉନ୍ନତି ପରିବହନ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସେବା ସୁବିଧା, ଗ୍ରାମଞ୍ଚଳ ପରିବହନ ବ୍ୟବସ୍ଥାର ଉନ୍ନତି, ଅନ୍ତିମପଥ ସଂଯୋଗୀକରଣ ବ୍ୟବସ୍ଥା, ପରିବହନ ସେବା ,ସ୍ବୟଂଚାଳନା ପାଇଁ ଉକ୍ତ ସଂଶୋଧିତ ଆଇନରେ ଲାଗୁ କରାଯାଇଛି । ସେହିପରି ଟ୍ରାଫିକ ଆଇନ ଉଲ୍ଲଂଘନକାରୀଙ୍କୁ ନିୟମ ଭାଙ୍ଗିବାରୁ ନିବୃତ୍ତ କରାଇବା, ଜରିମାନା ଏବଂ ଦଣ୍ଡର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଆଇନ ଉଲଂଘନକାରୀଙ୍କୁ electronic ଯନ୍ତ୍ର ମାଧ୍ୟମରେ ଚିହ୍ନଟ କରାଯିବାର ବ୍ୟବସ୍ଥା ଅଛି । ନାବାଳକ ମାନେ ଗାଡି ଚଳାଇଲେ ଅଭିଭାବକ ଓ ଗାଡି ମାଲିକ ଦାୟୀ ରହିବେ । ଜରିମାନା ସହ ଦଣ୍ଡ ମଧ୍ୟ ଭାଗିବେ । ଏହା ଆସନ୍ତା କାଲିଠୁ ବିଧିବଦ୍ଧ ଭାବେ ଲାଗୁ କରାଯିବ ନେଇ ପରିବହନ ସଚିବ ଜି. ଶ୍ରୀନିବାସ ସୂଚନା ଦେଇଛନ୍ତି ।

  • ଏହି ନୂଆ ନିୟମ ନମାନିଲେ କ’ଣ ରହିଛି ଦଣ୍ଡବିଧାନ.....
  • 1.ହେଲମେଟ୍‌ ନ ପିନ୍ଧିଲେ ୧ ହଜାର ଟଙ୍କା
  • 2.ସିଗ୍‌ନାଲ ନ ମାନିଲେ ୫ ହଜାର ଟଙ୍କା
  • 3.ସିଟ୍‌ବେଲ୍ଟ ନ ବାନ୍ଧିଲେ ୧ ହଜାର ଟଙ୍କା
  • 4.ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା
  • 5.ବାଇକ୍‌ରେ ୩ ଜଣ ବସିଲେ ୫ ହଜାର ଟଙ୍କା
  • 6.ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା
  • 7.ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା
  • 8.ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ ୧୦ ହଜାର ଟଙ୍କା
  • 9.ଯୋଗ୍ୟତା ଅନୁସାରେ ଗାଡ଼ି ନ ଚଳାଇଲେ ୫ ହଜାର ଟଙ୍କା
  • 10.ବେପରୁଆ ଭାବେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଟ୍ରାଫିକ୍‌ ବୋର୍ଡରେ ଉଲ୍ଲେଖ ରହିଛି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro: କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ୱାରା ବିଂଜ୍ଞପ୍ତି ସଂଖ୍ୟା so-3110(E) 28 . 8. 2019 ଅନୁଯାୟୀ ମୋଟରଜାନ ଆଇନ 1988 ସଂଶୋଧନ କରାଯାଇଛି । ଯାହାକି ଆସନ୍ତା କାଲି ଠୁ ରାଜ୍ୟରେ ଲାଗୁ କରାଜୀବ । ଇଲେକ୍ଟ୍ରୋନିକ୍ସ ଶାସନ ମାଧ୍ୟମରେ ପ୍ରଧାନ କରାଯାଉଥିବା ସେବା ଗୁଡିକୁ ସହଜ ଲବ୍ଧ କରିବା ଏ ଆଇନ ର ଲକ୍ଷ୍ୟ ଅଟେ । ଦୁର୍ଘଟଣା ଗ୍ରସ୍ତ ଲୋକ ମାନଙ୍କୁ ସହାୟତା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସଡକ ପରିବହନ ଆଇନ ରେ କେତେକ ସଂଶୋଧନ କରାଯାଇଛି । Body:ଏହା ଦ୍ୱାରା ସହାୟତା କରୁଥିବା ବ୍ୟକ୍ତି ଉତ୍ପୀଡନରୁ ରକ୍ଷା ପାଇବେ । ଏବଂ ସଡକ ଦୁର୍ଘଟଣା ଲକମାନେ golden hour ରେ ଚିକତ୍ସା ପାଇବେ । ଅଜଣା ଗାଡି ଧକା ରେ ମୂର୍ତହାତ ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ନିମନ୍ତେ ମୋଟର ଜାନ ପାଣ୍ଠି ଗଠନ କରିବା ତଥା ସମସ୍ତ ସଡକ ବ୍ୟବହାର କାରୀଙ୍କୁ ବାଧ୍ୟତା ମୂଳକ ଭାବେ ବୀମା ଯୋଜନା ରେ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନ ରେ ବ୍ୟବସ୍ତା ଅଛି । Conclusion:ସଡକ ସୁରକ୍ଷାରେ ଉନ୍ନତି ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ସୁବିଧା, ଗ୍ରାମଞ୍ଚଳ ପରିବହନ ବ୍ୟବସ୍ଥାର ଉନଟି ,ଅନ୍ତିମପଥ ସଂଯୋଗୀକରଣ ବ୍ୟବସ୍ତା ଏବଂ ପରିବହନ ସେବା ,ସ୍ୱୟଂ ଚାଳନା ଓ କଉପୁଟୀକାରଣ ପାଇଁ ଉକ୍ତ ସଂଶୋଧିତ ଆଇନ ରେ ଲାଗୁ କରାଯାଇଛି ।
ଟ୍ରାଫିକ ଆଇନ ଉଲଂଘନକାରୀଙ୍କୁ ନିୟମ ଭାଙ୍ଗିବାରୁ ନିବୃତ କରାଇବା ଓ ଜରିମାନା ଏବଂ ଦଣ୍ଡ ର ବ୍ୟବସ୍ତା କରାଯାଇଛି। ବିଭିନ୍ନ ଆଇନ ଉଲଂଘନକାରୀଙ୍କୁ electronic ଯନ୍ତ୍ର ମାଧ୍ୟମରେ ଚିହ୍ନଟ କରାଯିବାର ବ୍ୟବସ୍ଥା ଅଛି । ନାବାଳକ ଓ ବୟସ୍କ ମନେ ଗାଡି ଚଳାଇଲେ ଅଭିଭାକ ଓ ଗାଡି ମାଲିକ ଦାୟୀ ରହିବେ ଓ ଜରିମାନା ସହ ଦଣ୍ଡ ଭାଗିବେ ଏହା ଆସନ୍ତା କଳିଠୁ ବିଧି ବଧ ଭାବେ ଲାଗୁ କରାଯିବ ନେଇ ପରିବହନ ସଚିବ g. srinibasn ସୂଚନା ଦେଇଛନ୍ତି ।ଏହି ନୂଆ ନିୟମ ନମାନିଲେ କ’ଣ ରହିଛି ଦଣ୍ଡବିଧାନ ନଜର ପକାନ୍ତୁ
ହେଲମେଟ୍‌ ନ ପିନ୍ଧିଲେ ୧ ହଜାର ଟଙ୍କା
ସିଗ୍‌ନାଲ ନ ମାନିଲେ ୫ ହଜାର ଟଙ୍କା
ସିଟ୍‌ବେଲ୍ଟ ନ ବାନ୍ଧିଲେ ୧ ହଜାର ଟଙ୍କା
ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦ ହଜାର ଟଙ୍କା
ବାଇକ୍‌ରେ ୩ ଜଣ ବସିଲେ ୫ ହଜାର ଟଙ୍କା
ମୋବାଇଲରେ କଥା ହୋଇ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା
ବିନା ଲାଇସେନ୍ସରେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା
ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ ୧୦ ହଜାର ଟଙ୍କା
ଯୋଗ୍ୟତା ଅନୁସାରେ ଗାଡ଼ି ନ ଚଳାଇଲେ ୫ ହଜାର ଟଙ୍କା
ବେପରୁଆ ଭାବେ ଗାଡ଼ି ଚଳାଇଲେ ୫ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଟ୍ରାଫିକ୍‌ ବୋର୍ଡରେ ଉଲ୍ଲେଖ ରହିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.