ETV Bharat / city

ସରକାରୀ କାର୍ଯ୍ୟାଳୟ ଲାଗି ନୂଆ ଗାଇଡ଼ଲାଇନ: 50% କର୍ମଚାରୀରେ ଚାଲିବ ଅଫିସ - ସରକାରୀ କାର୍ଯ୍ୟାଳୟ ପାଇଁ ନୂଆ ଗାଇଡ଼ଲାଇନ

ସରକାରୀ କାର୍ଯ୍ୟାଳୟ ଲାଗି ଜାରି ହୋଇଛି ନୂଆ ଗାଇଡ଼ଲାଇନ । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକ ଜୁଲାଇ ୧୫ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଅଧିକ ପଢନ୍ତୁ...

ସରକାରୀ କାର୍ଯ୍ୟାଳୟ ଲାଗି ନୂଆ ଗାଇଡ଼ଲାଇନ
ସରକାରୀ କାର୍ଯ୍ୟାଳୟ ଲାଗି ନୂଆ ଗାଇଡ଼ଲାଇନ
author img

By

Published : Jul 2, 2021, 6:47 AM IST

ଭୁବନେଶ୍ବର: ସରକାରୀ କାର୍ଯ୍ୟାଳୟ ଲାଗି ଜାରି ହୋଇଛି ନୂଆ ଗାଇଡ଼ଲାଇନ । ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକ ଜୁଲାଇ ୧୫ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତଦୁର୍ଦ୍ଧ୍ବ ପାହ୍ୟାର ଅଫିସରମାନେ ପ୍ରତିଦିନ ଅଫିସ ଆସିବେ । ଯେଉଁ କର୍ମଚାରୀମାନେ ଦୁଇ ଡୋଜ୍ କୋଭିଡ୍ ଟିକା ନେଇଥିବେ ସେମାନେ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି । ଗୁରୁବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଗୁରୁବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜୁଲାଇ ୧ରୁ ୧୫ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ କିଭଳି ପରିଚାଳିତ ହେବ ସେନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ସରକାରୀ କାର୍ଯ୍ୟାଳୟ ଲାଗି ନୂଆ ଗାଇଡ଼ଲାଇନ
ସରକାରୀ କାର୍ଯ୍ୟାଳୟ ଲାଗି ନୂଆ ଗାଇଡ଼ଲାଇନ

ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଅଫିସ୍ ଆସିବା ଓ ୱାର୍କ ଫ୍ରମ ହୋମରୁ ବାଦ୍ ଦିଆଯାଇଛି । ତେବେ କଟକ ଓ ଭୁବନେଶ୍ବରରେ ଥିବା ବିଭାଗୀୟ ଅଫିସ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କେଉଁ କର୍ମଚାରୀ ଅଫିସ୍ ଆସିବେ ତାହା ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ସମ୍ପୂର୍ଣ୍ଣ ଟୀକାକରଣ ହୋଇନଥିବା କର୍ମଚାରୀ ଓ ରୋଷ୍ଟର ଆଧାରରେ ଅଫିସ୍ ଆସିବା ନିଷ୍ପତ୍ତି ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟମାନେ ନେବେ । ତେବେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଏସଆରସି ଓ ଓସଡମା ଅଫିସ, ପୋଲିସ, ଅଗ୍ନିଶମ, ସ୍ବାସ୍ଥ୍ୟସେବା, ପୌର ସେବା ଆଦି କାର୍ଯ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ।

ଯେଉଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟି ଆବଣ୍ଟନ ହୋଇନଥିବ ସେମାନେ ନିଶ୍ଚିତ ଭାବେ ଭିପିଏନ୍ ମାଧ୍ୟମରେ ଘରୁ ରହି ନିୟମିତ ଓ ବକେୟା ଅଫିସ୍ କାର୍ଯ୍ୟ କରିବେ । ଯଦି କିଛି ଜରୁରୀ ପଡ଼େ ତା’ହେଲେ ଟେଲିଫୋନ୍ ମାଧ୍ୟମରେ ସବୁ ସମୟରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧସ୍ତନ ଅଫିସଗୁଡ଼ିକରେ କେତେ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରିବେ ସେ ନିଷ୍ପତ୍ତି ସେମାନଙ୍କର ପ୍ରଶାସନିକ ବିଭାଗ କରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.