ETV Bharat / city

କୋରୋନା ମୃତକଙ୍କ ଶେଷକୃତ୍ୟ ପାଇଁ ନୂଆ ଗାଇଡଲାଇନ

author img

By

Published : Jul 25, 2020, 8:22 PM IST

ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହେବା ପରେ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି ନୂଆ ନିର୍ଦ୍ଦେଶାବଳୀ । ଏହି ନୂଆ ଗାଇଡଲାଇନ ଅନୁଯାୟୀ ସମସ୍ତ କୋରୋନା ମୃତକଙ୍କ ଶେଷକୃତ୍ୟ ସସମ୍ମାନେ ସମ୍ପନ୍ନ ହେବ ।

special relief commissioner, cremation of covid deceased, corona fight in odisha, corona update, src's new guideline, ସ୍ବତନ୍ତ୍ର ରିଲିଫ କମିଶନର, କୋରୋନା ମୃତକଙ୍କ ଶେଷକୃତ୍ୟ, ରାଜ୍ୟରେ କୋରୋନା ମୁକାବିଲା, କୋରୋନା ଅପଡେଟ, ସ୍ବତନ୍ତ୍ର ରିଲିଫ କମିଶନର ନୂଆ ଗାଇଡଲାଇନ
କୋରୋନା ମୃତକଙ୍କ ଶେଷକୃତ୍ୟ ପାଇଁ ନୂଆ ଗାଇଡଲାଇନ ଜାରି

ଭୁବନେଶ୍ବର: ବିଭିନ୍ନ ଦିଗରୁ ସମାଲୋଚନାର ଶିକାର ହେବା ପରେ ସ୍ବତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି ନୂଆ ନିର୍ଦ୍ଦେଶାବଳୀ । ଏହି ନୂଆ ଗାଇଡଲାଇନ ଅନୁଯାୟୀ ସମସ୍ତ କୋରୋନା ମୃତକଙ୍କ ଶେଷକୃତ୍ୟ ସସମ୍ମାନେ ସମ୍ପନ୍ନ ହେବା ନେଇ ସ୍ପଷ୍ଟ କରାଯାଇଛି । ଏଥିରେ ପରିବାର ସଦସ୍ୟ ଚାହିଁଲେ ସାମିଲ ହୋଇପାରିବେ । କେବଳ ସେତିକି ନୁହେଁ ଆଇସୋଲେସନରୁ ବାହାରିବା ବେଳେ ହିଁ ମୃତ ଦେହକୁ ଦେଖିପାରିବେ ଓ ମୃତଦେହକୁ ସଠିକ୍‌ ଢଙ୍ଗରେ ପରିବହନ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ସୂଚନା ଅନୁଯାୟୀ କୋରୋନା ମୃତକଙ୍କ ଶେଷକୃତ୍ୟକୁ ନେଇ ଅନେକ ସମାଲୋଚନା ସୃଷ୍ଟି ହୋଇଥିଲା । ଯାହାର ସମାଧାନ ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ । ଏହି ନୂଆ ଗାଇଡଲାଇନ ଅନୁଯାୟୀ କୋରୋନା ମୃତକଙ୍କ ଶେଷକୃତ୍ୟ ସମୟରେ ପରିବାର ଲୋକେ ଶ୍ମଶାନରେ ଉପସ୍ଥିତ ରହିପାରିବେ । ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ସେମାନେ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମୃତଦେହକୁ କୌଣସି ପରିବାର ସଦସ୍ୟ ଛୁଇଁ ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ବେଳେ ମୃତଦେହ ସତ୍କାର ପରେ ସେମାନେ ଅସ୍ଥି ପାଉଁଶ ନେଇ ପାରିବେ । ଏଥିସହ ଶେଷକୃତ୍ୟରେ 20ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ । ତେଣେ ଯଦି ପରିବାର ଲୋକେ ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ଅନିଚ୍ଛା ପ୍ରକାଶ କରନ୍ତି ତେବେ କୌଣସି ସମସ୍ୟା ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି ।

ଭୁବରନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.